Naveen Patnaik: ଆଜି ଇସ୍ତଫା ଦେବାକୁ ରାଜଭବନ ଯିବେ ନବୀନ ପଟ୍ଟନାୟକ
Advertisement
Article Detail0/zeeodisha/odisha2280298

Naveen Patnaik: ଆଜି ଇସ୍ତଫା ଦେବାକୁ ରାଜଭବନ ଯିବେ ନବୀନ ପଟ୍ଟନାୟକ

Naveen Patnaik: ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବେ। ଶ୍ରୀ ପଟ୍ଟନାୟକ ଦିନ ୧୧ଟା ୩୫ ମିନିଟ୍ ରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ  ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ରହିଛି। 

Naveen Patnaik: ଆଜି ଇସ୍ତଫା ଦେବାକୁ ରାଜଭବନ ଯିବେ ନବୀନ ପଟ୍ଟନାୟକ

Naveen Patnaik: ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବେ। ଶ୍ରୀ ପଟ୍ଟନାୟକ ଦିନ ୧୧ଟା ୩୫ ମିନିଟ୍ ରେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ  ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ରହିଛି। ନବୀନ ପଟ୍ଟନାୟକ ସାଢ଼େ ୧୧ଟାରେ ନବୀନ ନିବାସରୁ ବାହାରିବେ ଓ ୧୧ଟା ୩୫ରେ ରାଜଭବନରେ ପହଞ୍ଚିବେ।  ୧୧ଟା ୩୫ରୁ ୧୧ଟା ୪୫ ପର୍ଯ୍ୟନ୍ତ ସେ ରାଜଭନବରେ ରହିବେ। ନବୀନ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇ ସେ ନବୀନ ନିବାସ ପୁଣି ଫେରିଯିବେ। 

ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଆସନରୁ ପରାସ୍ତ ହୋଇଛନ୍ତି। ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି। କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ତେବେ ଦଳକୁ ଲୋକସଭାରେ ଗୋଟିଏ ବି ଆସନ ମିଳିନାହିଁ।