Odisha Politics: BJDକୁ ପୁଣି ଏକ ଝଟକା, ଦଳରୁ ଇସ୍ତଫା ଦେଲେ ପ୍ରକାଶ ବେହେରା
Advertisement
Article Detail0/zeeodisha/odisha2467839

Odisha Politics: BJDକୁ ପୁଣି ଏକ ଝଟକା, ଦଳରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

ପ୍ରକାଶ ଏକଥା ମଧ୍ୟ କହିଛନ୍ତି ଯେ, ଟାଙ୍ଗୀ-ସାଲେପୁର ଲୋକଙ୍କ ସହ ୨୫ ବର୍ଷ ହେବ ଯୋଡି ହୋଇ ରହିଛି, ଆଗାମୀ ଦିନରେ ଏ ସମ୍ପର୍କ ଏମିତି ରହିବ ଏବଂ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି । 

Odisha Politics: BJDକୁ ପୁଣି ଏକ ଝଟକା, ଦଳରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

Odisha Politics: ବିଜେଡି ଦଳ ଧିରେ ଧିରେ ଖାଲି ହେବାକୁ ଲାଗିଛି । ଆଜି ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ପ୍ରକାଶ କହିଛନ୍ତି ଯେ, ମୁଁ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ୱାସ ରଖିଥାଏ । ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଜଡିତ ରହିଛି ସେଥିପାଇଁ ମୁଁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମଣିଲି। 

ପ୍ରକାଶ ଏକଥା ମଧ୍ୟ କହିଛନ୍ତି ଯେ, ଟାଙ୍ଗୀ-ସାଲେପୁର ଲୋକଙ୍କ ସହ ୨୫ ବର୍ଷ ହେବ ଯୋଡି ହୋଇ ରହିଛି, ଆଗାମୀ ଦିନରେ ଏ ସମ୍ପର୍କ ଏମିତି ରହିବ ଏବଂ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି । ଆପଣଙ୍କୁ କହିରଖୁଛୁ ଯେ, ଗତ ବିଧାନସଭା ନିର୍ବାଚନରେ କଟକ ବାରବାଟୀ ଆସନରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ପ୍ରକାଶ । ନିର୍ବାଚନ ପୂର୍ବରୁ ବିଜେଡି ସହ ସମ୍ପର୍କ ବଢାଇ କଟକ-ବାରବାଟୀ ଆସନରୁ ଟିକେଟ ହାତେଇବାରେ ସକ୍ଷମ ହୋଇଥିଲେ।

୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ସାଲେପୁରରୁ ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ ପ୍ରକାଶ କିନ୍ତୁ ପରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଏବଂ ପୁଣି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ପ୍ରକାଶ ଏବେ କେଉଁ ଦଳକୁ ଯିବେ ସେନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି ।

Also Read- ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁମ୍ବାଇର ୱର୍ଲିରେ ସଂପନ୍ନ ହେଲା ରତନ ଟାଟାଙ୍କ ଶେଷକୃତ୍ୟ

Also Read- Dhanteras 2024: ୨୯ ଅକ୍ଟୋବରରୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଆର୍ଥିକ ଲାଭ