Mehbooba Mufti: 'ଅକସାଇ ଚୀନ ଅଞ୍ଚଳରେ ଉଡାଇ ଦେଖାଅ ତ୍ରୀରଙ୍ଗା'
Advertisement

Mehbooba Mufti: 'ଅକସାଇ ଚୀନ ଅଞ୍ଚଳରେ ଉଡାଇ ଦେଖାଅ ତ୍ରୀରଙ୍ଗା'

Mehbooba Mufti to PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଆହ୍ୱାନ ଦେଇ ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯଦି ଆପଣଙ୍କ ପାଖେ ସାହାସ ଅଛି ତାହେଲେ ଅକସାଇ ଚୀନ ଅଞ୍ଚଳରେ ଉଡାଅ ତ୍ରୀରଙ୍ଗା। କାଶ୍ମୀର ଉପତ୍ୟକାରେ ତ୍ରୀରଙ୍ଗା ଉଡ଼ାଇବା ଲାଗି ଲୋକଙ୍କୁ ବାଧ୍ୟ କଲେ କିଛି ଲାଭ ହେବ ନାହିଁ। 

Mehbooba Mufti: 'ଅକସାଇ ଚୀନ ଅଞ୍ଚଳରେ ଉଡାଇ ଦେଖାଅ ତ୍ରୀରଙ୍ଗା'

PDP Chief challenges to PM Modi: ତ୍ରିରଙ୍ଗା ଉଡ଼ାଇବା ପ୍ରସଙ୍ଗରେ ବିଜେପି ଉଦ୍ଦେଶ୍ୟରେ ବର୍ଷିଛନ୍ତି ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଉଦ୍ଦେଶ୍ୟରେ ଟାର୍ଗେଟ କରି ସେ କହିଛନ୍ତି ସେମାନେ ଦେଶର ଜାତୀୟ ପତାକାକୁ ନେଇ ରାଜନୀତି କରିବାରେ ଲାଗିଛନ୍ତି। ବର୍ତ୍ତମାନ ଲୋକଙ୍କୁ ସେମାନଙ୍କ ଘରେ ପତାକା ଉତ୍ତୋଳନ କରିବାକୁ ଧମକ ଦିଆଯାଉଛି। 

ପ୍ରଧାନମନ୍ତ୍ରୀ ମୋଦିଙ୍କ (PM Modi) ଉଦ୍ଦେଶ୍ୟରେ ଆହ୍ୱାନ ଦେଇ ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ (Former Jammu Kashmir Chief Minister) ତଥା ପିଡିପି ମୁଖ୍ୟ ମେହବୁବା ମୁଫତି (PDP Chief Mehbooba Mufti) କହିଛନ୍ତି ଯଦି ଆପଣଙ୍କ ପାଖେ ସାହାସ ଅଛି ତାହେଲେ ଅକସାଇ ଚୀନ (Aksai Chin) ଅଞ୍ଚଳରେ ଉଡାଅ ତ୍ରୀରଙ୍ଗା (Tricolour)। କାଶ୍ମୀର ଉପତ୍ୟକାରେ ତ୍ରୀରଙ୍ଗା ଉଡ଼ାଇବା ଲାଗି ଲୋକଙ୍କୁ ବାଧ୍ୟ କଲେ କିଛି ଲାଭ ହେବ ନାହିଁ। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାର ଚଳିତ ବର୍ଷର ସ୍ୱାଧୀନତା ଦିବସରେ ପ୍ରତ୍ୟେକ ଘରେ ତ୍ରୀରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି। ଯେଉଁଥିପାଇଁ ବିଜେପି ଶାସିତ ରାଜ୍ୟରେ ପ୍ରସ୍ତୁତି ଚାଲିଛି।

ରାଜଧାନୀ ଶ୍ରୀନଗର (Srinagar) ସ୍ଥିତ ଶେର-ଇ-କାଶ୍ମୀର ପାର୍କ (Sher e Kashmir Park) ଠାରେ ଦଳର ୨୩ ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପିଡିପି ମୁଖ୍ୟ ମେହବୁବା ମୁଫତି କାଶ୍ମୀର ଘାଟିର (Kashmir Valley) ଶାନ୍ତି ଭଙ୍ଗ ପାଇଁ ବିଜେପି ସରକାରକୁ ଦାୟୀ କରିଛନ୍ତି। ଏନେଇ ସେ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିବାକୁ ଚାହେଁ ଯେ ଯଦି ଆପଣ ଭାରତ ବର୍ଷକୁ ବିଶ୍ୱଗୁରୁ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ପ୍ରଥମେ ଜାମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା କରନ୍ତୁ। ପ୍ରଥମେ ଦେଶକୁ ବଞ୍ଚାନ୍ତୁ। ଭାରତ ବିଶ୍ୱଗୁରୁ ହେବାର ରାସ୍ତା ଜି-20 ମାଧ୍ୟମର ନୁହେଁ ବରଂ କାଶ୍ମୀର ଦେଇ ଯାଇଥାଏ। ଏହା SAARC ମାଧ୍ୟମରେ ଆସିଥାଏ। ଶ୍ରୀଲଙ୍କା ପ୍ରସଙ୍ଗରେ ଭାରତ ସାର୍କ ବୈଠକ ଡାକିବା ଆବଶ୍ୟକ।  ହେଲେ ଏପରି କୌଣସି ବୈଠକ ଡାକିବାରେ ମୋଦି ସରକାର ବିଫଳ ହୋଇଛନ୍ତି।

ସାର୍କ ସଙ୍ଗଠନରେ ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ଭାରତ-ପାକିସ୍ତାନ ସମ୍ପର୍କ। ଯଦି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନ ହୁଏ ତାହେଲେ କାଶ୍ମୀର କ୍ଷତି ସହିବ। କାଶ୍ମୀର ଉପରେ ଆକ୍ରମଣ କରିଥିବା ପୁରାତନ ଆକ୍ରମଣକାରୀ ଏବଂ ରାଜା ଏଠାରେ ମସଜିଦ ନିର୍ମାଣ ପାଇଁ ମନ୍ଦିର ନଷ୍ଟ କରିଥିଲେ ଏବଂ ଆପଣ ମନ୍ଦିର ନିର୍ମାଣ ପାଇଁ ମସଜିଦ ନଷ୍ଟ କରୁଛନ୍ତି। ସେମାନେ ଏବଂ ଆଉ ଆପଣଙ୍କ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି?

ଯେତେବେଳେ ଭାରତ-ପାକିସ୍ଥାନ ପଞ୍ଜାବ ମାଧ୍ୟମରେ ବାଣିଜ୍ୟ କରିପାରିବେ ସେତେବେଳେ କାଶ୍ମୀର ଦେଇ ବ୍ୟବସାୟ କାହିଁକି  ହୋଇପାରିବ ନାହିଁ। ଏଠାରେ କୌଣସି ଯୁଦ୍ଧ ଚାଲିଛି? ପାକିସ୍ତାନ ସମସ୍ତଙ୍କୁ CPEC ପ୍ରକଳ୍ପରେ ଅଂଶ କରିବାକୁ ଆମନ୍ତ୍ରଣ କରିଛି। ଭାରତ ଏହାକୁ ବିରୋଧ କରିଛି। ହେଲେ ସେମାନେ ଏହାକୁ ବନ୍ଦ କରିବେ ନାହିଁ।  କାରଣ ଆପଣ 370 ଧାରା ଉଚ୍ଛେଦରେ ଅଟକି ନାହାଁନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀର ଲୋକ ଭାଗ୍ୟବାନ ଯେ ସେମାନେ CPEC ପ୍ରକଳ୍ପର ଅଂଶବିଶେଷ ହେବେ।

ଅମରନାଥ ଯାତ୍ରାର ରାଜନୀତିକରଣ କରାଯାଇଛି। ଏକ ଏଜେଣ୍ଡା ପାଇଁ ତୀର୍ଥଯାତ୍ରୀଙ୍କୁ ବଳି ଦିଆଯାଇଛି। ମୁଁ ପାକିସ୍ତାନ କଥା କହିବି। ପଡୋଶୀ ଦେଶ ସହ ଆଲୋଚନା କରିବାକୁ ସେ ପର୍ଯ୍ୟନ୍ତ କହିବି ଯେ ପର୍ଯ୍ୟନ୍ତ କାଶ୍ମୀର ଘାଟିରେ ୧୦ ଲକ୍ଷ ସଶସ୍ତ୍ର ବାହିନୀ ରହିବେ ଏବଂ  କାଶ୍ମୀର ଘାଟିରେ ଯେ ପର୍ଯ୍ୟନ୍ତ ଶାନ୍ତି ସ୍ଥାପନ ହୋଇନାହିଁ। ସେ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ଜାମୁ କାଶ୍ମୀରରେ ଅସାମ୍ବିଧାନିକ ଭାବେ ୩୭୦ ଧାରା ଉଚ୍ଛେଦ କରିଛି।

ସରକାର ଆମ ଜମି ସେନା ଏବଂ ଶିଳ୍ପପତିଙ୍କୁ ହସ୍ତାନ୍ତର କରୁଛନ୍ତି ହେଲେ ସ୍ଥାନୀୟ ଆଦିବାସୀଙ୍କୁ ସେମାନଙ୍କ ଜମିରୁ ବହିଷ୍କାର କରୁଛି। ଚାକିରି ବିକ୍ରି ହେଉଛି ଏସବୁ ଜାମୁ କାଶ୍ମୀରରେ ଶାନ୍ତି ନଷ୍ଟ କରୁଛି। ସରକାର ଆମ ଠାରୁ ଯାହା ନେଇଛନ୍ତି ତାହା ଜାମୁ କାଶ୍ମୀରକୁ ଫେରାଇବାକୁ ହେବ। ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ସହ କଥାବାର୍ତ୍ତା ହୋଇନାହିଁ ସେପର୍ଯ୍ୟନ୍ତ ଶାନ୍ତି ସ୍ଥାପନ ସମ୍ଭବ ନୁହେଁ। କଥାବାର୍ତ୍ତା ନ ହେବା ପର୍ଯ୍ୟନ୍ତ ମୁଁ ପାକିସ୍ତାନ ବାବଦରେ କହିବା ଜାରି ରଖିବି। 

ମୁଁ ପ୍ରଧାନମନ୍ତ୍ରୀଙ୍କୁ କମାର ନୁହେଁ ବରଂ ଜଣେ ସୁନା କାରିଗର ହେବାକୁ କହୁଛି। ଆମେ କେବଳ ଭାରତର ପତାକା ନୁହେଁ ଭାରତର ସମ୍ବିଧାନ ମଧ୍ୟ ଗ୍ରହଣ କରିଥିଲୁ। ହେଲେ ଆମର ନିଜସ୍ୱ ପତାକା ଏବଂ ସମ୍ବିଧାନ ମଧ୍ୟ ଅଛି। ଯଦି ଏହାର ପୁନରୁଦ୍ଧାର ନହୁଏ ତାହେଲେ ଜାମ୍ମୁ କାଶ୍ମୀର ଏବଂ ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନ ହୋଇପାରିବ ନାହିଁ।

Also Read: ରାଜ୍ୟରେ କଙ୍ଗାରୁ କୋର୍ଟ ଚଳାଇଛନ୍ତି ଯୋଗୀ ସରକାର: ମେହବୁବା ମୁଫତି

Also Read: କାଶ୍ମୀର ଫାଇଲ୍ସ ଉପରେ ମେହବୁବା ମୁଫତିଙ୍କ ବିବାଦୀୟ ବୟାନ; କହିଲେ ମସଜିଦରୁ ମିଳୁଛନ୍ତି ଭଗବାନ

Also Read: 'ଯଦି ସାହାସ ଅଛି ତାହେଲେ ତାଜମହଲ-ଲାଲ କିଲ୍ଲା କୁ ମନ୍ଦିର ବନାଇ ଦେଖାଅ'