Rajpath Name Change: ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ ମୋଦି ସରକାରଙ୍କ ବିରୋଧରେ ବର୍ଷିଲେ ମେଘାଳୟ ରାଜ୍ୟପାଳ
Advertisement

Rajpath Name Change: ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ ମୋଦି ସରକାରଙ୍କ ବିରୋଧରେ ବର୍ଷିଲେ ମେଘାଳୟ ରାଜ୍ୟପାଳ

Satya Pal Malik targets Narendra Modi: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ, ସେ ପ୍ରତ୍ୟେକ ତୃତୀୟ ଦିନରେ ଉଦଘାଟନ କରୁଛନ୍ତି। ବୋଧହୁଏ ଏଥର କିଛି ଉଦଘାଟନ କରିବାକୁ  ନଥିଲା। ସେଥିପାଇଁ ସେ ରାଜପଥ ନାମ ପରିବର୍ତ୍ତନ କରି ଏହାର ଉଦଘାଟନ କରିଛନ୍ତି। 

Rajpath Name Change: ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ ମୋଦି ସରକାରଙ୍କ ବିରୋଧରେ ବର୍ଷିଲେ ମେଘାଳୟ ରାଜ୍ୟପାଳ

Meghalaya Governor Satya Pal Malik: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ  କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନର ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦଳୀୟ ସରକାରଙ୍କୁ ଟାର୍ଗେଟ କରି ସାରିଛନ୍ତି ରାଜ୍ୟପାଳ ମଲିକ। ସେ କେନ୍ଦ୍ରର ଅନେକ ଯୋଜନା ଏବଂ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛନ୍ତି। ବର୍ତ୍ତମାନ ରାଜ୍ୟପାଳ ରାଜପଥ ନାମ ପରିବର୍ତ୍ତନ କରିବାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ (PM Modi) କଟାକ୍ଷ କରି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ, ସେ ପ୍ରତ୍ୟେକ ତୃତୀୟ ଦିନରେ ଉଦଘାଟନ କରୁଛନ୍ତି। ବୋଧହୁଏ ଏଥର କିଛି ଉଦଘାଟନ କରିବାକୁ  ନଥିଲା। ସେଥିପାଇଁ ସେ ରାଜପଥ ନାମ ପରିବର୍ତ୍ତନ କରି ଏହାର ଉଦଘାଟନ କରିଛନ୍ତି। 

ନିକଟରେ ଉତ୍ତର ପ୍ରଦେଶ ବୁଲନ୍ଦ ଶହର ଜିଲ୍ଲାର ମୁଢି ବାକାପୁର ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ (Meghalaya Governor Satya Pal Malik)। ଏହି ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ରାଜପାଥ ବ୍ରିଟିଶ ନାମ ନୁହେଁ। ତେଣୁ ଏହାର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାବଦରେ ପ୍ରତିକ୍ରିୟା ରଖି ରାଜ୍ୟପାଳ କହିଛନ୍ତି ସେ ଏକ ଭଲ କାମ କରୁଛନ୍ତି। ତାଙ୍କୁ ମୋର ଶୁଭେଚ୍ଛା।

Also Read: ମେଘାଳୟ ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକ ନିଯୁକ୍ତ

କୃଷକ ଆନ୍ଦୋଳନ (Farmer Protest) ପର ଠାରୁ ମୋ ଇସ୍ତଫା ମୋ ପାଖରେ ପଡ଼ିଛି। ଯେତେବେଳେ ତାଙ୍କୁ କୁହାଯାଏ ଯେ ତାଙ୍କ କଥା ତାଙ୍କ ଦଳର ସରକାରଙ୍କୁ କ୍ଷତି ପହଞ୍ଚାଉଛି, ତାହାଲେ ସେ ଇସ୍ତଫା ଦେଇଦେବେ। ଏମଏସପି (MSP on Crop) ପ୍ରସଙ୍ଗ ଉଠାଇ ରାଜ୍ୟପାଳ କହିଛନ୍ତି ଯେ ଯଦି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (Minimum Support Price) କାର୍ଯ୍ୟକାରୀ ନ କରାଯାଏ ତାହେଲେ କୃଷକ ଏବଂ ସରକାରଙ୍କ ମଧ୍ୟରେ ପୁଣି ଥରେ ଏକ ବଡ ଲଢେଇ ହେବା ନିଶ୍ଚିତ।

ସେପ୍ଟମ୍ବର ୮ ତାରିଖ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଗୁରୁବାର ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ (Rashtrapati Bhavan) ଠାରୁ ଇଣ୍ଡିଆ ଗେଟ୍ (India Gate) ପର୍ଯ୍ୟନ୍ତ ଯାଇଥିବା କର୍ତ୍ତବ୍ୟପଥ (Kartavya Path) ରାସ୍ତାକୁ ଉଦଘାଟନ କରିଛନ୍ତି। ଯାହା ପୂର୍ବରୁ ରାଜପଥ (Rajpath) ନାମରେ ଜଣାଶୁଣା ରହିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦାସତ୍ୱର ପ୍ରତୀକ ରାଜପଥ ଏବେ ଇତିହାସର ବିଷୟ ପାଲଟିଛି ଏବଂ ଏହାକୁ ସବୁଦିନ ପାଇଁ ଲିଭାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ କର୍ତ୍ତବ୍ୟ ପଥ ନାମରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଆଉ ଏକ ଦାସତ୍ୱ ପରିଚୟରୁ ମୁକ୍ତି ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ (Netaji Subhash Chandra Bose) ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।