Election Results 2024: କଣ୍ଟାବାଞ୍ଜୀରୁ ହାରିଲେ ନବୀନ ବାରଣାସୀରୁ ଜିତିଲେ ମୋଦୀ !
Advertisement
Article Detail0/zeeodisha/odisha2279464

Election Results 2024: କଣ୍ଟାବାଞ୍ଜୀରୁ ହାରିଲେ ନବୀନ ବାରଣାସୀରୁ ଜିତିଲେ ମୋଦୀ !

Election Results 2024: ରାଜ୍ୟରେ ବର୍ତ୍ତମାନ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି । ଏପରି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କଣ୍ଟାବାଞ୍ଜୀ ଆସନରେ ପଛରେ ପଡିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ଖୁବ ଆଗରେ ଅଛନ୍ତି ।

Election Results 2024: କଣ୍ଟାବାଞ୍ଜୀରୁ ହାରିଲେ ନବୀନ ବାରଣାସୀରୁ ଜିତିଲେ ମୋଦୀ !

Election Results 2024: ଜୁନ୍ ୦୪, ୨୦୨୪ ରାଜନୈତିକ ଇତିହାସର ପୃଷ୍ଠାରେ ଯୋଡିଦେଲା ଆଉ ଏକ ନୂଆ ଫର୍ଦ୍ଦ । ସମଗ୍ର ଦେଶର ଅଧିକାଂଶ ସ୍ଥାନରେ ବିଜେପି ଭଲ ପ୍ରଦର୍ଶନ କରିଥିବା ସମୟରେ ରାଜ୍ୟ ରାଜନୀତିକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ରାଜ୍ୟରେ ବର୍ତ୍ତମାନ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି । ଏପରି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କଣ୍ଟାବାଞ୍ଜୀ ଆସନରେ ପଛରେ ପଡିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ଖୁବ ଆଗରେ ଅଛନ୍ତି ।

କଣ୍ଟାବାଞ୍ଜି ଆସନରେ ବିଜେଡି ପ୍ରାର୍ଥୀ ଭାବେ ନିଜେ ବିଜେଡି ସୁପ୍ରିମୋ ନିର୍ବାଚନ ଲଢୁଥିଲେ । କିନ୍ତୁ ସେଠାରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଲକ୍ଷ୍ମଣ ବାଗ ୧୭ ରାଉଣ୍ଡ ମଧ୍ୟରେ ୫୮୪୪ ଭୋଟ ବ୍ୟବଧାନରେ ମୋଟ ୫୨୧୧୨ ଭୋଟ୍ ପାଇ ବିଜୟ ଆଡକୁ ଗତି କରୁଛନ୍ତି । ୧୭ ରାଉଣ୍ଡ ସୁଦ୍ଧା ନବୀନଙ୍କୁ ମିଳିଛି ମାତ୍ର ୪୬୨୬୮ ଖଣ୍ଡ ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ୧୬୮୮୬ ଖଣ୍ଡ ଭୋଟ୍ ପାଇଛନ୍ତି ।

ଅନ୍ୟପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ନିର୍ବାଚନ ଲଢି ବିଜୟଲାଭ କରିଛନ୍ତି । ବିଜେପିକୁ ମୋଟ ୬୧୨୯୭୦ ଖଣ୍ଡ ଭୋଟ୍ ମିଳିଥିବା ସମୟରେ କଂଗ୍ରେସ ପ୍ରାର୍ଥୀ ଅଜୟ ରାଏ ୪୬୦୪୫୭ ଖଣ୍ଡ ଭୋଟରେ ପରାଜୟର ସାମ୍ନା କରିଛନ୍ତି ।

Also Read- ଜେଡିଏସ ଗଡ଼ରେ ହାତର କମାଲ୍‌: ହାସନରୁ ହାରିଲେ ଦୁଷ୍କର୍ମ ଅଭିଯୁକ୍ତ ପ୍ରଜ୍ଜ୍ବଳ ରେବନ୍ନା

Also Read- Top 10 News Today: BJPକୁ ବିପୁଳ ସଫଳତା, ପଢନ୍ତୁ ଅନ୍ୟାନ୍ୟ ଖବର