Odisha Politics: ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କୁ ମିଳିଲା ଆଶ୍ୱସ୍ତି
Advertisement

Odisha Politics: ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କୁ ମିଳିଲା ଆଶ୍ୱସ୍ତି

Mohammad Mokim Electoral Fraud Case: ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ଠାରୁ ଆଶ୍ୱସ୍ତି ପାଇଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ।

 

Odisha Politics: ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କୁ ମିଳିଲା ଆଶ୍ୱସ୍ତି

Congress Leader Mohammed Moquim: ୨୦୨୪ ନିର୍ବାଚନ ପୂର୍ବରୁ କଟକ-ବାରବାଟି ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ତାଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ ମିଳିଛି ଆଶ୍ୱସ୍ତି। ହାଇକୋର୍ଟ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ମହମ୍ମଦ ମୋକିମଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ନିର୍ଦ୍ଦେଶ ଉପର ରହିତାଦେଶ ଜାରି କରି ପ୍ରତିପକ୍ଷ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ହାଇକୋର୍ଟ ନିର୍ବାଚନ ସତ୍ୟପାଠ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରିଥିଲେ। ହେଲେ ଏହି ହାଇକୋର୍ଟ ଦେଇଥିବା ରାୟକୁ ମହମ୍ମଦ ମୋକିମ ସୁପ୍ରିମକୋର୍ଟ ଠାରେ ଚ୍ୟାଲେଞ୍ଜ କରିଥିଲେ। 

ଗତ ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ମହମ୍ମଦ ମୋକିମ କଟକ-ବାରବାଟି ଆସନରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କର ଶପିଂ ତାଲିକା ଏବଂ ଅପରାଧିକ ତଥ୍ୟ ଠିକ ଭାବେ ପ୍ରଦାନ କରିନଥିବା ନେଇ ପରାଜିତ ପ୍ରାର୍ଥୀ ତଥା ବିଜେଡ଼଼ି ନେତା ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ହାଇକୋର୍ଟ ଠାରେ ଏକ ମାମଲା ଦାୟର କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ୬୬୨ ପୃଷ୍ଠା ସମ୍ବଳିତ ରାୟ ଶୁଣାଇଥିଲେ। ୨୦୧୯ ବିଧାନସଭା ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ସହ ମହମ୍ମଦ ମୋକିମଙ୍କୁ ପୂର୍ବତନ ବିଧାୟକ କୁହାଯାଇ ପାରିବ ନାହିଁ ବୋଲି ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ।

ଏହି ମାମଲାରେ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ କଂଗ୍ରେସ ନେତା ମହମ୍ମଦ ମୋକିମ। ନିର୍ବାଚନ ସତ୍ୟପାଠ ମାମଲାରେ ସୁପ୍ରିମକୋର୍ଟ, ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ପ୍ରାୟ ୨ ସପ୍ତାହ ତଳେ କଟକ-ବାରବାଟି ଆସନରୁ ମହମ୍ମଦ ମୋକିମ ବିଧାୟକ ନିର୍ବାଚିତ ହେବାକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ।  ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଥିଲେ ହାଇକୋର୍ଟ। 

ନିର୍ବାଚନୀ ମିଥ୍ୟା ସତ୍ୟପାଠ ମାମଲାରେ ହାଇକୋର୍ଟ ଠାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇଥିଲା। ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ନିର୍ବାଚନ ସମୟରେ ଦାଖଲ କରାଯାଉଥିବା ସତ୍ୟପାଠ ନିୟମ ମୂତାବକ ଦେଇନଥିବା ଏବଂ ଅନେକ ତଥ୍ୟ ଲୁଚାଇଥିବାର କୋର୍ଟ କହିଥିଲେ। କଂଗ୍ରେସ ନେତା ଜଣଙ୍କ ମିଥ୍ୟା ସତ୍ୟପାଠ କରିଥିବା ନେଇ ପୂର୍ବତନ ବିଧାୟକ ତଥା ବିଜେଡ଼ି ନେଚା ଦେବାଶିଷ ସାମନ୍ତରାୟ ରାଜ୍ୟ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।

ମହମ୍ମଦ ମୋକିମଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଦେଇଥିବା ରାୟ ଉପର ରହିତାଦେଶ ଜାରି କରି ପ୍ରତିପକ୍ଷ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ ଜାରି ସୁପ୍ରିମକୋର୍ଟ। ପୂର୍ବରୁ ନିର୍ବାଚନ ସତ୍ୟପାଠ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ବିଧାୟକ ପଦକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ। ହାଇକୋର୍ଟ ଦେଇଥିବା ରାୟକୁ ମୋକିମ ସୁପ୍ରିମକୋର୍ଟ ଠାରେ ଚ୍ୟାଲେଞ୍ଜ କରିଥିଲେ କଟକ-ବାରବାଟି ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ।