Odisha Election 2024: ଦୁଇ-ତିନି ଦିନ ଭିତରେ ବିଜେପିର ବକେୟା ପ୍ରାର୍ଥୀ ତାଲିକା
Advertisement
Article Detail0/zeeodisha/odisha2197712

Odisha Election 2024: ଦୁଇ-ତିନି ଦିନ ଭିତରେ ବିଜେପିର ବକେୟା ପ୍ରାର୍ଥୀ ତାଲିକା

Odisha Election 2024: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସନ୍ତା ଦୁଇ-ତିନି ଦିନ ଭିତରେ ବକେୟା ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଏନେଇ ସୂଚନା ଦେଇଛନ୍ତି, ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର। 

Odisha Election 2024: ଦୁଇ-ତିନି ଦିନ ଭିତରେ ବିଜେପିର ବକେୟା ପ୍ରାର୍ଥୀ ତାଲିକା

Odisha Election 2024: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସନ୍ତା ଦୁଇ-ତିନି ଦିନ ଭିତରେ ବକେୟା ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଏନେଇ ସୂଚନା ଦେଇଛନ୍ତି, ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର। ଏହା ସହ ଗୋଟିଏ ସଂରକ୍ଷିତ ଆସନରେ ପ୍ରାର୍ଥୀ ବଦଳି ପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏବେ ଦଳ ୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି। ଏଥିରେ ୯ ବିଧାନସଭା ଆସନ ଏପରି ରହିଛି ଯେଉଁଠାରେ ପ୍ରାର୍ଥୀଙ୍କ ନାମାଙ୍କନ ୧୮ ତାରିଖ ରହିଛି।  

ବିଜେପି ସଂସଦୀୟ କମିଟି ପକ୍ଷରୁ ୧୦୨ ବିଧାନସଭା ଓ ସମସ୍ତ ୨୧ଟି ଲୋକସଭା ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ୧୦୨ ଆସନରେ ପଟାଙ୍ଗୀ ବିଧାନସଭା ଆସନ ଆଦିବାସୀଙ୍କ ଲାଗି ସଂରକ୍ଷିତ ରହିଥିବା ବେଳେ ପ୍ରାର୍ଥୀ ଭୁଲ୍‍ ଚୟନ ହୋଇଥିବା ଜଣାପଡ଼ିଛି। ଏଠାରୁ ଚୈତନ୍ୟ ହନ୍ତାଳଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କୁ ପରିବର୍ତ୍ତନ କରାଯାଇପାରେ ବୋଲି ସୂଚନା ଦେଇଛନ୍ତି ତୋମାର।

Also Read- Arvind Kejriwal: ପୁଣି ଅଡୁଆରେ କେଜ୍ରିଓ୍ୱାଲ, ଆଉ ଏକ ଆବେଦନ ଖାରଜ କଲେ କୋର୍ଟ

ଅପରପକ୍ଷେ, ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ପତ୍ର ଦାଖଲ ୧୮ ତାରିଖ ଥିବାରୁ ଏହି ଆସନ ଲାଗି ଖୁବ୍‍ ଶୀଘ୍ର ପ୍ରାର୍ଥର ଘୋଷଣା କରାଯିବ। ଏହି ଆସନଗୁଡ଼ିକ ଭିତରେ କୋରାପୁଟ  ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତଗର୍ଗତ ଲକ୍ଷ୍ମୀପୁର, ଜୟପୁର, ରାୟଗଡ଼ା, ବିଷମକଟକ ଆସନ ରହିଛି। ସେହିପରି ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ, ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝରିଗାଁ, ଡାବୁଗାଁ, କୋଟପାଡ଼ ଏବଂ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ କୌଣସି ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ।