Odisha Election 2024: ଧାନକିଣାରେ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି, ବିଜେପି ଆସିଲେ ସବୁ ଧାନ କିଣିବେ ସରକାର
Advertisement
Article Detail0/zeeodisha/odisha2231214

Odisha Election 2024: ଧାନକିଣାରେ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି, ବିଜେପି ଆସିଲେ ସବୁ ଧାନ କିଣିବେ ସରକାର

Odisha News: ଭୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ବ୍ୟାପକ ଦୁର୍ନୀତି ହୋଇଛି। ଗତ ୧୫ ବର୍ଷ ଭିତରେ ଯେତିକି ଦୁର୍ନୀତି ହୋଇଛି ତାହାର ପ୍ରମାଣ ସେସାଇଛି ସମ୍ପାଦକ ଏବଂ ସଭାପତିଙ୍କ ବ୍ୟାଙ୍କ ଆକାଉଣ୍ଟ ବା ସମ୍ପତ୍ତିକୁ ଦେଖିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏପରିକି ରାଜ୍ୟ ସରକାର ନକଲି ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ହେରଫେର କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ସାମଲ। 

ଧାନ କିଣିବା ଲାଗି ସରକାର ସମବାୟ ସଂସ୍ଥା ମାଧ୍ୟମରେ ଟୋକନ ଦେଉଛନ୍ତି କିନ୍ତୁ ଧାନ କିଣୁ ନାହାନ୍ତି। ଫଳରେ ଚାଷୀ ନିରାଶ ହୋଇ ଦଲାଲଙ୍କୁ ବିକ୍ରି କରୁଛନ୍ତି। ଏହା ସରକାରଙ୍କ ମିଡିଲ୍‍ ମ୍ୟାନ୍‍ ପୋଷିବା ଚକ୍ରାନ୍ତ ବୋଲି କହିଛନ୍ତି ଶ୍ରୀ ସାମଲ।  ବିଜେପି ସରକାରକୁ ଆସିଲେ ସମସ୍ତ ଧାନ ସରକାର କିଣିବେ। କୌଣସି କଟ୍‍ନୀ ଛଟନୀ ହେବ ନାହିଁ। ଫଳରେ ଚାଷୀ ସମସ୍ତ ଧାନର ମୂଲ୍ୟ ପାଇବ ବୋଲି ଶ୍ରୀ ସାମଲ କହିଛନ୍ତି। ଚାଷୀଙ୍କ ରୋଜଗାରକୁ ସର୍ବନିମ୍ନ ତିନିଗୁଣା କରାଯିବ ବୋଲି କହିଛନ୍ତି । ୩୧୦୦ ଟଙ୍କାରେ କ୍ୱିଣ୍ଟାଲ ପିଛା ଧାନ କିଣାଯିବ। ୪୮ ଘଣ୍ଟାରେ ଚାଷୀଙ୍କ ପାଉଣା ପ୍ରଦାନ କରାଯିବ ବୋଲି କହିଛନ୍ତି ଶ୍ରୀ ସାମଲ। ଶତ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିବୁ। ଏଯାଏ ୭୦ ପ୍ରତିଶତ ଜଳସେଚନ ହୋଇପାରିଛି। ବିଜେପି ସରକାରରେ ଥିବା ସମୟରେ ୪୬ ଲକ୍ଷ ଟନ ଧାନ କିଣିଥିଲା। ସେତେବେଳେ ସାରା ଦେଶରେ ଆମ ରାଜ୍ୟ  ୧୯ତମ ସ୍ଥାନରୁ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲା ବୋଲି କହିବା ସହ ଏହି ଧାରାକୁ ପୁଣିଥରେ ଉଜ୍ଜୀବୀତ କରାଯିବ ବୋଲି କହିଛନ୍ତି ସଭାପତି ଶ୍ରୀ ସାମଲ।