Odisha News: ବିଜୟ ଲାଭ ପରେ ସମ୍ବଲପୁରବାସୀଙ୍କ ପାଇଁ ଏମିତି କିଛି କହିଲେ ଧର୍ମେନ୍ଦ୍ର
Advertisement
Article Detail0/zeeodisha/odisha2281497

Odisha News: ବିଜୟ ଲାଭ ପରେ ସମ୍ବଲପୁରବାସୀଙ୍କ ପାଇଁ ଏମିତି କିଛି କହିଲେ ଧର୍ମେନ୍ଦ୍ର

Odisha News: ସମ୍ବଲପୁରର ମାନ ଓ ସମ୍ମାନକୁ ବଢାଇବା ସହ ବିକଶିତ କରିବା ବୋଲି କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ୍, ମା’ସମଲେଇଙ୍କର ଅପାର କରୁଣା ଓ ଜନତାଙ୍କ ଆଶୀର୍ବାଦରୁ ଲୋକସଭା ନିର୍ବାଚିତ ହେବା ମୋର ସୌଭାଗ୍ୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

Odisha News: ବିଜୟ ଲାଭ ପରେ ସମ୍ବଲପୁରବାସୀଙ୍କ ପାଇଁ ଏମିତି କିଛି କହିଲେ ଧର୍ମେନ୍ଦ୍ର

(ଅଜୟ ନାଥ, ସମ୍ବଲପୁର) Odisha News: ସମ୍ବଲପୁରର ମାନ ଓ ସମ୍ମାନକୁ ବଢାଇବା ସହ ବିକଶିତ କରିବା ବୋଲି କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ୍, ମା’ସମଲେଇଙ୍କର ଅପାର କରୁଣା ଓ ଜନତାଙ୍କ ଆଶୀର୍ବାଦରୁ ଲୋକସଭା ନିର୍ବାଚିତ ହେବା ମୋର ସୌଭାଗ୍ୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ହେଉଛି ସ୍ୱାଭିମାନ ର ମାଟି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମ୍ବଲପୁର ହେବ ବିକଶିତ। ସମ୍ବଲପୁରକୁ ବିକଶିତ କରିବା ପାଇଁ ଲୋକଙ୍କ ନିରନ୍ତର ସହଯୋଗ କାମନା କରିବା ସହ ସମସ୍ତଙ୍କର ଉନ୍ନତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଓ ମା’ସମଲେଇଙ୍କ ପାଖରେ ପ୍ରାର୍ଥନା । ସମ୍ବଲପୁର ଲୋକସଭା ବିଜୟୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଭିଡ଼ିଓ ବାର୍ତ୍ତା ଯୋଗେ ବହୁମାତ୍ରାରେ ଭୋଟ୍ ଦେଇ ଆଶୀର୍ବାଦ କରିଥିବାରୁ ସମ୍ବଲପୁର ଲୋକସଭା ଆସନର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

ସେ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ସମଲେଇଙ୍କର ଅପାର କରୁଣାରୁ ସମ୍ବଲପୁର ଲୋକସଭା କ୍ଷେତ୍ରର ସବୁ ଗୁରୁଜନ, ମାଆ, ଭଉଣୀ ଏବଂ ଦଦା ଭାଇ ମାନଙ୍କୁ ଶ୍ରଦ୍ଧା ଏବଂ ଆଶୀର୍ବାଦ୍ କାରଣରୁ ଲୋକସଭା ନିର୍ବାଚିତ ହେବାର ସୌଭାଗ୍ୟ ପାଇଛି । ଲୋକମାନେ ଜନପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ଆଶୀର୍ବାଦ ଦେଇଛନ୍ତି । ସେଥିପାଇଁ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।ସେ ଆହୁରି କହିଛନ୍ତି ଯେ ସମ୍ବଲପୁର ହେଉଛି ସ୍ୱାଭିମାନ ର ମାଟି । ସମ୍ବଲପୁରର ମାନ ସମ୍ମାନକୁ ବଢାଇବା ସହ ବିକଶିତ କରିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସଫଳ ନେତୃତ୍ୱରେ ସମ୍ବଲପୁର ବିକଶିତ ହେବ । ସମ୍ବଲପୁର ବିକଶିତ କରିବା କାମ ଆଗକୁ ବଢାଯିବ । ସେଥିପାଇଁ ସମ୍ବଲପୁରବାସୀଙ୍କ ନିରନ୍ତର ସହଯୋଗ କାମନା କରୁଛି । ଆମେ ସମସ୍ତେ ମିଲିମିଶି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମ୍ବଲପୁରକୁ ବିକଶିତ କରିବା ସହ ଓଡିଶା ଏବଂ ଭାରତକୁ ବିକଶିତ କରିବା । ସମସ୍ତଙ୍କର ଉନ୍ନତି ପାଇଁ ମହାପ୍ରଭୁ ଜଗନ୍ନାଥ, ମା’ସମଲେଇଙ୍କ ପାଖରେ ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।