ପ୍ରଦୀପଙ୍କ ପତିଆରା ଦେଖି ବିଜେଡି ଘାଇଲା! ଗୋପନରେ ନବୀନ ନିବାସରୁ ଗୋପାଳପୁର ଆସୁଛନ୍ତି ଗୋପବନ୍ଧୁ ଦାଶ
Advertisement

ପ୍ରଦୀପଙ୍କ ପତିଆରା ଦେଖି ବିଜେଡି ଘାଇଲା! ଗୋପନରେ ନବୀନ ନିବାସରୁ ଗୋପାଳପୁର ଆସୁଛନ୍ତି ଗୋପବନ୍ଧୁ ଦାଶ

Gopalpur Politics: ପ୍ରଫୁଲ ମଲ୍ଲିକ, ରମେଶ ଚ୍ୟାଉପଟ୍ଟନାୟକ ଓଡିଶା ରାଜନୀତିରେ ପୁରୁଣା ଚେହେରା ହୋଇଥିବା ବେଳେ ଗୋପବନ୍ଧୁ ଦାଶ କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରେ ସଂପୂର୍ଣ୍ଣ ନୂଆ । ଯଦିଓ ପୂର୍ବରୁ କିଛି ବୈଠକ, ସାଂଗଠନିକ ଆଲୋଚନାରେ ତାଙ୍କର ଉପସ୍ଥିତି ରହୁଥିଲା ଓ ମତ୍ତାମତ୍ତ ନିଆ ଯାଉଥିଲା । ହେଲେ ତାଙ୍କୁ ସିଧାସଳଖ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବରେ ପ୍ରମୁଖ ଚେୟାରରେ ବସା ଯାଇଥିଲା । ଯାହାକୁ ନେଇ ଏବେ ପ୍ରତ୍ୟେକ୍ଷ ବା ସିଧା ସଳଖ ରାଜନୀତି ମଇଦାନର ଜଣେ ଖେଳାଳୀ ଭାବେ ଉଭା ହେବାକୁ ଯାଉଥିବା ଇସାରା ଦେଉଛି ।

ପ୍ରଦୀପଙ୍କ ପତିଆରା ଦେଖି ବିଜେଡି ଘାଇଲା! ଗୋପନରେ ନବୀନ ନିବାସରୁ ଗୋପାଳପୁର ଆସୁଛନ୍ତି ଗୋପବନ୍ଧୁ ଦାଶ

Gopalpur Politics, ଭୁବନେଶ୍ବର: ବୁଧବାର ଭୁବନେଶ୍ୱରରେ ବିଜୁ ଜନତା ଦଳର ବିଳାଶ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଗଂଜାମ ଜିଲ୍ଲା ଗୋପାଳପୁର ବିଧାନସଭା ମଣ୍ଡଳୀର ପ୍ରାୟ ୨୦୦ ନେତା ଓ କର୍ମୀ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ମିଶ୍ରଣ ପର୍ବରେ ସେମିତି କିଛି ବଡ ଚେହେରା ନାହାନ୍ତି । କିନ୍ତୁ ଏହି ମିଶ୍ରଣ ପର୍ବ ପରିଚାଳନା ଓ ମଂଚ ଉପରେ ଉପସ୍ଥିତ ଥିବା ବିଜେଡି ନେତାଙ୍କୁ ଦେଖିଲେ ଅନେକ କିଛି ରାଜନୈତିକ ସମୀକରଣ ଗନ୍ଧ ବାସ୍ନା ସ୍ପଷ୍ଟ ବାରି ହୋଇ ପଡୁଛି । କାରଣ ମଞ୍ଚ ଉପରେ ଗଂଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଫୁଲ ମଲ୍ଲିକଙ୍କ ସମେତ ବ୍ରହ୍ମପୁରର ପୁରୁଖା ନେତା ରମେଶ ଚ୍ୟାଉ ପଟ୍ଟନାୟକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ରାଜନୀତି ପରାମର୍ଶଦାତା ଗୋପବନ୍ଧୁ ଦାଶ ଉପସ୍ଥିତ ଥିଲେ । 

ପ୍ରଫୁଲ ମଲ୍ଲିକ, ରମେଶ ଚ୍ୟାଉପଟ୍ଟନାୟକ ଓଡିଶା ରାଜନୀତିରେ ପୁରୁଣା ଚେହେରା ହୋଇଥିବା ବେଳେ ଗୋପବନ୍ଧୁ ଦାଶ କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରେ ସଂପୂର୍ଣ୍ଣ ନୂଆ । ଯଦିଓ ପୂର୍ବରୁ କିଛି ବୈଠକ, ସାଂଗଠନିକ ଆଲୋଚନାରେ ତାଙ୍କର ଉପସ୍ଥିତି ରହୁଥିଲା ଓ ମତ୍ତାମତ୍ତ ନିଆ ଯାଉଥିଲା । ହେଲେ ତାଙ୍କୁ ସିଧାସଳଖ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବରେ ପ୍ରମୁଖ ଚେୟାରରେ ବସା ଯାଇଥିଲା । ଯାହାକୁ ନେଇ ଏବେ ପ୍ରତ୍ୟେକ୍ଷ ବା ସିଧା ସଳଖ ରାଜନୀତି ମଇଦାନର ଜଣେ ଖେଳାଳୀ ଭାବେ ଉଭା ହେବାକୁ ଯାଉଥିବା ଇସାରା ଦେଉଛି । ତେବେ କିଏ ଏହି ଗୋପବନ୍ଧୁ ଦାଶ ? କଣ ତାଙ୍କର ପରିଚୟ ? ଦଳ ତାଙ୍କୁ କେଉଁ ଭଳି ଭାବେ ପ୍ରୋଜେକ୍ଟ କରିବାକୁ ଯାଉଛି ? କଣ ହୋଇପାରେ ଗୋପବନ୍ଧୁଙ୍କ ୨୦୨୪ ସାଧାରଣ ନିର୍ବାଚନରେ ଭୂମିକା ? ଏହି ସବୁ ପ୍ରଶ୍ନ ଏବେ ରାଜ୍ୟ ରଜନୀତିର ଗଳିରେ ଘୁରି ବୁଲୁଛି ।

ଚର୍ଚ୍ଚା ହେଉଛି ବ୍ରହ୍ମପୁର ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡିର ନୂଆ ବିଧାୟକ ପ୍ରାର୍ଥୀ ଭାବେ ଦଳ ଗୋପବନ୍ଧୁ ଦାଶଙ୍କୁ ଠିଆ କରିବାକୁ ଯାଉଛି । କାରଣ ଏଠାକାର ବର୍ତ୍ତମାନର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହୋଇ ସାରିଛନ୍ତି । ଦୁର୍ନୀତି ଅଭିଯୋଗ ଓ ଦଳ ବିରୋଧୀ କାମ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି । ଫଳରେ ତାଙ୍କର ଦଳକୁ ଫେରିବା ବାଟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ସେଥି ପାଇଁ ଆଗାମୀ ନିର୍ବାଚନରେ ତାଙ୍କୁ ଟିକେଟ୍ ଦିଆ ଯିବ ନାହିଁ କି ଦଳର ସଦସ୍ୟ ବି କରାଯିବ ନାହିଁ । ତେଣୁ ଦଳକୁ ଏକ ନୂଆ ଚେହେରା ଦରକାର ଅଛି । ଆଉ ସେ ନୂଆ ଚେହେରା ହେଉଛନ୍ତି ଗୋପବନ୍ଧୁ ଦାଶ । ସେ ଏବେ ଧୀରେ ଧୀରେ ଗୋପାଳପୁର ନିର୍ବାଚନ ମଣ୍ତଳୀରେ ଏଣ୍ଟ୍ରି କରୁଛନ୍ତି । 

Also Read: Congress Dispute: ପ୍ରଦେଶ କଂଗ୍ରେସରେ ପୁଣି ହାଇଭୋଲଟେଜ୍ ଡ୍ରାମା, ମୁହାଁମୁହିଁ ମୋକିମ-ତାରା

ମିଶ୍ରଣ ପର୍ବ, ବୈଠକ, ସଭା, ସମିତିରେ ତାଙ୍କୁ ବସାଯାଇ ଲୋକଙ୍କ ସହ ମେଳାପି କରାଯାଉଛି ଓ ଲୋକଙ୍କୁ ମଧ୍ୟ ଅଭ୍ୟସ୍ତ କରାଯାଉଛି । ଏବେ ଠାରୁ କ୍ଷେତ୍ର ଜମାଇବାକୁ କାଳେ କୁଆଡେ ଉପର ମହଲରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୟକୁ ନେଇ ବିଜେଡିକୁ ଡର ରହିଛି  । କାରଣ ସେ ସ୍ଥାନୀୟ ନେତା, ତାଙ୍କର ସେଠାରେ ସଂଗଠନ ମଜବୁତ୍ ରହିଛି । ପ୍ରଦୀପ ଦୀର୍ଘ ବର୍ଷ ହେବ ଲୋକଙ୍କ ସହ ମିଶି ରହିଛନ୍ତି । ଭୋଟରଙ୍କ ଆଖିରେ ସେ ଏବେ ବି ଏମଏଲଏ, ତାଙ୍କ ନେତା ଏବଂ ସୁଖ ଦୁଖଃର ସାଥୀ । ଜେଲରୁ ବାହାରିବା ପରେ ଏବେ ଧୀରେ ଧୀରେ ନିର୍ବାଚନ ମଣ୍ଡଳୀରେ ମିଟିଂ ଓ ଲୋକ ସଂପର୍କ ଯୋଡିବାକୁ ଆରମ୍ଭ କରିଲେଣି । ଯାହା ବିଜେଡି ଆଖିରେ ଯାଉ ନାହିଁ । 

ପ୍ରଦୀପଙ୍କୁ ଦଳ ଯେପରି ଦଳରୁ ବହିଷ୍କାର କରିଲା ଓ ଅପମାନିତ କରି ଚରିତ୍ର ସଂହାର କରାଗଲା, ଯଦି ସେ ଆଗାମୀ ନିର୍ବାଚନରେ ସ୍ବାଧୀନ ହେଉ କି ଅନ୍ୟ କୌଣସି ଦଳରୁ ବିଧାୟକ ନିର୍ବାଚିତ ହୁଅନ୍ତି ତାହେଲେ ବିଜେଡିକୁ ଏକ ଶକ୍ତ ଝଟକା ଲାଗିବା ସହ ନାକ କଟିଯିବ । ତେଣୁ ବିଜେଡି ପାଇଁ ପ୍ରଦୀପ ପାଣିଗ୍ରାହୀ ହାରିବା ଦରକାର, ଅମାନତା ହରାଇବା ନିହାତି ଜରୁରୀ ହୋଇ ପଡିଛି । ସେଥିପାଇଁ ଗୋପାଳପୁରରେ ଗୋପବନ୍ଧୁ, ପ୍ରଦୀପଙ୍କ ବିକଳ୍ପ ଚେହେରା ସାଜିବେ । ତେଣୁ ଏପରି ବିଜେଡି ଗୋଟି ଚାଳନା କରୁଛି । ତେବେ କିଏ ଏହି ଗୋପବନ୍ଧୁ ଦାଶ, କଣ ତାଙ୍କର ପରିଚୟ, ଯାହାକୁ ଜାଣିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି ।

ଗୋପବନ୍ଧୁ ଦାଶ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ରାଜନୈତିକ ପରାମର୍ଶଦାତା । ସେ ସବୁ ବେଳେ ନବୀନ ନିବାସରେ କାର୍ଯ୍ୟ କରନ୍ତି । ବୟସ ୬୦ ପାର୍, ଧଳା କେଶ, କମ୍ କଥା କୁହନ୍ତି, ଅଧିକ କାମ କରନ୍ତି । ୨୦୧୯ ସାଧାରଣ ନିର୍ବାଚନ ବେଳେ ସେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମକୁ ବହୁତ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ । ତାଙ୍କ ଅଙ୍କ କଷା ଆକଳନ ଓ ନିଷ୍ପତ୍ତି ପାଇଁ ବିଜେଡି ଅନେକ ସଫଳତା ପାଇ ଥିଲା । ବହୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରୁ ବିପୁଳ ପରିମାଣରେ ବିଜେଡି ବିଜୟ ହୋଇଥିଲା । ଗୋପବନ୍ଧୁଙ୍କ ଆଉ ଏକ ପରିଚୟ ହେଉଛି ସେ ଓଡିଶା ସରକାରଙ୍କର ଜଣେ ଅବସରପ୍ରାପ୍ତ ପ୍ରଶାସକ । ସେ ଜଣେ ପୂର୍ବତନ ଓଏଏସ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ ଅତିରିକ୍ତ ସଚିବ ସହ ଅନେକ ବିଭାଗର ଗୁରୁତ୍ବପୂର୍ଣ୍ଣ ପଦପଦୀବରେ କାର୍ଯ୍ୟ କରିଛନ୍ତି ।

Also Read: Bharat Jodo Programme: ଓଡ଼ିଶାରୁ ଆରମ୍ଭ ହେବ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ, ଶହେ ଦିନ ଧରି ଚାଲିବ

ତେବେ ଗୋପାଳପୁରରେ ବିଜେଡି ପାଇଁ ପ୍ରଦୀପ ପାଣିଗ୍ରାହୀ ସବୁଠାରୁ ବଡ ବିପଦ ପାଲଟିଛନ୍ତି । ତାଙ୍କୁ ହଟାଇବା ଓ ହରାଇବା ଆଗାମୀ ନିର୍ବାଚନରେ ବଡ ଚ୍ୟାଲେଞ୍ଜ ହେବ । ତେଣୁ କିଏ ଗୋପାଳପୁରରେ ନବୀନଙ୍କ ପରବର୍ତ୍ତୀ ତ୍ରାଣକର୍ତ୍ତା ତାହା ବହୁତ ବଡ ପ୍ରଶ୍ନ ପାଲଟିଛି। ଏହା ଏଇଥି ପାଇଁ କୁହାଯାଉଛି ଯେ, ଗଂଜାମ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା । ସେଠାରେ ପ୍ରଦୀପଙ୍କୁ କାଢିବା ଓ ଗୋପବନ୍ଧୁଙ୍କୁ ଏଣ୍ଟ୍ରି କରାଇବା ତାଙ୍କ ପାଇଁ ସବୁଠାରୁ ବଡ ଟାସ୍କ ହେବ।

ସେପଟେ ଗୁରୁବାର ଗଞ୍ଜାମ ବିଜେପି ପକ୍ଷରୁ ଏକ ପ୍ରେସମିଟ କରାଯାଇଛି । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଅଭିଯୋଗ କରିଛନ୍ତି ଯେ, ରଙ୍ଗେଇଲୁଣ୍ଡା ବ୍ଲକରେ ବିଡେଡିର ଅତଙ୍କରାଜରେ ସାଧାରଣ ଜନତା ଭୟଭୀତ ଅଛନ୍ତି । ଶାସକ ଦଳର ନେତାମାନେ ବିରୋଧି ଦଳର କର୍ମୀଙ୍କୁ ଧମକ ଚମକ ଦେଉଛନ୍ତି । ପ୍ରଦୀପ ପାଣିଗ୍ରାହୀ ବହିଷ୍କୁତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି, ଗୋପାଳପୁରରେ ପତିଆରା ଜାହିର କରି ସମଗ୍ର ପ୍ରଶାସନକୁ କରାୟତ କରିଛନ୍ତି । ବିଡିଓ, ତହସିଲ ଦାର ଓ ପୋଲିସକୁ ଦଳୀୟ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି । ବିକାଶ ସ୍ଥାଣୁ ପାଲଟିଲାଣି । ଲୋକଙ୍କୁ ମିଛ ପ୍ରଲୋଭନ ଦେଖାଇ ବିଜେଡି ମିଶ୍ରଣ ପର୍ବ କରୁଛି ବୋଲି ବିଜେପି କହିଛି ।