Odisha Election 2024: ଆଜି ଆସିବ କଂଗ୍ରେସର ଇସ୍ତାହାର, ପ୍ରାର୍ଥୀ ତାଲିକା ବି ପ୍ରକାଶ ସମ୍ଭାବନା
Advertisement
Article Detail0/zeeodisha/odisha2163812

Odisha Election 2024: ଆଜି ଆସିବ କଂଗ୍ରେସର ଇସ୍ତାହାର, ପ୍ରାର୍ଥୀ ତାଲିକା ବି ପ୍ରକାଶ ସମ୍ଭାବନା

Odisha Election 2024: ଭୁବନେଶ୍ୱର: ଜାତୀୟ କଂଗ୍ରେସ ଆଜି ଲୋକସଭା ନିର୍ବାଚନକୁ ଦେଖି ନିଜର ପ୍ରତିଶୃତି ତଥା ଇସ୍ତାହାର ପ୍ରକାଶ କରିବ। ଏଥିଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି। ଏହା ସହ ଆଜି ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ। 

ସୌଜନ୍ୟ-ସୋସିଆଲ ମିଡି଼ଆ

Odisha Election 2024: ଭୁବନେଶ୍ୱର: ଜାତୀୟ କଂଗ୍ରେସ ଆଜି ଲୋକସଭା ନିର୍ବାଚନକୁ ଦେଖି ନିଜର ପ୍ରତିଶୃତି ତଥା ଇସ୍ତାହାର ପ୍ରକାଶ କରିବ। ଏଥିଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି। ଏହା ସହ ଆଜି ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ। ଏଥିଲାଗି ବିଭିନ୍ନ ରାଜ୍ୟରୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏଆଇସିସି ନିର୍ବାାଚନ କମିଟି ପାଖରେ ପହଞ୍ଚିଛି। ଓଡ଼ିଶାରୁ ମଧ୍ୟ ୧୪୭ ବିଧାୟକ ପ୍ରାର୍ଥୀଙ୍କ ନାଁ ଓ ସାଂସଦ ପ୍ରାର୍ଥୀଙ୍କ ନାଁକୁ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଇଛି। 

୭ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବ। ଓଡ଼ିଶାର ବିଧାନସଭା ଓ ଲୋକସଭା ଲାଗି ଏକ ସଙ୍ଗେ ନିର୍ବାଚନ ହେବ। ଏବଂ ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଏହା ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସହ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ମେ’ ୧୩ ତାରିଖରେ ସ୍ଥିର ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ୨୦ ତାରିଖରେ, ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୨୫ ମେ’ରେ ହେବାକୁ ଥିବା ବେଳେ ଶେଷ ପର୍ଯ୍ୟାୟ ନିର୍ବାଚନ ୧ ଜୁନରେ ଅନୁଷ୍ଠିତ ହେବ।  

ଏଥିଲାଗି ଏଯାଏ ରାଜ୍ୟରେ କୌଣସି ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରି ନାହାନ୍ତି। ଗୋଟିଏ ପଟେ ଶାସକ ଦଳ ଅତ୍ୟନ୍ତ ଆତ୍ମ ବିଶ୍ୱାସ ଧାରଣ କରିଥିଲେ ମଧ୍ୟ ବିରୋଧୀ ଦଳ ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ରହିଛି। ଦଳ ପକ୍ଷରୁ ଘୋଷଣା କରାଯିବାକୁ ଥିବା ଇସ୍ତାହାରରେ ମୁଖ୍ୟତଃ ୫ଟି ଗ୍ୟାରେଣ୍ଟିକୁ ସାମିଲ୍‍ କରାଯିବ ବୋଲି ସୂଚନା ମିଳିଛି। ଶ୍ରମିକ ନ୍ୟାୟ ଏଥିରେ ମୁଖ୍ୟ ବିଷୟ ହୋଇ ରହିଛି। ଏହା ସହ ଅନୁସୂଚିତ ଜାତି, ଜନଜାତି ଏବଂ ଓବିସି ବର୍ଗଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଲାଗି ପ୍ରତିଶୃତି ରହିବ। ଡିପ୍ଲୋମା ଧାରୀଙ୍କୁ ୧ ଲକ୍ଷ ଟଙ୍କାର ଚାକିରି ପ୍ରଦାନ , କେନ୍ଦ୍ର ସରକାରଙ୍କ ୩୦ ଲକ୍ଷ ଖାଲି ପଦବୀ ପୂରଣ ପ୍ରଭୃତି ବିଷୟ ଏଥିରେ ସାମିଲ ରହିଛି।