Maharashtra Politics: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶିବେସନା-କଂଗ୍ରେସ ନେତା
Advertisement
Article Detail0/zeeodisha/odisha1374499

Maharashtra Politics: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶିବେସନା-କଂଗ୍ରେସ ନେତା

Congress Shiv Sena: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବାବଦରେ କରିଥିବା ଚାଞ୍ଚଲ୍ୟକର ଖୁଲାସା ବାବଦରେ ଶିବସେନା-କଂଗ୍ରେସ କୁ ପାଲଟା ଜବାବ ଦେଇଛି ବିଜେପି। 

Maharashtra Politics: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶିବେସନା-କଂଗ୍ରେସ ନେତା

Maharashtra CM Eknath Shinde: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବାବଦରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଶିବସେନା-କଂଗ୍ରେସ। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ। ଏନେଇ କୁହାଯାଇଛି ଯେ, ବର୍ତ୍ତମାନର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ୨୦୧୪ ଏବଂ ୨୦୧୭ ବର୍ଷରେ କଂଗ୍ରେସ ସହ ମେଣ୍ଟ କରିବାକୁ ଦାବି ଉଠାଇଥିଲେ। ଏଭଳି ଚାଞ୍ଚଲ୍ୟକର ଦାବି କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ୱାଣ ଏବଂ ପୁରୁଖା ଶିବସେନା ନେତା ଚନ୍ଦ୍ରକାନ୍ତ ଖୈରଙ୍କ ସମେତ ଅନ୍ୟ ନେତା। ଏହି ଖୁଲାସା ଏବେ ରାଜନୀତିରେ ଚର୍ଚ୍ଚାରେ ବିଷୟ ପାଲଟିଛି।

ନିଜ ଗୃହ ଜିଲ୍ଲା ନାନ୍ଦେଡ଼ ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା (Maharashtra Congress Leader) ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ (Former Maharashtra Chief Minister) ଅଶୋକ ଚହ୍ୱାଣ (Ashok Chavan) କହିଛନ୍ତି ଯେ, ୨୦୧୭ ବର୍ଷରେ ରାଜ୍ୟରେ ସ୍ଥାନୀୟ ପୌର ସଂସ୍ଥା ନିର୍ବାଚନ ପୂର୍ବରୁ ଶିବସେନା ପ୍ରତିନିଧୀ ଦଳରେ ବର୍ତ୍ତମାନର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) ରହିଥିଲେ। ଯିଏ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ (Devendra Fadnavis Govt) ନେତୃତ୍ୱାଧିନ ବିଜେପି-ଶିବସେନା ମେଣ୍ଟ ସରକାରରେ (BJP Shiv Sena Alliance Govt) ମନ୍ତ୍ରୀ ରହିଥିଲେ। ସେ ତାଙ୍କ କାର୍ଯ୍ୟାଳୟରେ ବିଜେପି ସହ ମେଣ୍ଟ ସମ୍ପର୍କ ଭାଙ୍ଗିବାକୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସିନ୍ଦେ ପ୍ରଥମେ ତାଙ୍କ ଦଳ ତଥା ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ (NCP Supremo Sharad Pawar) ସହ ପରାମର୍ଶ କରିବେ ଏବଂ ଏହା ପରେ ସେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ଯଦିଓ ଏହି ପ୍ରସଙ୍ଗରେ କୌଣସି ଅଗ୍ରଗତି ହୋଇନଥିଲା। 

ସେତେବେଳେ ମହାରାଷ୍ଟ୍ର ରାଜନୀତିରେ (Maharashtra Politics) ବିଜେପି-ଶିବସେନା ମେଣ୍ଟ ସରକାର କ୍ଷମତାସୀନ ରହିଥିଲା। ହେଲେ ଉଭୟ ଦଳ ମଧ୍ୟରେ ସମ୍ପର୍କ ବିବାଦୀୟ ଅବସ୍ଥାରେ ରହିଥିଲା। ପରବର୍ତ୍ତୀ ନିର୍ବାଚନରେ ​​ସେମାନେ ପରସ୍ପର ଠାରୁ ଦୂରେଇ ଯାଇ ପୃଥକ ପୃଥକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ୱାଣ ମହାରାଷ୍ଟ୍ର କଂଗ୍ରେସ ସଭାପତି ଦାୟିତ୍ୱରେ ରହିଥିଲେ। 

ଅନ୍ୟପଟେ ଔରଙ୍ଗାବାଦ ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଶିବସେନା ନେତା ଚନ୍ଦ୍ରକାନ୍ତ ଖୈର (Shiv Sena Leader Chandrakant Khaire) କହିଛନ୍ତି ୨୦୧୪ ବର୍ଷରେ ଏକନାଥ ସିନ୍ଦେ ପ୍ରାୟ ୧୫ ଜଣ ଶିବସେନା ବିଧାୟକଙ୍କ ସହ ରାଜ୍ୟରେ ଶିବସେନା-କଂଗ୍ରେସ-ଏନସିପି ସରକାର ଗଠନ ପ୍ରସ୍ତାବ ଦେଇ କଂଗ୍ରେସ ନେତୃତ୍ୱକୁ ଭେଟିଥିଲେ। ହେଲେ ପରେ ଏହି ପ୍ରସଙ୍ଗରେ କିଛି ଜଣାପଡି ନଥିଲା।

ବରିଷ୍ଠ ଶିବସେନା ନେତା ବିନୟକ ରାଉତ (Shiv Sena Leader Vinayak Raut) ଚନ୍ଦ୍ରକାନ୍ତ ଖୈର ଏବଂ ଅଶୋକ ଚହ୍ୱାଣଙ୍କ ଯୁକ୍ତିକୁ ସମର୍ଥନ କରି କହିଛନ୍ତି ଯେ ଏକନାଥ ସିନ୍ଦେ ବିଜେପି ସହ ସମ୍ପର୍କ ଭାଙ୍ଗିବାକୁ ଏବଂ କଂଗ୍ରେସ-ଏନସିପି ସହ ମେଣ୍ଟ କରିବାକୁ ଚାହୁଁଛନ୍ତି। ଗତ ୨୦୧୯ ମହାରାଷ୍ଟ୍ର  ବିଧାନସଭା ନିର୍ବାଚନ ପରେ କଂଗ୍ରେସ-ଏନସିପି ସହ ଏକ ମେଣ୍ଟ ଗଠନ କରିଥିଲେ ଶିବସେନା ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେତେବେଳେ ଏହି ୩ ଦଳର ମେଣ୍ଟକୁ ନେଇ ଗଠିତ ମହାବିକାଶ ଅଘାଡ଼ି ସରକାର ମହାରାଷ୍ଟ୍ରରେ କ୍ଷମତାସୀନ ହୋଇଥିଲା।   ହେଲେ ଏହା ଦ୍ୱାରା ଦଳ ହିନ୍ଦୁତ୍ୱ ଏଜେଣ୍ଡା ଠାରୁ  ଦୂରେଇ ଯାଇଛି ବୋଲି  ଅଭିଯୋଗ ଦଳୀୟ ନେତୃତ୍ୱ ବିରୋଧରେ ବିଦ୍ରୋହ କରିଥିଲେ ଏକନାଥ ସିନ୍ଦେଙ୍କ ସମର୍ଥକ ଶିବସେନା ବିଧାୟକ। 

ଯାହା ଫଳ ସ୍ୱରୂପ ଗତ ଜୁନ ୨୯ ତାରିଖରେ ଗାଦିଚ୍ୟୁତ ହୋଇଥିଲା ଶିବସେନା ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର। ଏହା ପରେ  ଜୁନ ୩୦ ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଶପଥ ଗ୍ରହଣ କରିବା ସହ ରାଜ୍ୟରେ ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ। 

ଶିବସେନା-କଂଗ୍ରେସ ପକ୍ଷରୁ କରା ଯାଇଥିବା ଖୁଲାସା ଉପରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱାନକୁଲେ (Maharashtra BJP President Chandrashekhar Bawankule)। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଯଦି ଏହା ପ୍ରକୃତରେ ହୋଇଥିଲା, ତାହେଲେ ସେତେବେଳେ ଏହି ଘଟଣାକ୍ରମ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶକ୍ରମେ ହୋଇଥାଇ ପାରେ। କାରଣ ସେତେବେଳେ ଏକନାଥ ସିନ୍ଦେ ଶିବେସନା ନେତା ନ ଥିଲେ। ଅନ୍ୟପଟେ ମୁମ୍ବାଇ ବିଜେପି ସଭାପତି ଆଶିଷ ଶେଲାର (BJP Mumbai President Ashish Shelar) ଏକ ଚେତାବନୀ ଦେଇ କହିଛନ୍ତି ଯେ ସାଧାରଣ ଜୀବନରେ କିଛି ଜିନିଷ ବାବଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ୱାଣ ନମ୍ର ରହିବା ଆବଶ୍ୟକ। ଯାହାକୁ ଲୁଚାଇ ରଖାଯିବା ଉଚିତ। ଯଦି ସେ ଏହା ନ କରି ପାରନ୍ତି ତାହେଲେ ଆମେ ଆଦର୍ଶ ସୋସାଇଟି ଦୁର୍ନୀତିର ମାମାଲ ଭିଡ଼ିଓ ଜାରି କରି ଦେବୁ।