Rajya Sabha Elections 2022: AIMIM ସମର୍ଥନରେ ଫାଇଦା ଉଠାଇ ପାରେ MVA
Advertisement
Article Detail0/zeeodisha/odisha1214964

Rajya Sabha Elections 2022: AIMIM ସମର୍ଥନରେ ଫାଇଦା ଉଠାଇ ପାରେ MVA

 ମହା ବିକାଶ ଅଘାଡି ମେଣ୍ଟରେ ସାମିଲ ଥିବା ଦଳ  ଶିବସେନା ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିପାରିବେ।

Rajya Sabha Elections 2022:  AIMIM ସମର୍ଥନରେ ଫାଇଦା ଉଠାଇ ପାରେ MVA

Rajya Sabha Elections 2022: ଚଳିତ ବର୍ଷ ରାଜ୍ୟସଭାର ୧୬ ଆସନ ଲାଗି ଜୁନ ୧୦ ତାରିଖ ଶୁକ୍ରବାର ଶେଷ ହୋଇଛି ଭୋଟ ଗ୍ରହଣ। ଦେଶର ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ ଏବଂ ହରିୟାଣା ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସଭା ନିର୍ବାଚନ। 
ମହାରାଷ୍ଟ୍ରର ୬ ରାଜ୍ୟସଭା ଆସନ ଲାଗି ଅନୁଷ୍ଠିତ ହୋଇଥିଲା ନିର୍ବାଚନ।

ମହାରାଷ୍ଟ୍ରର ୬ ରାଜ୍ୟସଭା ଆସନ ଲାଗି ୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏହି ନିର୍ବାଚନରେ ଶିବସେନା ପକ୍ଷରୁ ସଞ୍ଜୟ ରାଉତ ଏବଂ ସଞ୍ଜୟ ପାୱାରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେପି ପ୍ରାର୍ଥୀ ଭାବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଅନିଲ ବୋଣ୍ଡେ ଏବଂ ଧନଞ୍ଜୟ ମହାଦିକ ରାଜ୍ୟସଭା ନିର୍ବାଚନ ଲଢୁଛନ୍ତି।  

ଏନିସିପି ପକ୍ଷରୁ ପ୍ରଫୁଲ ପଟେଲ ଏବଂ କଂଗ୍ରେସ ପକ୍ଷରୁ ଇମରାନ ପ୍ରତାପଗଡି ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଷଷ୍ଠ ଆସନ ଲାଗି ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ ଏବଂ ଶିବସେନା ପ୍ରାର୍ଥୀ ସଞ୍ଜୟ ପାୱାରଙ୍କ ମଧ୍ୟରେ ମୁକାବିଲା ହେବ। ମହାରାଷ୍ଟ୍ର ବିଧାନସଭା ସଂଖ୍ୟା ଗଣିତ ଅନୁସାରେ ବିଧାୟକ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭା ନିର୍ବାଚନରେ ବିଜେପି ୨, ଶିବସେନା, କଂଗ୍ରେସ, ଏନସିପି ସହଜରେ ଗୋଟିଏ ଲେଖାଁଏ ଆସନ ଦଖଲ କରିନେବେ।  

ମହାରାଷ୍ଟ୍ରରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନରେ ରାଜ୍ୟରେ କ୍ଷମତାସୀନ ଶାସକ ମହା ବିକାଶ ଅଘାଡି ମେଣ୍ଟକୁ (Maha Vikas Aghadi) ସମର୍ଥନ କରିଛି ଏଆଇଏମଆଇଏମ (AIMIM)। ଏନେଇ ପ୍ରତକ୍ରିୟା ରଖି ମହାରାଷ୍ଟ୍ର ଏଆଇଏମଆଇଏମ ରାଜ୍ୟ ଶାଖା ସଭାପତି ଇମତିୟାଜ ଜଲୀଲ କହିଛନ୍ତି  ଦଳର ୨ ବିଧାୟକଙ୍କୁ କଂଗ୍ରେସ ପ୍ରାର୍ଥୀ ଇମରାନ ପ୍ରତାପଗଡି ଭୋଟ ଦେବା ଲାଗି କୁହାଯାଇଛି। 

ଏହି ନିର୍ବାଚନରେ ଶିବସେନା ପ୍ରାର୍ଥୀଙ୍କୁ ୨ ବିଧାୟକ ଥିବା ସମାଜବାଦୀ ପାର୍ଟି ପକ୍ଷରୁ ସମର୍ଥନ ମିଳିବା ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ସମାଜବାଦୀ ପାର୍ଟି ବିଧାୟକ  ଶିବସେନା ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି ନା ନାହିଁ ତାହା ରାଜ୍ୟସଭା ନିର୍ବାଚନ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ।
 
ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡି ସରକାରରେ ଥିବା ସାମିଲ ଥିବା ଶିବସେନା ପାଖରେ ୫୫, ଏନସିପି ପାଖରେ ୫୨ ଏବଂ କଂଗ୍ରେସ ପାଖରେ ୪୪ ବିଧାୟକ ଅଛନ୍ତି। ଏହି ୨ ସହଯୋଗୀ ଦଳ ଦ୍ୱିତୀୟ ଶିବସେନା ପ୍ରାର୍ଥୀ ସଞ୍ଜୟ ପାୱାରଙ୍କ ବିଜୟ ସୁନିଶ୍ଚିତ କରିପାରିବେ। ମୋଟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୨ ଏନସିପି ବିଧାୟକ ଅନିଲ ଦେଶମୁଖ ଏବଂ ନବାବ ମଲିକ ଜେଲରେ ରହିଥିବାବେଳେ ଅନ୍ୟ ଗୋଟିଏ ଆସନ ଖାଲି ପଡି଼ଛି। ଉପରୋକ୍ତ ୪ ପ୍ରମୁଖ ଦଳ ବ୍ୟତୀତ ବିଧାନସଭାରେ ସ୍ୱାଧନ ଏବଂ ଛୋଟ ଦଳର ୨୫ ବିଧାୟକ ଅଛନ୍ତି।

ରାଜ୍ୟସଭା ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ନବାବ ମଲିକ ଏବଂ ଅନୀଲ ଦେଶମୁଖ। ଉଭୟେ ମତଦାନ କରିବା ଲାଗି ଦିନକ ପାଇଁ ଜାମିନ ମାଗିଥିଲେ। ମାତ୍ର ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ ସ୍ୱତନ୍ତ୍ର ଅଦାଲତ। ମନି ଲଣ୍ଡ୍ରଂରି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଅନୀଲ ଦେଶମୁଖ। ଗୁରୁବାର ଏହି ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ଜଜ୍  ଆରଏସ ରୋକାଡେଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଥିଲା ଅର୍ଥ ହେରଫେର ମାମଲାରେ ଅନିଲ ଦେଶମୁଖ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଲୋକ ପ୍ରତିନିଧି ଅଧିନିୟମ ଅନୁଯାୟୀ ସେ ଜଣେ କଏଦୀ ଭାବେ ମତଦାନ କରିପାରିବେ ନାହିଁ।

ବମ୍ବେ ହାଇକୋର୍ଟରେ ଅନୀଲ ଦେଶମୁଖ ଏବଂ ନବାବ ମଲିକ ସ୍ୱତନ୍ତ୍ର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଭୋଟ୍ ଦେବାକୁ ଅନୁମତି ମାଗିଥିଲେ। ବମ୍ବେ ହାଇକୋର୍ଟ ଗୁରୁବାର ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଥିଲେ।

Also Read: Rajya Sabha Elections 2022: ଦୁଇଟି ଭୋଟ ହରାଇଲା NCP