Odisha BJP: ନିର୍ବାଚନ ପୂର୍ବରୁ ବିଜେପି ହାତ ଧରିଲେ ଶତାଧିକ ବିଜେଡି଼-କଂଗ୍ରେସ ନେତା
Advertisement
Article Detail0/zeeodisha/odisha2086835

Odisha BJP: ନିର୍ବାଚନ ପୂର୍ବରୁ ବିଜେପି ହାତ ଧରିଲେ ଶତାଧିକ ବିଜେଡି଼-କଂଗ୍ରେସ ନେତା

Odisha BJP Unit: ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ ବିଜେପି ହାତ ଧରିଛନ୍ତି ଶତାଧିକ ବିଜେଡି଼-କଂଗ୍ରେସ ନେତା 

 

Odisha BJP: ନିର୍ବାଚନ ପୂର୍ବରୁ ବିଜେପି ହାତ ଧରିଲେ ଶତାଧିକ ବିଜେଡି଼-କଂଗ୍ରେସ ନେତା

Odisha BJP Mishrana Parba: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ବିଜେପି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବିଶ୍ୱାସ ବୃଦ୍ଧି ପାଇ ଚାଲିଛି। ରାଜ୍ୟରେ ଛାୟା ସରକାରର ଶାସନ ଚାଲିଛି। ଏହି ସରକାରକୁ ବିତାଡି଼ତ କରାଯିବା ଆବଶ୍ୟକ। ଆଗାମୀ ଦିନରେ ରାଜ୍ୟରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ। ରାଜ୍ୟରେ ବିଜେପି ହିଁ ଏକମାତ୍ର ବିକଳ୍ପ ହେବ। ମୋଦି ସରକାରଙ୍କ ଗ୍ୟାରେଣ୍ଟି ଉପରେ ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଛି। ଏହି କ୍ରମରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବ ରାଜ୍ୟର ଦଳୀୟ ସଙ୍ଗଠନକୁ ଆହୁରି ଅଧିକ ମଜବୁତ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତା କର୍ମୀଙ୍କ ଭରସା ହରାଉଛନ୍ତି। ବିଜେଡି-କଂଗ୍ରେସ ନେତା ବିଜେପି ମୁହାଁ ହେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବର ଡାୟଲ କରି ଦଳର ସଦସ୍ୟତା ନେବାକୁ କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ବିଜେଡି଼ ନେତା ତଥା ପୂର୍ବତନ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପାଟ୍ଟଯୋଶୀ, ବିଜେଡି଼ ନେତା ଦେବ ପ୍ରସାଦ ନାଏକ, ରୁଦ୍ର ମାଝୀ, ପିତାମ୍ବର ମାଝୀ, ପୂର୍ବତନ ସମିତି ସଭ୍ୟ ବିଷ୍ଣୁ ପ୍ରସାଦ ଭଇଁସାଲ ପ୍ରମୁଖ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ୨୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ  ଜଗନ୍ନାଥ ମଲ୍ଲିକ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପି ହାତ ଧରିଛନ୍ତି। ତାଙ୍କ ସହ ବିଜେଡି଼ ନେତା ରବିନ୍ଦ୍ର କୁମାର ଗଜେନ୍ଦ୍ର ମହାପାତ୍ର, ୱାର୍ଡ ମେମ୍ବର ମଦନ ମୋହନ ପ୍ରଧାନ, ଡାକ୍ତର ସିଂହ, ହରିହର ମହାର୍ଣ୍ଡା, ସୁଦାମ ଗୋଚ୍ଛାୟତ, ସତ୍ୟବାନ ଘୋଷ, ଅଜିତ କୁମାର ମହାପାତ୍ର, ଜୀବନ କୁମାର ମହାପାତ୍ର, ଦୀପକ ଲୋଚନ ଘୋଷ, ଦୀପକ ନାୟକ, ରତିକାନ୍ତ ବେହେରା, ସନ୍ତୋଷ କୁମାର ସିଂହ, ଡାକ୍ତର ମହାନ୍ତ. କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଅଜୟ କୁମାର, ସୁଶାନ୍ତ କୁମାର ବେହେରା ପ୍ରମୁଖ ଶତାଧିକ ସମର୍ଥକ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି।

ଛାତ୍ର କଂଗ୍ରେସ ପୂର୍ବତନ ରାଜ୍ୟ ଶାଖା ସଭାପତି ଇତିସ୍ ପ୍ରଧାନ ଆନୁଷ୍ଠାନିକ ଭାବେ ମଙ୍ଗଳବାର ବିଜେପି ହାତ ଧରିଛନ୍ତି। ତାଙ୍କ ସହ ଛାତ୍ର କଂଗ୍ରେସ ପୂର୍ବତନ ରାଜ୍ୟ ଶାଖା ଉପସଭାପତି ବିପ୍ଳବ ପରିଡା, ନବୀନ କୁମାର ପଣ୍ଡା, ଛାତ୍ର କଂଗ୍ରେସ ନେତା ସଞ୍ଜୀବ କୁମାର ଭୋଇ, ସାଗର ଦାସ, ବିକାଶ ବାଲାଦିତ୍ୟ, ଦେବେନ୍ଦ୍ର ଦାସ, ଅଭିଷେକ ପରିଡା, ଜ୍ୟୋତି ସାମଲ, ବିଜୟ କୁମାର ପଲାଇ, ଅମିତ ଧଳ ପ୍ରମୁଖଙ୍କ ସମେତ ଶତାଧିକ ଯୁବ କଂଗ୍ରେସ କର୍ମୀ ବିଜେପି ହାତ ଧରିଛନ୍ତି। ଏହି ଅବସରରେ ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଗ୍ରୁପର ଚେୟାରମ୍ୟାନ ଦୀନବନ୍ଧୁ ନାୟକଙ୍କ ନେତୃତ୍ୱରେ ସୀତାକାନ୍ତ ଦାସ, ଅନୀଲ କୁମାର ପାତ୍ର, ଅକ୍ଷୟ ସାହୁ, ତପନ କୁମାର ସାମଲ, ୱାଇ ଭେଙ୍କେଟ ସେନାପତି, ଗଣେଶ୍ୱର ବେହେରା, ପ୍ରଭାତ ସ୍ୱାଇଁ, ସୁକାନ୍ତ କୁମାର ମଲ୍ଲିକ, ଆଇନଜୀବୀ ପ୍ରଚେତସ୍ ପ୍ରିୟୋତସ, ବିଭୂକଲ୍ୟାଣ ମହାନ୍ତି, ଶାରଦାକାନ୍ତ ପଟ୍ଟନାୟକ, ଆକାଶ ବରାଇ, ରବୀନ୍ଦ୍ର ଜେନା ପ୍ରମୁଖ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଥିଲେ।

ପୁରୀ ଜିଲ୍ଲା କୈବର୍ତ ମହାସଂଘ ସଭାପତି ଜୟନ୍ତ କୁମାର ବେହେରା, କୋରଣା ପଞ୍ଚୟତର କଂଗ୍ରେସ ନେତା ସିଦ୍ଧେଶ୍ୱର ସ୍ୱାଇଁ, ସିପିଏମ ନେତା ନବଘନ ସ୍ୱାଇଁ, ବିଜେଡି଼ ନେତା କାହ୍ନୁଚରଣ ବେହେରା, ଭୀମସେନ ବାରିକ, ଅଲେଖ ନାୟକ, ଗଣେଷ ଚନ୍ଦ୍ର ବେହେରା, ଚୁରୀଆନା ପଞ୍ଚାୟତ ସମ୍ପାଦକ ଭ୍ରମବର ବେହେରା, କୋଣାର୍କ ଅଚ୍ୟୁତପୁର ଗ୍ରାମ ପଞ୍ଚାୟତର କାଳୁ ବିଶ୍ୱାଳ, ସମୀର ମଲ୍ଲିକ, କାଳନ୍ଦୀ ରାଉତରାୟ, ମାନସ କୁମାର ଦାସ, ସରିପୁର ପଞ୍ଚାୟତର କଂଗ୍ରେସ ସରପଞ୍ଚ ଲିଙ୍ଗରାଜ ଦାସ, ଜୟପ୍ରକାଶ ବେହେରା, ସୁତନ ପଞ୍ଚାୟତର ବ୍ରହ୍ମାନନ୍ଦ ରାଉତ, କୃଷ୍ଣଚନ୍ଦ୍ର ପ୍ରଧାନ, ସୁସମ୍ପତ ମିଶ୍ର, ରୁଦ୍ରନାରାୟଣ ରାଉତ, ଶୁଭମ ସାଇ, ସୌମ୍ୟକାନ୍ତ ରାଉତ ପ୍ରମୁଖ ଶତାଧିକ ବିଜେଡି, କଂଗ୍ରେସ ଏବଂ ସମାଜସେବୀ ଆଜି ଆନୁଷ୍ଠାନିକ ଦଳରେ ମିଶିଛନ୍ତି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ନିର୍ବାଚନମଣ୍ଡଳୀର ବିଶିଷ୍ଟ ବୁଦ୍ଧିଜୀବି ତଥା ଅବସରପ୍ରାପ୍ତ ସରକାରୀ ଅଧିକାରୀ ହରେକୃଷ୍ଣ ସାହୁ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି।

ରାଜ୍ୟରେ ପାଣି ପାଇଁ ଲୋକ ଡହଳ ବିକଳ ହେଉଛନ୍ତି। ଏଠାରେ ମଦର ବନ୍ୟା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ଦୁର୍ନୀତି, ଭ୍ରଷ୍ଟାଚାରରେ ଓଡିଶା ପ୍ରଥମ ସ୍ଥାନରେ ରହିଛି। ବିଜେଡ଼ି ସରକାର ଗଣତନ୍ତ୍ରକୁ ହତ୍ୟା କରିଛି। ଦେଢ଼ କୋଟି ଓଡ଼ିଆ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ୨୫ ବର୍ଷର ନବୀନ ସରକାର ମାଆ, ଉଭଣୀ, ସାଧାରଣ ଜନତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ବିଜେଡି ଦଳ କାର୍ଯ୍ୟକଳାପରେ ଦଳୀୟ ନେତା ଅତିଷ୍ଠ ହୋଇ ବିଜେପି ହାତ ଧରୁଛନ୍ତି। ବିଜେପି ପରିବାରବାଦରେ ବିଶ୍ୱାସ କରେ ନାହିଁ। ବରଂ ଲୋକତନ୍ତ୍ରରେ ବିଶ୍ୱାସ କରେ ବୋଲି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦଳୀୟ ମିଶ୍ରଣ ପର୍ବରେ କହିଛନ୍ତି। ରାଜ୍ୟରେ ବିଜେଡି ସରକାର ମାଆଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରି ଶାସନ ଗାଦିରେ ବସିଛି। ବିଜେଡି ଶାସନରେ ରହିବା ପାଇଁ ଓଡିଆ ଇଷ୍ଟଦେବ ଜଗନ୍ନାଥଙ୍କୁ ମଧ୍ୟ ଅପମାନିତ କରିବାରେ ପଛାଇନାହିଁ। ଆଗାମୀ ସାଧାରଣ ନିର୍ବାଚନରେ ଏକଜୁଟ ହୋଇ ବିଜେଡି ସରକାରର ଭ୍ରଷ୍ଟାଚାର ଶାସନକୁ ଗାଦିଚ୍ୟୁତ କରିବାର ସଂକଳ୍ପ ନେବା ସହିତ “ବିକଶିତ ଓଡ଼ିଶା” ଗଠନ କରିବାକୁ ବଦ୍ଧପରିକର ହେବା ପାଇଁ ପୂର୍ବତନ ରାଜ୍ୟ ଶାଖା ସଭାପତିସମୀର ମହାନ୍ତି କହିଛନ୍ତି।

ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମିଶ୍ରଣ ପର୍ବରେ ରାଜ୍ୟ ଶାଖା ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ଶାଖା ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି, ରାଜ୍ୟ ଉପସଭାପତି ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଧାୟକ ସନାତନ ବିଜୁଳି, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, କାନ୍ଦରା ସୋରେନ, ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତ ସିଂହାର, ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପଦକ ସାରଦା ଶତପଥୀ, ଡ.ଯତୀନ ମହାନ୍ତି, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଶାଖା ସଭାପତି ବିଭୂ ତରାଇ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଛବି ମଲ୍ଲିକ ପ୍ରମୁଖ ନେତୃବୃନ୍ଦ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।