Maharashtra Cabinet: କିଏ ହେବେ ମନ୍ତ୍ରୀ? କେବେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର?
Advertisement
Article Detail0/zeeodisha/odisha1245210

Maharashtra Cabinet: କିଏ ହେବେ ମନ୍ତ୍ରୀ? କେବେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର?

Maharashtra Cabinet: କ୍ୟାବିନେଟ୍ ବିସ୍ତାର କରିବା ପ୍ରସଙ୍ଗରେ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ମନ୍ତ୍ରୀମଣ୍ଡଳ ସଂଖ୍ୟାକୁ ନେଇ ବିଜେପି ଏବଂ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବୁଝାମଣା ହୋଇସାରିଛି।

Maharashtra Cabinet: କିଏ ହେବେ ମନ୍ତ୍ରୀ? କେବେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର?

Maharashtra Cabinet: ମହାରାଷ୍ଟ୍ର ବିଧାନସଭାରେ ବିଜେପି ସମର୍ଥିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାର ଗୋଟିଏ ଦିନ ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ କହିଛନ୍ତି ଯେ ଖୁବ ଶୀଘ୍ର ରାଜ୍ୟ କ୍ୟାବିନେଟ୍ ବିସ୍ତାର କରାଯିବ। ମଙ୍ଗଳବାର ନାଗପୁର ବିମାନ ବନ୍ଦର ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ରାଜ୍ୟ ବିଦର୍ଭ ଅଞ୍ଚଳର ବିକାଶ କରିବା ନେଇ ଆଶ୍ୱସନା ଦେଇଛନ୍ତି।

ଖୁବ ଶୀଘ୍ର କ୍ୟାବିନେଟ ସମ୍ପ୍ରସାରଣ କରାଯିବ। ରାଜ୍ୟରେ ନୂତନ ସରକାର ଗଠନ ପରେ ଗୃହ ଜିଲ୍ଲା ନାଗପୁର ଠାରେ ପହଞ୍ଚିବା ପରେ ବିଜେପି କର୍ମକର୍ତ୍ତା ତାଙ୍କୁ ସ୍ୱାଗତ କରିଥିଲେ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ଫଡନାଭୀସ ତାଙ୍କ ପତ୍ନୀ ଅମୃତା ଫଡନାଭୀସଙ୍କ ସହ ଉପସ୍ଥିତ ଥିଲେ। ନାଗପୁର ବିମାନ ବନ୍ଦର ଠାରୁ ସେ ତାଙ୍କ ସମର୍ଥକଙ୍କ ଦ୍ୱାରା ଆୟୋଜିତ 'ଜଲୋଷ ଯାତ୍ରା' ଆରମ୍ଭ କରିଥିଲେ।

କ୍ୟାବିନେଟ୍ ବିସ୍ତାର କରିବା ପ୍ରସଙ୍ଗରେ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ମନ୍ତ୍ରୀମଣ୍ଡଳ ସଂଖ୍ୟାକୁ ନେଇ ବିଜେପି ଏବଂ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବୁଝାମଣା ହୋଇସାରିଛି। ଏନେଇ ଦାବି କରାଯାଉଛି ଯେ ବିଜେପି କୋଟାରୁ ୧୫ ଜଣ ଏବଂ ସିନ୍ଦେ ଗୋଷ୍ଠୀରୁ ୧୨ ଜଣ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି। ଯଦି ରାଷ୍ଟ୍ରମନ୍ତ୍ରୀଙ୍କ କଥା କୁହାଯାଏ ତାହେଲେ ବିଜେପି କୋଟାରୁ ୧୦ ଏବଂ ସିନ୍ଦେ ଗୋଷ୍ଠୀରୁ ୨-୫ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇପାରନ୍ତି।

ଗତ ଜୁନ ୨୯  ତାରିଖରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହୋଇଥିଲା। ଏହା ପରେ ଜୁନ ୩୦ ତାରିଖରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନାଭୀସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।  ବିଜେପି ଏବଂ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ନେଇ ଗଠିତ ଏହି ସରକାର ଜୁଲାଇ ୪ ତାରିଖ ସୋମବାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଥିଲା। 

ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ କ୍ୟାବିନେଟ ସମ୍ପ୍ରସାରଣ କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିଲେ ମନ୍ତ୍ରୀମଣ୍ଡଳ ବିସ୍ତାର କରିବା ପ୍ରସଙ୍ଗରେ ଦେବେନ୍ଦ୍ର ଫଡନାଭୀସଙ୍କ ସହ ଚର୍ଚ୍ଚା କରିବା ଲାଗି ତାଙ୍କୁ କିଛି ସମୟ ଦରକାର। ଆମକୁ ଶାନ୍ତିରେ ନିଶ୍ୱାସ ନେବାକୁ ଦିଆଯାଉ। ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ଅନେକ ଉତ୍ଥାନ ପତ୍ତନ ମଧ୍ୟରେ ଗତି କରିଛି। ମୁଁ ଏବଂ ଦେବେନ୍ଦ୍ର ଫଡନାଭୀସ ବସି କ୍ୟାବିନେଟ ସମ୍ପ୍ରସାରଣ ଏବଂ ବିଭାଗ ବଣ୍ଟନ ବାବଦରେ ଆଲୋଚନା କରିବୁ। ଆମେ ବିଜେପି ଜାତୀୟ ସ୍ତରର ନେତାଙ୍କ ସହ ମଧ୍ୟ ଆଲୋଚନା କରିବୁ।

Also Read: Maharashtra Politics: ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ, ଜାରି ହେଲା ମନ୍ତ୍ରୀଙ୍କ ତାଲିକା