Maharashtra Politics: ଦଶହରା ରାଲିକୁ ନେଇ ମୁହାଁମୁହିଁ ଉଦ୍ଧବ ଠାକରେ-ଏକନାଥ ସିନ୍ଦେ
Advertisement

Maharashtra Politics: ଦଶହରା ରାଲିକୁ ନେଇ ମୁହାଁମୁହିଁ ଉଦ୍ଧବ ଠାକରେ-ଏକନାଥ ସିନ୍ଦେ

Shiv Sena Dussehra Rally: ଦଶହରା ଅବସରରେ  ରାଲି ଆୟୋଜନ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ  ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେର। 

Maharashtra Politics: ଦଶହରା ରାଲିକୁ ନେଇ ମୁହାଁମୁହିଁ ଉଦ୍ଧବ ଠାକରେ-ଏକନାଥ ସିନ୍ଦେ

Uddhav Thackeray vs Eknath Shinde: ବର୍ତ୍ତମାନ ଦଶହରା ରାଲିକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ଦଶହରା ଅବସରରେ ରାଲି କରିବାକୁ ନେଇ ମୁହାମୁହିଁ ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ। ପ୍ରତିବର୍ଷ ଶିବସେନା ଦ୍ୱାରା ଆୟୋଜିତ ପାରମ୍ପରିକ ବାର୍ଷିକ ରାଲି ହେଉଛି ଦଶହରା ରାଲି। ହେଲେ ଚଳିତ ବର୍ଷ ଜୁନ ମାସରେ ଦଳରେ ହୋଇଥିବା ବିଦ୍ରୋହ ପରେ ଶିବସେନା ୨ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନ୍ୟ ଏକ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ପରିଚାଳିତ ହେଉଛି।  ପ୍ରକୃତ ଶିବସେନା କିଏ ସେ ନେଇ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଲଢେଇ  ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚି ସାରିଛି। ବର୍ତ୍ତମାନ ଦଶହରା ରାଲିକୁ ନେଇ ମୁହାଁମୁହି ହୋଇଛନ୍ତି ସିନ୍ଦେ-ଠାକରେ ଗୋଷ୍ଠୀ। ଏହି ରାଲିକୁ ନେଇ ଉଭୟ ଗୋଷ୍ଠୀର ନେତା  ଅତ୍ୟଧିକ ଉତ୍ତେଜନାମୂଳକ ବିବୃତ୍ତି ଦେବାରେ ଲାଗିଛନ୍ତି।

ଦଶହରା ରାଲି ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ମନ୍ତ୍ରୀ ତଥା ସିନ୍ଦେ ଗୋଷ୍ଠୀର ବିଧାୟକ ଦୀପକ କେସରକର (Maharashtra Minister Deepak Kesarkar) କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) ବର୍ତ୍ତମାନ ପର୍ଯ୍ୟନ୍ତ ଦଶହରା ରାଲି (Dussehra Rally) ବାବଦରେ କୌଣସି ଆଲୋଚନା କରିନାହାଁନ୍ତି। ଶିବସେନା ପ୍ରତିଷ୍ଠାତା ତଥା ହିନ୍ଦୁ ହୃଦୟ ସମ୍ରାଟ ବାଲା ସାହେବଙ୍କ (Shiv Sena Founder Bala Saheb) ଚିନ୍ତାଧାରାକୁ ଆମେ ଆଗକୁ ବଢାଇବୁ। ଚଳିତ ବର୍ଷ ଦଶହରା ରାଲି ଆୟୋଜନ କରାଯିବ ନା ନାହିଁ ସେ ନେଇ କୌଣସି ଆଲୋଚନା ହୋଇନାହିଁ। ଯଦି ଏହି ପ୍ରସଙ୍ଗରେ କୌଣସି ଆଲୋଚନା ହୁଏ ତାହେଲେ ସମସ୍ତ ଲୋକଙ୍କୁ ଏ ବାବଦରେ ଅବଗତ କରାଯିବ। କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବା ବେଳେ ରାଜ୍ୟରେ କୌଣସି ପରିସ୍ଥିତିରେ ଉତ୍ତେଜନାମୂଳକ ଘଟଣା ଘଟିବାକୁ ଦିଆଯିବ ନାହିଁ। ହେଲେ ଆମେ ମଧ୍ୟ ପରମ୍ପରା ଭାଙ୍ଗିବାକୁ ଦେବୁ ନାହିଁ। କାହାକୁ ଅନୁମତି ଦେବାକୁ ହେବ ଏବଂ କାହାକୁ ଅନୁମତି ଦିଆଯିବ ନାହିଁ ଏହି ସମସ୍ତ ନିଷ୍ପତ୍ତି ନିୟମ ଅନୁଯାୟୀ ନିଆଯିବ। 

Also Read: Maharashtra Politics: ମୁହାଁମୁହିଁ ଅବସ୍ଥାରେ ସିନ୍ଦେ ଗୋଷ୍ଠୀ-ଆଦିତ୍ୟ ଠାକରେ, ପାଲଟା ଜବାବ ଦେଲେ ଅସନ୍ତୁଷ୍ଟ ଶିବସେନା ବିଧାୟକ

 

ଅନ୍ୟପଟେ ଦଶହରା ଅବସରରେ କରାଯାଉଥିବା ବାର୍ଷିକ ରାଲି ଆୟୋଜନ କରିବା ପାଇଁ ମୁମ୍ବାଇ ନଗର ନିଗମ (Brihanmumbai Municipal Corporation) ପାଖରୁ ଅନୁମତି ମାଗିଛି ଶିବସେନା ଠାକରେ ଗୋଷ୍ଠୀ (Shiv Sena Thackeray Faction)। କେବଳ ଏତିକି ନୁହେଁ ରାଜ୍ୟରେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାରଙ୍କୁ ଚ୍ୟାଲେଞ୍ଜ କରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ (Shiv Sena Chief Uddhav Thackeray) ପୁଅ ଆଦିତ୍ୟ ଠାକରେ (Aditya Thackeray) କହିଛନ୍ତି ଯେ ଦଶହରା ରାଲି ଶିବସେନାର ହୋଇସାରିଛି (Shiv Sena Dussehra Rally)। ଦଶହରା ରାଲି ଶିବସେନାର ହୋଇରହିବ। ତାଙ୍କର ଏହି ବିବୃତ୍ତି ପରେ ଶିବସେନା ସିନ୍ଦେ ଗୋଷ୍ଠୀ (Shiv Sena Shinde Faction) ପକ୍ଷରୁ କୁହାଯାଇଛି ଯେ ହିନ୍ଦୁତ୍ୱ ଆଦର୍ଶକୁ ପରିତ୍ୟାଗ କରିଥିବାରୁ ଠାକେରେ ଗୋଷ୍ଠୀର ଦଶହରା ରାଲି ଆୟୋଜନ କରିବାର କୌଣସି ଅଧିକାର ନାହିଁ। ଏହି ଦୁଇ ଗୋଷ୍ଠୀର ବିବୃତ୍ତିରୁ ଅନୁମାନ କରାଯାଇପାରେ ଯେ ଦଶହରା ରାଲି ଉଭୟ ଠାକରେ-ସିନ୍ଦେ ଗୋଷ୍ଠୀ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।