Odisha News: ଓଡ଼ିଶାର ଯୁବକ ଓ ଛାତ୍ରଙ୍କୁ ନବୀନ ସରକାର ୨୪ବର୍ଷ ଧରି ପ୍ରତାରିତ କରିଛନ୍ତି: ୟାସିର ନୱାଜ
Advertisement

Odisha News: ଓଡ଼ିଶାର ଯୁବକ ଓ ଛାତ୍ରଙ୍କୁ ନବୀନ ସରକାର ୨୪ବର୍ଷ ଧରି ପ୍ରତାରିତ କରିଛନ୍ତି: ୟାସିର ନୱାଜ

ଭୁବନେଶ୍ୱର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର ଆଣିବେ ପରିବର୍ତ୍ତନ ନାରା ଦେଇ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା। ପ୍ରଦେଶ ଛାତ୍ର କଂଗ୍ରେସର କର୍ମକର୍ତାମାନେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ରାଜମହଲ ଛକ ନିକଟରୁ ବାହାରି ଶିଶୁଭ

Odisha News: ଓଡ଼ିଶାର ଯୁବକ ଓ ଛାତ୍ରଙ୍କୁ ନବୀନ ସରକାର ୨୪ବର୍ଷ ଧରି ପ୍ରତାରିତ କରିଛନ୍ତି: ୟାସିର ନୱାଜ

Odisha News: ଭୁବନେଶ୍ୱର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର ଆଣିବେ ପରିବର୍ତ୍ତନ ନାରା ଦେଇ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା। ପ୍ରଦେଶ ଛାତ୍ର କଂଗ୍ରେସର କର୍ମକର୍ତାମାନେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ରାଜମହଲ ଛକ ନିକଟରୁ ବାହାରି ଶିଶୁଭବନ ଛକ ଦେଇ ନବୀନ ନିବାସ ଯାଉଥିବା ବେଳେ ଶିଶୁ ଭବନ ଛକଠାରେ ପୋଲିସ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଭ୍ୟାନ ଯୋଗେ ଉଠାଇ ନେଇଥିଲେ। ସେଠାରେ ପୋଲିସ ଓ  ଛାତ୍ର କଂଗ୍ରେସର କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଉପରକୁ ମଧ୍ୟ ଟମାଟୋ ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା। 

ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଛନ୍ତି ଯେ ନବୀନ ସରକାର  ତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ବର୍ଷକୁ ୨ଲକ୍ଷ ହିସାବରେ ଯେଉଁ ୪୮ଲକ୍ଷ ଚାକିରି ଦେବାର ଭରସା ଦେଇଥିଲେ ସେ ଚାକିରି ଗଲା କୁଆଡ଼େ? ତାର ଉତର ଏ ରାଜ୍ୟର ଯୁବ ଓ ଛାତ୍ର ସମାଜକୁ ଦିଅନ୍ତୁ । ବିରୋଧି ଦଳକୁ ଦୁର୍ବଳ କରିବାପାଇଁ ଏବଂ ବିରୋଧି ଦଳର ଛାତ୍ର ନେତୃତ୍ୱ ସୃଷ୍ଟ କରିନଦେବା ପାଇଁ ୨୦୧୮ ପରଠାରୁ ଓଡ଼ିଶାରେ ଅଗଣତାନ୍ତ୍ରିକ ଭାବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି । ନବୀନ ସରକାରରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ୧୨ଟି ପ୍ରମୁଖ ସରକାରୀ ୟୁନିର୍ଭସିଟିରେ ୫୭ ପ୍ରତିଶତ ଶିକ୍ଷକ ନାହାନ୍ତି, ଯାହାର ସଂଖ୍ୟା ୧ ହଜାର । ୫୧ ଟି ସରକାରୀ ଡିଗ୍ରୀ କଲେଜରେ ୪୫ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ବିଶେଷ କରି ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରଭୃତି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ୭୦ ପ୍ରତିଶତ ଅଧ୍ୟାପକ ନାହାନ୍ତି । କଟକର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ଠିକା ଅଧ୍ୟାପକ ଚଳାଇଛନ୍ତି ବୋଲି ସେ କହିଥିଲେ। 

ଏଣୁ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ବେକାର ଯୁବକଯୁବତୀ ବେସାହାରା, ଶିକ୍ଷାନୁଷ୍ଠାନରେ ଦୁର୍ନୀତି ଅନ୍ୟପକ୍ଷରେ ଖଣି,ପାଣି, ଡାଲି, ଚିଟଫଣ୍ଡ, ଛାତ୍ରବୃତି, ଜମି ଓ ସରକାର ଯୋଜନା ଲୁଟ ଓ ଦୁର୍ନୀତିରେ ନବୀନ ସରକାରର ଅସଲ ମୁଖା ଧରାପଡ଼ିଯାଇଛି । ଗାଁ ଗଣ୍ଡା ବୁଲି, ବଜାର ସହର ବୁଲି ଓଡ଼ିଶାର ଛାତ୍ର ସମାଜ ପରିବର୍ତନ ପାଇଁ ଜନାସଧାରଣଙ୍କୁ ସଚେତନ କରିବାକୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଆହ୍ୱାନ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ନିହାର ବେହେରା, ଗଣେଶ ଦାସ, ସୁନିଲ ମାଟିଆ, ବିଶ୍ୱଭୂଷଣ ମହାପାତ୍ର, ରଣଜିତ ସେନାପତି, ଅଖିଳେଶ ଯାଦବ, ସୁଦୀପ ସାମଲ, ଉଦିତ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।