Padampur ByPoll: ଆଜି ୧୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ଭୋଟ ପୂର୍ବରୁ ଉଡ଼ିଲା ଟଙ୍କା!
Advertisement

Padampur ByPoll: ଆଜି ୧୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ଭୋଟ ପୂର୍ବରୁ ଉଡ଼ିଲା ଟଙ୍କା!

Padampur ByPoll: ଆଜି ପଦ୍ମପୁରରେ ଉପନିର୍ବାଚନ ହେଉଛି। ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଛି। ଏନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଏଥିପାଇଁ ୧ ହଜାର ୪୧୩ ଜଣ ପୋଲିସ କର୍ମଚାରୀ, ୯ କମ୍ପାନୀ ସିଆରପିଏଫ ଟ୍ରୁପ୍ ନିୟୋଜିତ ହୋଇଛନ୍ତି । ୨ ଲକ୍ଷ ୫୭ ହଜାରରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ୧୨ ପ୍ରକାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ୍ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି (Government Holiday) ଘୋଷଣା ହୋଇସାରିଛି ।  

 

  Padampur ByPoll: ଆଜି ୧୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ଭୋଟ ପୂର୍ବରୁ ଉଡ଼ିଲା ଟଙ୍କା!

Padampur ByPoll: ଆଜି ପଦ୍ମପୁରରେ ଉପନିର୍ବାଚନ ହେଉଛି। ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଛି। ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତିନି ପ୍ରମୁଖ ଦଳ କଂଗ୍ରେସ, ବିଡେପି, ବିଜେଡି ସମେତ ମୋଟ ୧୦ଟି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଚାଲିଛି। ପଦ୍ମପୁରରେ ୨ ଲକ୍ଷ ୬୯ ହଜାରରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିବେ। ଉପନିର୍ବାଚନ ପାଇଁ ପଦ୍ମପୁରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ଏଥିପାଇଁ ୧ ହଜାର ୪୧୩ ଜଣ ପୋଲିସ କର୍ମଚାରୀ, ୯ କମ୍ପାନୀ ସିଆରପିଏଫ ଟ୍ରୁପ୍ ନିୟୋଜିତ ହୋଇଛନ୍ତି। 

ଆଜି ରାଜ୍ୟରେ ହାଇଭୋଲଟେଜ୍ ଉପନିର୍ବାଚନ ହେଉଛି। ପଦ୍ମପୁର ଉପନିର୍ବାଚନରେ  ବିଜେପି, ବିଜେଡି ଓ କଂଗ୍ରେସ ବ୍ୟତୀତ ଅନ୍ୟ ୭ଟି ଦଳ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସକାଳ ୭ରୁ କଡା ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି। ଶୀତର ପ୍ରକୋପ ଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ସୁଦ୍ଧା ମତଦାନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛି। ଉପନିର୍ବାଚନକୁ ନେଇ ପଦ୍ମପୁରରେ କୌଣସି ପ୍ରକାରର ବଡଧରଣର ହିଂସାକାଣ୍ଡ ଘଟିନାହିଁ, କିନ୍ତୁ ଟଙ୍କାବଣ୍ଟା ଅଭିଯୋଗ ଆଣି ବିଡେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। 

Also Read: Padampur ByPoll: କହୁଛି ପଦ୍ମପୁର, ବାହାର ଲୋକ ଏରିଆ ଛାଡ଼

ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ଭାଇଙ୍କୁ ଶନିବାର ସରାଇକେଲା ଗାଁରେ ଗ୍ରାମବାସୀମାନେ ଘେରାଓ କରଥିଲେ। ଅନ୍ୟପଟେ ଜୁନାଗଡର ପୂର୍ବତନ ବିଧାୟକ ହିମାଂଶୁ ଶେଖର ମେହେରଙ୍କୁ ଝାଡବନ୍ଧ ଅଞ୍ଚଳରେ ପୋଲିସ ଅଟକ ରଖିଥିଲା। ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣି ଉଭୟ ବିଜେପି ଓ ବିଜେଡି ନିର୍ବାଚନ କମିଶନର ଦ୍ୱାରସ୍ଥ ହୋଇଛନ୍ତି। ପଦ୍ମପୁରରେ ଭୋଟରଙ୍କୁ କିଣିବା ପାଇଁ ବିଜେପି ଟଙ୍କା ବାଣ୍ଟୁଛି। ଏଥିରେ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସଂସ୍ଥା ସାହାଯ୍ୟ କରୁଛି ବୋଲି ବିଜେଡି ପ୍ରତିନିଧି ଦଳ ଅଭିଯୋଗ କରିଛି। ବିଜେପି ମଧ୍ୟ ଏହି ସମାନ ଅଭିଯୋଗ ଆଣିଛି।  

ସେପଟେ ପଦ୍ମପୁର ଉପନିର୍ବାନର ଓପିନିୟନ ପୋଲ୍ (Opinion Poll) ଓ ଏକଜିଟ୍ ପୋଲ୍ (Exit Poll) ଉପରେ ସୋମବାର ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ନିଷେଧାଦେଶ ଲାଗିଛି। ଯଦି କୌଣସି ଇଭିଏମରେ ତ୍ରୁଟି ଆସିଲେ ଅଧଘଣ୍ଟା ଭିତରେ ଏହାକୁ ପରିବର୍ତ୍ତନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ପଦ୍ମପୁରରେ ସର୍ବମୋଟ ୩୧୯ ବୁଥ୍ ମଧ୍ୟରୁ ୩୦୬ଟିର ନାମ ବଦଳିଛି। ୧୫ଟି ମଡେଲ ବୁଥ, ୬ପିଙ୍କ୍ ବୁଥର ବ୍ୟବସ୍ଥା ହୋଇଛି। ୭୯ ସମ୍ବେଦନଶୀଳ ବୁଥ ଉପରେ କଡା ନଜର ରଖାଯାଇଛି ଓ ୧୨୦ ବୁଥରେ ଓ୍ୱେବକାଷ୍ଟିଂ, ୬୭ ବୁଥରେ ସିସିଟିଭି ନଜରରେ ଅଛି। ୪୬ଟି ବୁଥ ମାଓ ପ୍ରବଣ ଅଞ୍ଚଳରେ ଥିବାରୁ ପୋଲିଂ ପାର୍ଟିର (Polling Party) ରାତ୍ର ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାରେ ମତଦାନ ଶେଷ କରିବାକୁ ନିର୍ବାଚନ କମିଶନ, ଜିଲ୍ଲାବାସୀଙ୍କ ସମର୍ଥନ ଲୋଡିଛନ୍ତି। 

 

Also Read: Padampur ByPoll 2022: ବର୍ଷାଙ୍କୁ ଅପରାଜିତାଙ୍କ ଟାର୍ଗେଟ, ଝିଅ ବାହାହେଲା ପରେ ଶାଶୂଘରର ବାପଘରର