Vande Mataram: ସିନ୍ଦେ ସରକାରଙ୍କ ନିଷ୍ପତ୍ତିକୁ ନେଇ ହୁଲସ୍ତୁଲ ମହାରାଷ୍ଟ୍ର ରାଜନୀତି
Advertisement

Vande Mataram: ସିନ୍ଦେ ସରକାରଙ୍କ ନିଷ୍ପତ୍ତିକୁ ନେଇ ହୁଲସ୍ତୁଲ ମହାରାଷ୍ଟ୍ର ରାଜନୀତି

Vande Mataram Decision:  ନିକଟରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ପାରିତ ଏକ ପ୍ରସ୍ତାବ ଅନୁସାରେ ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ହ୍ୟାଲୋ ବଦଳରେ 'ବନ୍ଦ ମାତରାମ' କହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ହଟଚମଟ। 

Vande Mataram: ସିନ୍ଦେ ସରକାରଙ୍କ ନିଷ୍ପତ୍ତିକୁ ନେଇ ହୁଲସ୍ତୁଲ ମହାରାଷ୍ଟ୍ର ରାଜନୀତି

Maharashtra Politics: ସଦ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏକ ନିଷ୍ପତ୍ତିକୁ ନେଇ ସରଗରମ ହୋଇ ରାଜ୍ୟ ରାଜନୀତି। ନିକଟରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ପାରିତ ଏକ ପ୍ରସ୍ତାବ ଅନୁସାରେ ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ହ୍ୟାଲୋ ବଦଳରେ 'ବନ୍ଦ ମାତରାମ' କହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ହଟଚମଟ। ସ୍ୱାଧୀନତାର ଅମୃତ ମହୋତ୍ସବ ଭାବେ ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜନ୍ମ ବାର୍ଷିକୀ ଅବସରରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁ ପ୍ରସ୍ତାବକୁ ଗତ ଅଗଷ୍ଟ ମାସରେ ପ୍ରସ୍ତୁତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସାଧାରଣ ପ୍ରଶାସନ ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିଛି। ଏହା ସରକାରୀ, ଅର୍ଦ୍ଧ-ସରକାରୀ, ସ୍ଥାନୀୟ ନାଗରିକ ସଂସ୍ଥା, ସହାୟକ ବିଦ୍ୟାଳୟ, କଲେଜ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ। ଏହି ପ୍ରସ୍ତାବ ଅଧୀନରେ କର୍ମଚାରୀଙ୍କୁ ଫୋନ୍ କଲ ଉତ୍ତର ଦେବା, କର୍ମଚାରୀଙ୍କୁ ସମ୍ବୋଧନ କରିବା, ନାଗରିକଙ୍କ ସହ କଥାବାର୍ତ୍ତା କରିବା କିମ୍ବା ସର୍ବସାଧାରଣ ଘୋଷଣା କରିବା ସମୟରେ 'ହ୍ୟାଲୋ' ବଦଳରେ 'ବନ୍ଦ ମାତରାମ' କହିବାକୁ ହ

ଏନେଇ  ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ଏବଂ ରାଜ୍ୟ ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସୁଧୀର ମୁନଙ୍ଗଟିୱାରଙ୍କ ଦ୍ୱାରା ଏକ ଅଭିଯାନ ଆରମ୍ଭ ହୋଇଥିଲା। ଗାନ୍ଧୀ ଜୟନ୍ତୀ ଅବସରରେ ଏହାକୁ ଏକ ଅଭିଯାନ ବୋଲି ଦର୍ଶାଇଛନ୍ତି ମନ୍ତ୍ରୀ ମୁଙ୍ଗଟିୱାର। ବନ୍ଦେ ମାତରଂ ହେଉଛି ଦେଶର ଜାତୀୟ ଗୀତ ଯାହାର ରଚନା ବ୍ୟାଙ୍କିମ ଚନ୍ଦ୍ର ଚାଟାର୍ଜୀ କରିଛନ୍ତି। 

ଏନେଇ ପ୍ରତିକ୍ରିୟା ରଖି  ଉପମୁଖ୍ୟମନ୍ତ୍ରୀ ଫଡନାଭୀସ୍  କହିଛନ୍ତି, ବନ୍ଦ ମାତାରଂ ସ୍ଲୋଗାନ୍ ଆମର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶହୀଦ ଭାଗବତ ସିଂହଙ୍କ ଶେଷ ଶବ୍ଦ ହେଉଛି 'ବନ୍ଦ ମାତାରଂ। " ଏହାକୁ ପୁନର୍ବାର ଆମର ନିତ୍ୟକର୍ମରେ ଫେରାଇ ଆଣିବାକୁ ହେବ। ବର୍ତ୍ତମାନ ସମୟରୁ ଆମେ ଏହି ଅଭିଯାନ ଆରମ୍ଭ କରୁଛୁ।

Also Read: Maharashtra Govt Official: 'ଫୋନ କଲ ଉଠାଇବା ପରେ ବନ୍ଦେ ମାତରଂ କହିବା ବାଧ୍ୟତାମୂଳକ ନୁହେଁ'

ଅନେକ ରାଜନୈତିକ ଦଳ ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଏହି ପ୍ରସଙ୍ଗରେ ମହା ବିକାଶ ଅଘାଡ଼ି ମେଣ୍ଟ ମଧ୍ୟ ନିଜର ମତ ଦେଇଛନ୍ତି। ସମାଜବାଦୀ ପାର୍ଟି ମହାରାଷ୍ଟ୍ର ଶାଖା ଅଧ୍ୟକ୍ଷ ଅବୁ ଆଜମୀ କହିଛନ୍ତି ଯେ ସେ ଏହି ପଦକ୍ଷେପକୁ ସ୍ୱୀକାର କରନ୍ତି  ନାହିଁ। ଆମେ 'ବନ୍ଦ ମାତରଂ' ନୁହେଁ ବରଂ 'ସାରେ ଜହାଁ ସେ ଅଚ୍ଛା' ଅଭିନନ୍ଦନ ଦେବାକୁ ଚାହୁଁଛୁ। ମୁସଲମାନ 'ବନ୍ଦ ମାତରଂ' କହିପାରିବେ ନାହିଁ. କାରଣ ଏହା ସେମାନଙ୍କ ବିଶ୍ୱାସ ବିରୋଧି। କ'ଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଜେପି ଚାପରେ ଆସି 'ଜୟ ମହାରାଷ୍ଟ୍ର' ପରିତ୍ୟାଗ କରି 'ବନ୍ଦ ମାତାରଂ' ଆପଣାଇଛନ୍ତି? ମୁଁ ଶିବସେନା ସଂସ୍ଥାପକ ବାଲାସାହେବ ଠାକରେଙ୍କୁ ଅନେକ ଥର ଭେଟିଛି। ଯିଏ ସର୍ବଦା 'ଜୟ ମହାରାଷ୍ଟ୍ର' ବୋଲି କହୁଥିଲେ ଏବଂ ତାଙ୍କ ଦଳର କର୍ମକର୍ତ୍ତା ଶିବ ସୈନିକ ମଧ୍ୟ 'ଜୟ ମହାରାଷ୍ଟ୍ର'  କହି ପ୍ରତ୍ୟୁତ୍ତର ଦେଉଥିଲେ। 

ଅନ୍ୟପଟେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେ କହିଛନ୍ତି ଯେ ସେ 'ବନ୍ଦ ମାତାରଂ' ଅଭିବାଦନକୁ ଆମେ ବିରୋଧ କରୁନାହୁଁ। ହେଲେ କୃଷକଙ୍କ ବିକାଶକୁ ଦୃଷ୍ଟିରେ ରଖି କଂଗ୍ରେସ 'ଜୟ କିଷାନ' କିମ୍ବା 'ରାମ ରାମ' ଉପରେ ପ୍ରାଧାନ୍ୟ ଦେବ। ଶିବସେନା ଜାତୀୟ ମୁଖପାତ୍ର ତଥା କୃଷକ ନେତା କିଶୋର ତିୱାରୀ କହିଛନ୍ତି ଯେ ବନ୍ଦେ ମାତାରଂ କହିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ କୃଷକଙ୍କୁ ସମ୍ମାନ ଦେବା ପାଇଁ 'ଜୟ କିଷାନ' କହିବା ଏବଂ ଦୁର୍ନୀତିମୁକ୍ତ ସରକାରଙ୍କୁ 'ଜୟ ସେବା' କହିବା ପାଇଁ ଏକ ଅଭିଯାନ କରାଯିବା ଆବଶ୍ୟକ।

ଏନସିପି ଜାତୀୟ ମୁଖପାତ୍ର କ୍ଲାଇଡ କ୍ରାଷ୍ଟୋ ବିଶ୍ୱାସ କରନ୍ତି ଯେ 'ବନ୍ଦ ମାତରଂ' ଭାରତୀୟଙ୍କ ମଧ୍ୟରେ ଗର୍ବ ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରିଥାଏ। ହେଲେ ଲୋକଙ୍କୁ 'ବନ୍ଦ ମାତରଂ' କହିବାକୁ ବାଧ୍ୟ କରିବା ଠିକ୍ ନୁହେଁ। ଏହା ସେମାନଙ୍କର ମତ ପ୍ରକାଶ କରିବା ସ୍ୱାଧୀନତା ଅଧିକାରର ଉଲ୍ଲଂଘନ ଏବଂ ଲୋକଙ୍କ ଉପରେ ଏହା ଏକ ବିଶେଷ ମାନସିକତା ଥୋପିବା ଭଳି ହେବ। ସେମାନଙ୍କୁ ଗର୍ବର ସହିତ ବନ୍ଦେ ମାତାରଂ କହିବାକୁ କୁହନ୍ତୁ, ହେଲେ ଲୋକଙ୍କୁ ଏହା କହିବାକୁ ବାଧ୍ୟ କରନ୍ତୁ ନାହିଁ।