INS Vikrant: 'କାମ ଆମର ଶ୍ରେୟ ତମର'
Advertisement

INS Vikrant: 'କାମ ଆମର ଶ୍ରେୟ ତମର'

INS Vikrant Politics: ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ଜାହାଜ ଆଇଏନଏସ ବିକ୍ରାନ୍ତ (INS Vikrant)କୁ ଦେଶକୁ ଉତ୍ସର୍ଗ କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେୟ ନେଉଥିବାରୁ ତାଙ୍କୁ ଆକ୍ରମଣ କରିଛି କଂଗ୍ରେସ (Congress)।

ପ୍ରତୀକାତ୍ମକ

INS Vikrant Politics: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଶୁକ୍ରବାର ଦିନ କେରଳର କୋଚି ଠାରେ ନୌସେନା (Navy) ପାଇଁ INS ବିକ୍ରାନ୍ତଙ୍କୁ ସମର୍ପିତ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନୌସେନାର ନୂତନ ଲୋଗୋ ମଧ୍ୟ ଲଞ୍ଚ କରିଛନ୍ତି। INS ବିକ୍ରାନ୍ତ ଦ୍ବାରା ଭାରତୀୟ ନୌସେନାର ଶକ୍ତି ବହୁଗୁଣରେ ବୃଦ୍ଧି ପାଇବ। ହେଲେ ଏହାକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି। ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ଜାହାଜ ଆଇଏନଏସ ବିକ୍ରାନ୍ତ (INS Vikrant)କୁ ଦେଶକୁ ଉତ୍ସର୍ଗ କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେୟ ନେଉଥିବାରୁ ତାଙ୍କୁ ଆକ୍ରମଣ କରିଛି କଂଗ୍ରେସ। କଂଗ୍ରେସ ଅଭିଯୋଗ ଆଣିଛି ଯେ, ପୂର୍ବ ସରକାରଙ୍କ ଅବଦାନକୁ ଉଚିତ ସ୍ଥାନ ଦେଇନାହାନ୍ତି। ଏହି ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ଅଗଷ୍ଟ ୨୦୧୩ରେ INS ବିକ୍ରାନ୍ତ ଉଦଘାଟନ କରିବାର ଏକ ଭିଡିଓ ସେୟାର କରିଛନ୍ତି।

ଜୟରାମ ରମେଶ କହିଛନ୍ତି ଯେ, ମୋଦି ସରକାର କ୍ଷମତାରେ ଅଛନ୍ତି, ତେଣୁ ଏହି ବିମାନ ପରିବହନକାରୀ ଯୁଦ୍ଧ ପୋତକୁ ଦେଶକୁ ଉତ୍ସର୍ଗ କରୁଛନ୍ତି। ମୋଦି ସରକାରଙ୍କ ଏଥିରେ କୌଣସି ଲେନାଦେନା ନାହିଁ। ଯେତେବେଳେ ଏହାକୁ ଜାହାଜ ବେଡାରେ ସାମମିଲ କରାଯାଉଛି ସେତେବେଳେ ମୋଦି ସରକାର କ୍ଷମତାରେ ଅଛନ୍ତି। କିନ୍ତୁ, ପ୍ରକୃତ କଥା ହେଉଛି ବହୁ ବର୍ଷ ପୂର୍ବେ ଏ.କେ ଆଣ୍ଟୋନି ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ INS Vikrantର ଲଞ୍ଚ କରିଥିଲେ। ଡିଜାଇନ୍ ଠାରୁ ଆରମ୍ଭ କରି ନିର୍ମାଣ ଏବଂ ଲଞ୍ଚ କରିବା ପର୍ଯ୍ୟନ୍ତ ଦେଶକୁ ଉତ୍ସର୍ଗ କରିବାକୁ ୨୨ ବର୍ଷ ଲାଗିଛି। ମୋଦି ସରକାର ଏହାକୁ ନୌସେନାରେ ସାମିଲ କରି ଏହାର ଶ୍ରେୟ ନେଉଛନ୍ତି।

 

କଂଗ୍ରେସର ବରିଷ୍ଠ ନେତା ରମେଶ କହିଛନ୍ତି ଯେ, ଏହା ହେଉଛି ଅପରି ଉପଲବ୍ଧି ଯାହା ଦେଶର କ୍ଷମତାକୁ ତାକତ ମିଳିବ ଓ ଏହାର ବିଶେଷତ୍ୱ ​​ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ସରକାରଙ୍କ ଅବଦାନକୁ ଉପଯୁକ୍ତ ସ୍ଥାନ ଦେଇନାହାନ୍ତି। ଆଣ୍ଟୋନିଙ୍କ ଭିଡିଓ ସେୟାର କରି ରମେଶ ଆହୁରି ମଧ୍ୟ କହିଛନ୍ତି, ''ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନି ୧୨ ଅଗଷ୍ଟ ୨୦୧୩ରେ ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ INS Vikrant ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ଏହାକୁ ଜାହାଜ ବେଡାରେ ସାମିଲ କରିଛନ୍ତି। ୨୦୧୪ ପୂର୍ବରୁ ମଧ୍ୟ ଆତ୍ମନିର୍ଭର ଭାରତ ଥିଲା। ଏହା ସହ ଜଡିତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରାଯିବା ଉଚିତ୍।''

ରମେଶ କହିଛନ୍ତି ଯେ, ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ ପତ INS Vikrantକୁ ଦେଶ ପାଇଁ ଉତ୍ସର୍ଗୀକୃତ କରାବାରେ ୧୯୯୯ ମସିହାରେ ଥିବା ସରକାରଙ୍କ ସାମୂହିକ ପ୍ରୟାସର ଫଳାଫଳ। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଗ୍ରହଣ କରିବେ କି? ସେ କହିଛନ୍ତି ଯେ, ବ୍ରିଟେନରୁ ଏହାକୁ ହାସଲ କରିବାରେ କଂଗ୍ରେସ ନେତା କୃଷ୍ଣା ମେନନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

INS Vikrant ଦେଶ ପାଇଁ ଉତ୍ସର୍ଗ ହେବା ସହିତ ଭାରତ ସେହି କେତୋଟି ଦେଶ ତାଲିକାରେ ସାମିଲ ହୋଇଇଛି ଯେଉଁ ମାନଙ୍କର ଏତେ ବଡ଼ ଯୁଦ୍ଧ ଜାହାଜ ନିର୍ମାଣ କରିବାର ଘରୋଇ ସାମର୍ଥ୍ୟ ରହିଛି। ସମୁଦାୟ ୨୬୨ ମିଟର ଲମ୍ବ ଓ ୬୨ ମିଟର ଚଉଡା ସହିତ ଏହି ଜାହାଜ ୨୮ ନଟିକାଲ୍ ମାଇଲ୍ ଠାରୁ ୭୫୦୦ ନଟିକାଲ୍ ମାଇଲ୍ ଦୂରତା ଅତିକ୍ରମ କରିପାରିବ। ୨୦,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିମାନ ପରିବହନକାରୀ ପୋତ ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ। ଏହା ସ୍ୱଦେଶୀ ନିର୍ମିତ 'ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର' (ALH) ବ୍ୟତୀତ ମିଗ୍-୨୯ର ଯୁଦ୍ଧ ବିମାନ ସହିତ ୩୦ଟି ବିମାନ ସଞ୍ଚାଳିତ କରିବାର କ୍ଷମତା ରଖିଛି।