Patra Chawl Scam Case: ଜେରା ବେଳେ ଚୁପ ହୋଇଗଲେ ସଞ୍ଜୟ ରାଉତ, ଦେଇପାରିଲେ ନାହିଁ ୧୯ ପ୍ରଶ୍ନର ଉତ୍ତର
Advertisement

Patra Chawl Scam Case: ଜେରା ବେଳେ ଚୁପ ହୋଇଗଲେ ସଞ୍ଜୟ ରାଉତ, ଦେଇପାରିଲେ ନାହିଁ ୧୯ ପ୍ରଶ୍ନର ଉତ୍ତର


Patra Chawl Land Scam: ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡ଼ି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜେରା କରିବା ବେଳେ  ଏପରି ୧୯ ପ୍ରଶ୍ନ ପଚାରିଛି ଯାହାର ଉତ୍ତର ଦେଇପାରନ୍ତି ନାହାଁନ୍ତି ସେ। 

Patra Chawl Scam Case: ଜେରା ବେଳେ ଚୁପ ହୋଇଗଲେ ସଞ୍ଜୟ ରାଉତ, ଦେଇପାରିଲେ ନାହିଁ ୧୯ ପ୍ରଶ୍ନର ଉତ୍ତର

ED Interrogation to Sanjay Raut: ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଜୁଲାଇ ୩୧ ତାରିଖ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୯ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ସେହି ଦିନ ମଧ୍ୟରାତ୍ରୀରେ ଗିରଫ କରିଥିଲା। ଏହି ଘଟଣାରେ ହେଉଥିବା ତଦନ୍ତରେ ସଞ୍ଜୟ ରାଉତ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଛି ଇଡ଼ି। ସୋମବାର ଦିନ ପିଏମଏଲଏ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ସଞ୍ଜୟ ରାଉତଙ୍କୁ ରିମାଣ୍ଡରେ ନେବା ଲାଗି ଆବେଦନ ଉପରେ ଶୁଣାଣି କରି ଏହାର ରାୟ ଶୁଣାଇଛନ୍ତି। ଅଗଷ୍ଟ ୪ ପର୍ଯ୍ୟନ୍ତ କୋର୍ଟ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡକୁ ପଠାଇଛନ୍ତି। ହେଲେ ଇଡି ଶିବସେନା ସାଂସଦଙ୍କୁ ୮ ଦିନିଆ ହେପାଜତକୁ ନେବା ଲାଗି ଅବେଦନ କରିଥିଲା। ଏହି ଦୁର୍ନୀତି ମାମଲାରେ ୪ ଥର ସମନ ଜାରି କରାଯିବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ କେବଳ ଥରେ ହାଜର ହୋଇଥିଲେ ବୋଲି କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲା ସହ ଜଡିତ ଦସ୍ତାବିଜ ସହ ସଞ୍ଜୟ ରାଉତ ହେରଫେର କରିବା ନେଇ ଅଭିଯୋଗ କରିଛି ଇଡି।

ମାତ୍ର ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ (Patra Chawl Land Scam) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଇଡ଼ି (ED) ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ (Shiv Sena MP Sanjay Raut) ଜେରା କରିବା ବେଳେ  ଏପରି ୧୯ ପ୍ରଶ୍ନ ପଚାରିଛି ଯାହାର ଉତ୍ତର ଦେଇପାରନ୍ତି ନାହାଁନ୍ତି ସେ। 

୧. ଆପଣ ପ୍ରବୀଣ ରାଉତଙ୍କୁ ଜାଣିଛନ୍ତି କି? ଉତ୍ତର - ହଁ। ଆଲିବାଗ ଠାରେ ସଞ୍ଜୟ ରାଉତ କିଣିଥିବା ଜମି କିଣିବା ପାଇଁ ବିପୁଳ ପରିମାଣର ନଗଦ ଟଙ୍କା ଦିଆଯାଇଛି। ଏହି ନଗଦ  ଟଙ୍କା ସଞ୍ଜୟ ରାଉତଙ୍କୁ ପ୍ରବୀଣ ରାଉତ ପ୍ରଦାନ କରିଥିଲେ।

୨,. ଆପଣ କେବେଠୁ ପ୍ରବୀଣ ରାଉତଙ୍କୁ ଜାଣିଛନ୍ତି? ଉତ୍ତର - ୨୦୧୨-୧୩ ବର୍ଷରୁ ମୋ ପତ୍ନୀଙ୍କ ମାଧ୍ୟମରେ। ଯେଉଁଠି ଇଡି ପାଖରେ ଖବର ଅଛି ଯେ ସଞ୍ଜୟ ରାଉତ ପୂର୍ବରୁ ପ୍ରବୀଣ ରାଉତଙ୍କୁ ଜାଣିଛନ୍ତି ଏବଂ ସେ ସଞ୍ଜୟ ରାଉତଙ୍କ ଫ୍ରଣ୍ଟମ୍ୟାନ୍ ଭାବେ କାମ କରୁଥିଲେ | ଅର୍ଥାତ୍ ସଞ୍ଜୟ ରାଉତ ନିଶ୍ଚିତ ଭାବେ ତାଙ୍କ ବାବଦରେ କିଛି ଲୁଚାଉଛନ୍ତି।

୩. ଆପଣ ଜାଣିଛନ୍ତି କି ପ୍ରବୀଣ ରାଉତ ପାତ୍ରାଚଲ୍ ପୁନଃନିର୍ମାଣରେ ଜଡିତ ଅଛନ୍ତି? ଏହି ପ୍ରଶ୍ନର କୌଣସି ଉତ୍ତର ଦେଇନାହାଁନ୍ତି ସେ। 

୪.ଆଲିବାଗ ଜମି କିଣିବା ପାଇଁ ଆପଣ ନଗଦ କାରବାର କରିଥିଲେ କି? ଏହି ପ୍ରଶ୍ନର କୌଣସି ଉତ୍ତର ଦେଇନାହାଁନ୍ତି ସେ। 

୫.କିନ୍ତୁ ଜମି ବିକ୍ରେତାମାନେ ନଗଦ କାରବାରକୁ ନିଶ୍ଚିତ କରିଛନ୍ତି। ସେ କାହିଁକି ଏକଥା କହିଲା ତାହା ମୁଁ ଜାଣେ ନାହିଁ। ଇଡି ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ଆଲିବାଗ କିହିମ ବିଚ ଠାରେ କିଣାଯାଇଥିବା ଜମିର ବିକ୍ରେତା ନଗଦ କାରବାରକୁ ସ୍ୱୀକାର କରିଛନ୍ତି ଏବଂ ସାକ୍ଷୀ ମଧ୍ୟ ଏହା ନିଶ୍ଚିତ କରିଛନ୍ତି।

୬. ଆପଣ ୨୦୧୦-୧୧ ବର୍ଷରେ ଆଲିବାଗ ଠାରେ ଦଶଟି ଜମି କିଣିଛନ୍ତି? ଉତ୍ତର- ହଁ

୭. ତାହେଲେ ଆପଣ କିପରି କହିପାରିବେ ଯେ ଆପଣ ଏବଂ ପ୍ରବୀଣ ୨୦୧୩ ବର୍ଷରେ ସାକ୍ଷାତ ହୋଇଥିଲେ  ଯେତେବେଳେ ଆପଣ ପ୍ରବୀଣ ରାଉତ ଦେଇଥିବା ଟଙ୍କା ସହିତ ଜମି କିଣିଥିଲେ। ସଞ୍ଜୟ ରାଉତ ଏହି ପ୍ରଶ୍ନର ଏକ ଗୋଳମାଳିଆ ଉତ୍ତର ଦେଇଥିଲେ।

୮. ଆଲିବାଗ ଠାରେ ଜମି କିଣିବାକୁ କେତେ ଟଙ୍କା ଦେଇଥିଲେ? ଏହି ପ୍ରଶ୍ନର ଉତ୍ତର ଦେଇନଥିଲେ ସେ। 

୯. ଜମି କିଣିବା ପାଇଁ ପ୍ରବୀଣ ରାଉତ କେତେ ନଗଦ ଦେଇଥିଲେ? ସଞ୍ଜୟ ରାଉତ ଏହି ପ୍ରଶ୍ନର କୌଣସି ଉତ୍ତର ଦେଇନାହାଁନ୍ତି।

୧୦. ପ୍ରବୀଣଙ୍କ ଦ୍ୱାରା ଆପଣଙ୍କ ଏବଂ ଆପଣଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଥିଲା? ଏହି ପ୍ରଶ୍ନ ଉପରେ ସଞ୍ଜୟ ରାଉତଙ୍କ ପକ୍ଷରୁ ରଖାଯାଇଥିବା  ଉତ୍ତରରେ ଇଡି ସନ୍ତୁଷ୍ଟ ନୁହେଁ।  ସେ ଏହି ପ୍ରଶ୍ନର ଉପଯୁକ୍ତ ଜବାବ ଦେଇପାରିନଥିଲେ।

୧୧. ଆପଣଙ୍କର ଅନେକ ବିଦେଶୀ ଯାତ୍ରା ପାଇଁ ପ୍ରବୀଣ ରାଉତଙ୍କ ଦ୍ୱାରା ଅର୍ଥ ପ୍ରଦାନ କରାଯାଇଥିଲା? ଏହି ପ୍ରଶ୍ନର ଉତ୍ତରରେ ନାହିଁ କହିଥିଲେ ସଞ୍ଜୟ ରାଉତ। ଇଡି ପାଖରେ ଖବର ଅଛି ଯେ ପ୍ରବୀଣ ରାଉତ ସଞ୍ଜୟ ରାଉତ ଏବଂ ତାଙ୍କ ପରିବାରର ବିଦେଶ ଯାତ୍ରାକୁ ଅନେକ ଥର ଅର୍ଥ ପ୍ରଦାନ କରିଛନ୍ତି। ଏହାର ପ୍ରମାଣ ଇଡି ପାଖରେ ରହିଛି।

୧୨. ୨୦୧୦ ବର୍ଷରୁ ୨୦୧୧ ମଧ୍ୟରେ, ପ୍ରବୀଣ ରାଉତ ଆପଣଙ୍କୁ ପ୍ରତି ମାସରେ ୨ ଲକ୍ଷ ଟଙ୍କା ଦେଇଥିଲେ? ସଞ୍ଜୟ ରାଉତ ଏହି ପ୍ରଶ୍ନର କୌଣସି ଉତ୍ତର ଦେଇନାହାଁନ୍ତି। ପୂର୍ବରୁ ଗିରଫ ହୋଇଥିବା ପ୍ରବୀଣ ରାଉତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଜଣାଇଥିଲେ ଯେ ପ୍ରତି ମାସରେ ସଞ୍ଜୟ ରାଉତଙ୍କୁ ୨ ଲକ୍ଷ ଟଙ୍କା ଦିଆଯାଇଥିଲା।

୧୩. ଆପଣ ସ୍ୱପ୍ନା ପାଟକରଙ୍କୁ ଜାଣିଛନ୍ତି କି? ଉତ୍ତର - ହଁ 
୧୪. କିପରି? ଉତ୍ତର - ସେ ମୋ ସହ ସାମନା ରେ କାମ କରୁଥିଲା। 
୧୫. ଆପଣ ସ୍ୱପ୍ନା ପାଟକର ଏବଂ ଆପଣଙ୍କ ପତ୍ନୀଙ୍କ ନାମରେ ଆଲିବାଗ ଠାରେ ଜମି ନେଇଥିଲେ? ଉତ୍ତର - ସ୍ୱପ୍ନା ପାଟକର କଥା ଜଣା ନାହିଁ, ଏହା ପତ୍ନୀଙ୍କ ନାମରେ ନିଆଯାଇଥିଲା। 

ସ୍ୱପ୍ନା ପାଟକର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କହିଛନ୍ତି ଯେ ସଞ୍ଜୟ ରାଉତ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ଏବଂ ତାଙ୍କ ନିର୍ଦ୍ଦେଶରେ ସ୍ୱାପ୍ନାଙ୍କ ନାମରେ ଆଲିବାଗ ଠାରେ ଜମି ନିଆଯାଇଥିଲା। ଯେଉଁଥିପାଇଁ  ନଗଦ ଟଙ୍କା ମାଧ୍ୟମରେ ଚୁକ୍ତି ହୋଇଥିଲା। ପ୍ରଶ୍ନ ଉଠୁଛି ଯେ ସଞ୍ଜୟ ରାଉତ ଏଠାରେ କଣ ଲୁଚାଉଛନ୍ତି।

୧୬. ଅବନୀ ଇନଫ୍ରାଷ୍ଟ୍ରକଚର୍ କାହାର? ଉତ୍ତର: ମୋ ପତ୍ନୀ ବର୍ଷା ରାଉତଙ୍କର। 
୧୭. ଏଥିରେ ଆଉ କିଏ ସହଯୋଗୀ ଅଛନ୍ତି? ଉତ୍ତର - ମାଧୁରୀ ରାଉତ।
୧୮.ମାଧୁରୀ ରାଉତ କିଏ? ଉତ୍ତର - ପ୍ରବୀଣ ରାଉତଙ୍କ ପତ୍ନୀ।
୧୯. ଅବନୀ ଇନଫ୍ରାଷ୍ଟ୍ରକଚର୍  କେବଳ ୫ ହଜାର ୬ ଟଙ୍କା ବିନିଯୋଗ ବଦଳରେ ୧୩ ଲକ୍ଷ ୯୫ ହଜାର ଟଙ୍କା ପାଇଥିଲା? ଉତ୍ତର - ଜଣା ନାହିଁ।

Also Read: Patra Chawl Land Scam: ୪ ଅଗଷ୍ଟ ପର୍ଯ୍ୟନ୍ତ ଇଡି ହେପାଜତକୁ ଗଲେ ସଞ୍ଜୟ ରାଉତ