PM Modi: 'ଭାରତ ଇତିହାସରୁ ସବୁଦିନ ପାଇଁ ଲିଭିଗଲା ରାଜପଥ'
Advertisement
Article Detail0/zeeodisha/odisha1342776

PM Modi: 'ଭାରତ ଇତିହାସରୁ ସବୁଦିନ ପାଇଁ ଲିଭିଗଲା ରାଜପଥ'

Rajpath to Kartavya Path: ଦେଶ ସ୍ୱାଧୀନ ହେବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ  ପ୍ରାୟ ୭ ଦଶନ୍ଧିରୁ ଅଧିକ ସମୟ ଧରି ବାର୍ଷିକ ଗଣତନ୍ତ୍ର ଦିବସ ପାଳନ କରିବା ପର୍ଯ୍ୟନ୍ତ, ଭାରତର ରାଜଧାନୀରେ ଐତିହାସିକ ରାଜପଥ ଉପନିବେଶ ଶାସନ ସହ ଗଣତାନ୍ତ୍ରିକ ରାଷ୍ଟ୍ରର ଗୌରବକୁ ଦେଖିଛି। 

PM Modi: 'ଭାରତ ଇତିହାସରୁ ସବୁଦିନ ପାଇଁ ଲିଭିଗଲା ରାଜପଥ'

 
PM Modi inaugurates Kartavya Path: ସେପ୍ଟମ୍ବର ୭ ତାରିଖ ଗୁରୁବାର ଇଣ୍ଡିଈ ଗେଟ ଠାରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ କର୍ତ୍ତବ୍ୟପଥ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସେହି ସ୍ଥାନରେ ସ୍ଥାପନ କରାଯାଇଛି ଯେଉଁଠାରେ ଚଳିତ ବର୍ଷ ଜାନୁଆରୀ ୨୩ ତାରିଖରେ ପରକ୍ରମ ଦିବସ ଅବସରରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଏହି ଗ୍ରାନାଇଟ୍ ପ୍ରତିମୂର୍ତ୍ତି ଆମର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି। 

ଏହି ଅବସରରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆଜିର ଐତିହାସିକ କାର୍ଯ୍ୟକ୍ରମ ହେଉଛି ସମଗ୍ର ଦେଶର ଦୂରଦୃଷ୍ଟି। ଏହି ସମୟରେ ସମସ୍ତ ଦେଶବାସୀ ଏହି କାର୍ଯ୍ୟକ୍ରମ ସହିତ ଜଡିତ ଅଛନ୍ତି। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିବା ସମସ୍ତ ଦେଶବାସୀଙ୍କୁ ମୁଁ ହୃଦୟରୁ ସ୍ୱାଗତ ଜଣାଉଛି। ସ୍ୱାଧୀନତାର ଅମୃତ ମହୋତ୍ସବରେ ବର୍ତ୍ତମାନ ଦେଶ ଏକ ନୂତନ ପ୍ରେରଣା ପାଇଛି, ନୂତନ ଶକ୍ତି ପ୍ରାପ୍ତ ହୋଇଛି। ଆଜି, ଅତୀତକୁ ଛାଡି, ଆମେ ଆସନ୍ତାକାଲିର ଚିତ୍ରକୁ ନୂଆ ରଙ୍ଗରେ ରଙ୍ଗାୟିତ କରୁଛୁ। ଏହି ନୂତନ ରୂପ ଆଜି ଯେଉଁ ସବୁ ସ୍ଥାନରେ ଦୃଶ୍ୟମାନ ହେଉଛି ତାହା ଭାରତ ବର୍ଷର ଆତ୍ମବିଶ୍ୱାସ ରୂପ।

ଇଂରେଜ ଶାସନର ପ୍ରତୀକ ରହିଥବା କିଙ୍ଗସୱେ ଅର୍ଥାତ୍ ରାଜପଥ ବର୍ତ୍ତମାନ ଠାରୁ ଭାରତ ଇତିହାସରେ ସ୍ଥାନୀତ ହୋଇଛି। ବର୍ତ୍ତମାନ ଠାରୁ ଏତିହାସିକ ରାଜପଥ  କର୍ତ୍ତବ୍ୟ ପଥ ନାମରେ ଏହାର ଏକ ନୂତନ ଇତିହାସ ସୃଷ୍ଟି କରିଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଦାସତ୍ୱର ଅନ୍ୟ ଏକ ପରିଚୟରୁ ମୁକ୍ତ ହୋଇଥିବାରୁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।

ବର୍ତ୍ତମାନ ଇଣ୍ଡିଆ ଗେଟ ଠାରେ ଆମର ରାଷ୍ଟ୍ରନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପରାଧିନ ଭାରତରେ ଏଠାରେ ବ୍ରିଟିଶ ରାଜାଙ୍କ ପ୍ରତିନିଧୀଙ୍କ ପ୍ରତିମୂର୍ତ୍ତି ରହିଥିଲା। ସ୍ୱାଧିନତ୍ତୋର ଭାରତରେ ବର୍ତ୍ତମାନ ସେହି ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଏକ ଆଧୁନିକ, ଶକ୍ତିଶାଳୀ ଭାରତର ଜୀବନ ପ୍ରତିଷ୍ଠା କରିଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନେତାଜୀଙ୍କ କଳ୍ପନା ଥିଲା ଯେ, ଲାଲ କିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ କ'ଣ ଅନୁଭୂତି ମିଳିବ। ଏହି ଅନୁଭୂତିକୁ ନିଜେ ସାକ୍ଷାତ କରିଛି। ଯେତେବେଳେ ମୋତେ ଆଜାଦ ହିନ୍ଦ ସରକାରଙ୍କ ୭୫ ବର୍ଷ ପୂର୍ତ୍ତି ଅବସରରେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବାର ସୌଭାଗ୍ୟ ମିଳିଥିଲା ସେତେବେଳେ ମୋତେ ବ୍ୟକ୍ତିଗତ ଭାବେ ଏହାକୁ ଅନୁଭବ କରିବାର ସୌଭାଗ୍ୟ ମିଳିଲା। ଯଦି ରାଜପଥର ଅସ୍ଥିତ୍ୱ ଶେଷ କରି ଦିଆଯାଇ ଏହାକୁ କର୍ତ୍ତବ୍ୟ ପଥରେ ପରିଣତ କରାଯାଇ ପାରିଛି, ଯଦି ଇଂରେଜ ଶାସକ ପଞ୍ଚମ ଜର୍ଜଙ୍କ ପ୍ରତିମୂର୍ତ୍ତି ହଟାଇ ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପାରୁଛି ତାହେଲେ ଏହା ଦାସତ୍ୱ ମାନସିକତା ତ୍ୟାଗ କରିବାର ପ୍ରଥମ ଉଦାହରଣ ନୁହେଁ। ନାଁ ଏହା ଦାସତ୍ୱ ଚିନ୍ତାଧାରା ଛାଡିବାର ଆରମ୍ଭ ନା ଶେଷ।

Also Read:  Central Vista Avenue: ଆସନ୍ତାକାଲି ଉଦଘାଟିତ ହେବ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ

ବ୍ରିଟିଶ ଶାସନ କାଳରେ ପ୍ରଚଳିତ  ରହିଥିବା ଅନେକ ଆଇନକୁ ବର୍ତ୍ତମାନ ପରିବର୍ତ୍ତନ କରାଯାଇ ସାରିଛି। ବିଗତ କେତେ ଦଶନ୍ଧି ଧରି ବ୍ରିଟିଶ ସଂସଦର ସମୟ ଅନୁସରଣ କରୁଥିବା ଭାରତୀୟ ବଜେଟ ସମୟ ଏବଂ ତାରିଖ ମଧ୍ୟ ପରିବର୍ତ୍ତନ କରାଯାଇଛି। ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ବର୍ତ୍ତମାନ ଦେଶର ଛାତ୍ରଛାତ୍ରାଙ୍କୁ ବିଦେଶୀ ଭାଷାର ବାଧ୍ୟ ବାଧ୍ୟକତାରୁ ମୁକ୍ତି ଦିଆଯାଇଛି। 

ଦେଶ ସ୍ୱାଧୀନ ହେବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ  ପ୍ରାୟ ୭ ଦଶନ୍ଧିରୁ ଅଧିକ ସମୟ ଧରି ବାର୍ଷିକ ଗଣତନ୍ତ୍ର ଦିବସ ପାଳନ କରିବା ପର୍ଯ୍ୟନ୍ତ, ଭାରତର ରାଜଧାନୀରେ ଐତିହାସିକ ରାଜପଥ ଉପନିବେଶ ଶାସନ ସହ ଗଣତାନ୍ତ୍ରିକ ରାଷ୍ଟ୍ରର ଗୌରବକୁ ଦେଖିଛି। ରାଇସିନା ହିଲ କମ୍ପ୍ଲେକ୍ସ ରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଜାତୀୟ ରାଜଧାନୀର ପ୍ରସାରଣ ପରେ ସେଠାକାର ମୁଖ୍ୟ ରାସ୍ତାକୁ କିଙ୍ଗସ ୱେ ନାମରେ ନାମିତ କରାଯାଇଥିଲା। ବ୍ରିଟିଶ ସମ୍ରାଟ ପଞ୍ଚମ ଜର୍ଜ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତର କରିବା ପରେ ଏହା ନିର୍ମାଣ କରାଯାଇଥିଲା। ସ୍ୱାଧୀନତାର କିଛି ସମୟ ପରେ କିଙ୍ଗସୱେ ନାମ ପରିବର୍ତ୍ତନ କରି ଏହାକୁ ରାଜପଥ ନାମରେ ନାମିତ କରାଯାଇଥିଲା। ବର୍ତ୍ତମାନ ରାଜପଥ  କର୍ତ୍ତବ୍ୟ ପଥ ନାମରେ ନାମିତ ହୋଇଛି।