Advertisement
photoDetails0hindi

Bypoll Results: ଜାଣନ୍ତୁ, କେଉଁ ରାଜ୍ୟରେ କିଏ ମାରିନେଲା ବାଜି? ସମ୍ମାନ ବଞ୍ଚାଇଲା ବିଜେପି

ଉପନିର୍ବାଚନ ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ଆଗକୁ ହିମାଚଳ ଓ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ତେଣୁ ଏହି ନିର୍ବାଚନ ଉପରେ ଉପନିର୍ବାଚନର ପ୍ରଭାବ ପଡିପାରେ। ଏପରି କି ବିଜେପିର ମିଶନ ୨୦୨୪ର ଫଳାଫଳ ମଧ୍ୟ କିଛିକାଂଶରେ ଛଅଟି ରାଜ୍ୟର ୭ଟି ସିଟ୍ ନିର୍ଦ୍ଧାରଣ କରିବ।

ତେଲଙ୍ଗାନା

1/7
ତେଲଙ୍ଗାନା

ତେଲେଙ୍ଗାନାର ମୁନୁଗୋଡେ ଆସନରେ ହେଉଥିବା ମତଦାନ ଉପରେ ନିର୍ବାଚନ କମିଶନ ତୀକ୍ଷ୍ଣ ନଜର ରଖିଛନ୍ତି। ଜାତୀୟ ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ଟିଆରଏସ ନିକଟରେ ଦଳର ନାମ ଭାରତ ରାଷ୍ଟ୍ର ସମିତି (BRS) ନାମରେ ନାମିତ କରିଛି। ଏହି ନିର୍ବାଚନରେ ​​ପରାଜୟ ହେଲେ ରାଜନୈତିକ ମାହୋଲରେ BRSର ଏକ ନକରାତ୍ମକ ଛବି ତିଆରି ହେବ। ରାଜ୍ୟରେ ଟିଆରଏସର ବିକଳ୍ପ ଭାବରେ ନିଜକୁ ପ୍ରୋଜେକ୍ଟ କରିବାକୁ ବିଜେପି ଏକ ଯୋଜନା ପ୍ରସ୍ତୁତ କରୁଛି। ମୁନୁଗୋଡେ ଉପ-ନିର୍ବାଚନରେ ​​୪୭ ଜଣ ପ୍ରାର୍ଥୀ ଅଛନ୍ତି। କିନ୍ତୁ ତେଲଙ୍ଗାନା ରାଷ୍ଟ୍ରୀୟ ସମିତିର ପ୍ରାର୍ଥୀ କେ. ପ୍ରଭାକର ରେଡ୍ଡୀ ଓ ବିଜେପିର କେ ରାଜଗୋପାଲ ରେଡ୍ଡୀଙ୍କ ମଧ୍ୟରେ ପ୍ରତିଯୋଗିତା ଜୋରଦାର ହୋଇଥିଲା। କିଛି ରାଉଣ୍ଡ ପର୍ଯ୍ୟନ୍ତ କଂଗ୍ରେସର ପି. ଶ୍ରବନ୍ଥୀ ମଧ୍ୟ ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇଥିଲେ। ତେବେ ଟିଆରଏସ ନେତା ପ୍ରଭାକର ରେଡ୍ଡୀ ମୋଟ ୯୬୫୯୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୧୦ ହଜାରରୁ ଅଧିକ ଭୋଟରେ ପଛରେ ପକାଇ ଦେଇଛନ୍ତି। ବିଜେପିର ରାଜଗୋପାଳ ରେଡ୍ଡୀ ମୋଟ ୮୬୪୮୫ ଖଣ୍ଡ ଭୋଟ ପାଇଛନ୍ତି। 

ମୋକାମା

2/7
ମୋକାମା

ବିହାରର ମୋକାମାରେ ବାଜି ମାରିନେଲା ଆରଜେଡି। ଏହି ଆସନରେ ଶାସକ ମହାମେଣ୍ଟରେ ଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ବିରୋଧୀ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା। ମୋକାମା ଆସନ ପୂର୍ବରୁ ଆରଜେଡି ଏବଂ ଗୋପାଳଗଞ୍ଜ ବିଜେପି ଦଖଲ କରିଥିଲା। ମୋକାମାରେ ସ୍ଥାନୀୟ ବାହୁବଲୀ ଲାଲାନ ସିଂଙ୍କ ପତ୍ନୀ ସୋନମ ଦେବୀ (ବିଜେପି ପ୍ରାର୍ଥୀ)ଙ୍କୁ ଆରଜେଡି ଅନନ୍ତ ସିଂଙ୍କ ପତ୍ନୀ ନୀଲମ ଦେବୀ ୧୬୯୨୫ ଭୋଟରେ ହରାଇଛନ୍ତି। ଆରଜେଡି ବିଧାୟକ ଅନନ୍ତ କୁମାର ସିଂଙ୍କ ଅଯୋଗ୍ୟତା କାରଣରୁ ମୋକାମାରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

ଗୋପାଳଗଞ୍ଜ

3/7
ଗୋପାଳଗଞ୍ଜ

ଚାରିଥର ବିଜେପି ବିଧାୟକ ସୁଭାଷ ସିଂଙ୍କ ମୃତ୍ୟୁ ପରେ ବିହାରର ଗୋପାଳଗଞ୍ଜରେ ଉପ-ନିର୍ବାଚନ ହୋଇଛି। ଦଳ ସିଂଙ୍କ ପତ୍ନୀ କୁସୁମ ଦେବୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା।  ବିଜେପିର ଜାତି ସମୀକରଣକୁ ଦେଖି ଆରଜେଡି ବୈଜୟନ୍ତ ସମ୍ପ୍ରଦାୟର ମୋହନ ପ୍ରକାଶ ଗୁପ୍ତାଙ୍କୁ ଟିକେଟ୍ ଦେଇଛିଲା। କିନ୍ତୁ ବିଜେପିର ରଣନୀତି ଗୋପାଲଗଞ୍ଜରେ ସଫଳ ହୋଇଛି। ଗୁପ୍ତାଙ୍କୁ କୁସୁମ ଦେବୀ ୧୭୮୯ ଭୋଟରେ ହରାଇ ଦଳର ସମ୍ମାନ ବଞ୍ଚାଇଛନ୍ତି। ଗୋପାଳଗଞ୍ଜ ହେଉଛି ଆରଜେଡି ସଭାପତି ଲାଲୁ ପ୍ରସାଦ ଏବଂ ତାଙ୍କ ପତ୍ନୀ ରାବଡି ଦେବୀଙ୍କ ଗୃହ ଜିଲ୍ଲା।

ଆନ୍ଧେରି (ପୂର୍ବ)

4/7
ଆନ୍ଧେରି (ପୂର୍ବ)

ମହାରାଷ୍ଟ୍ରର ମୁମ୍ବାଇର ଆନ୍ଧେରି (ପୂର୍ବ) ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥିଲା। ଗତ ମାସରେ ଏହି ଉପନିର୍ବାଚନରୁ ବିଜେପି ଓହରିଯିବା ପରେ ସେଠାରେ କେବଳ ଔପଚାରିକତା ପାଇଁ ମତଦାନ ହୋଇଥିଲା। ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ଦଳର ପ୍ରାର୍ଥୀ ରୁତୁଜା ଲାଟେ ଏକ ତରଫା ବିଜୟ ହାସଲ କରିଛନ୍ତି। ସେ ୬୬ ହଜାର ୨୪୭ ଖଣ୍ଡ ଭୋଟ ପାଇ ବିଜୟ ହୋଇଛନ୍ତି। ରୁତୁଜାଙ୍କ ବିରୋଧରେ ଛଅ ଜଣ ପ୍ରାର୍ଥୀ ଥିଲେ, ସେଥିମଧ୍ୟରୁ କାହାରିକୁ ୧୬୦୦ରୁ ଅଧିକ ଭୋଟ ମିଳିନାହିଁ।  ଚଳିତ ବର୍ଷ ମେ ମାସରେ ରୁତୁଜା ଲାଟେଙ୍କ ସ୍ୱାମୀ ତଥା ଶିବସେନା ବିଧାୟକ ରମେଶ ଲାଟେଙ୍କ ମୃତ୍ୟୁ ହେତୁ ଆନ୍ଧେରି (ପୂର୍ବ) ଆସନରେ ଉପନିର୍ବାଚନ ହେଉଛି।

ଆଦମପୁର

5/7
ଆଦମପୁର

ଭଜନ ଲାଲଙ୍କ ସାନପୁଅ କୁଲଦୀପ ବିଷ୍ଣୋଇଙ୍କ ଇସ୍ତଫା କାରଣରୁ ହରିୟାଣାର ଆଦମପୁର ଆସନରେ ଉପ-ନିର୍ବାଚନ ହୋଇଛି। ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବରେ କୁଲଦୀପଙ୍କ ପୁଅ ଭବ୍ୟଙ୍କୁ ମଇଦାନକୁ ପଠାଥିଲା। ଆଉ ସେ ନିଜ ପରିବାରର ରାଜନୈତିକ ସତ୍ତାକୁ ବଞ୍ଚାଇ ରଖିଛନ୍ତି। ଭବ୍ୟ ୧୫ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି। ୬୭୩୭୬ ଭୋଟ ସହ କଂଗ୍ରେସର ଜୟ ପ୍ରକାଶ ଦ୍ୱତୀୟ ସ୍ଥାନରେ ରହିଛନ୍ତି। ୧୯୬୮ରୁ ଆଦମପୁର ଆସନ ଭଜନ ଲାଲ ପରିବାରର ଦବଦବା ରହି ଆସିଛି। ଭବ୍ୟଙ୍କ ପିତା କୁଲଦୀପ ଚଳିତ ବର୍ଷ ଅଗଷ୍ଟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। 

ଧାମନଗର

6/7
ଧାମନଗର

ଗୋଲା ଗୋକର୍ଣ୍ଣନାଥ ଭଳି ଓଡିଶାର ଧାମନଗରେ ବିଜେପିର ଚାଲ କାମ କରିଛି। ଧାମନଗରରେ ମଧ୍ୟ ଦଳ ଅନୁକମ୍ପାମୂଳକ ଭୋଟ ସହ ସିଟ୍ ବଞ୍ଚାଇଛି। ଏହି ଆସନରେ ଚର୍ତୁମୁଖି ଲଢେଇ ଦେଖିବାକୁ ମିଳିଥିଲା। ବିଜେପି, ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରିଥିଲା। କଂଗ୍ରେସ, ବାବା ହରେକୃଷ୍ଣ ସେଠୀ ଓ ବିଜେଡି ଅବନ୍ତୀ ଦାସଙ୍କୁ ଟିକଟ ଦେଇଥିଲା। ବିଜେଡି ଟିକଟ ନପାଇ ରାଜୁ ଦାସ ସ୍ୱାଧିନ ଭାବେ ନିର୍ବାଚନ ଲଢୁଥିଲେ। ତେବେ ପଞ୍ଚମ ପ୍ରାର୍ଥୀ ଭାବେ ପବିତ୍ର ମୋହନ ଦାସ ସ୍ୱାଧିନ ଭାବେ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ। କିନ୍ତୁ ମୋଟ ୯୮୦୨ ଭୋଟରେ ଅବନ୍ତୀଙ୍କୁ ହରାଇ ସୂର୍ଯ୍ୟବଂଶୀ ସୁରଜ ଧାମନଗରର ନୂଆ ବିଧାୟକ ହୋଇଛନ୍ତି। ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଧାମନଗର ଉପନିର୍ବାଚନ ହୋଇଥିଲା।

ଗୋଲା ଗୋକର୍ଣ୍ଣନାଥ

7/7
ଗୋଲା ଗୋକର୍ଣ୍ଣନାଥ

ଉତ୍ତର ପ୍ରଦେଶର ଲାଖୀମପୁର-ଖେରି ଜିଲ୍ଲାର ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନକୁ ବି ବିଜେପି ବଞ୍ଚାଇ ରଖିବାରେ ସଫଳ ହୋଇଛି। ଏଠି ମଧ୍ୟ ବିଜେପି ସମବେଦନା ମୂଳକ ଭୋଟ ହାତେଇଛି। ସ୍ୱର୍ଗତ ଅରବିନ୍ଦ ଗିରିଙ୍କ ପୁଅ ଅମନ ଗିରି ୩୪ ହଜାରରୁ ଊର୍ଦ୍ଧ୍ୱ ଭୋଟରେ । ସେପଟେ ସପା, ତାର ପୂର୍ବତନ ବିଧାୟକ ବିନୟ ତିୱାରୀଙ୍କୁ ପ୍ରାର୍ଥୀ କରିଛି। ସେପ୍ଟେମ୍ବର ୨୨ରେ ଏହି ଆସନର ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା। ମାୟାବତୀ ଓ କଂଗ୍ରେସ, ଗୋଲା ଗୋକର୍ଣ୍ଣନାଥ ଉପନିର୍ବାଚନରୁ ଓହରି ଯାଇଛନ୍ତି।