Maharashtra Politics: ମୁହାଁମୁହିଁ ଅବସ୍ଥାରେ ସିନ୍ଦେ ଗୋଷ୍ଠୀ-ଆଦିତ୍ୟ ଠାକରେ, ପାଲଟା ଜବାବ ଦେଲେ ଅସନ୍ତୁଷ୍ଟ ଶିବସେନା ବିଧାୟକ
Advertisement
Article Detail0/zeeodisha/odisha1322628

Maharashtra Politics: ମୁହାଁମୁହିଁ ଅବସ୍ଥାରେ ସିନ୍ଦେ ଗୋଷ୍ଠୀ-ଆଦିତ୍ୟ ଠାକରେ, ପାଲଟା ଜବାବ ଦେଲେ ଅସନ୍ତୁଷ୍ଟ ଶିବସେନା ବିଧାୟକ

Aaditya Thackeray vs Eknath Shinde: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ଗୋଷ୍ଠୀରେ ସାମିଲ ହୋଇଥିବା ବିଦ୍ରୋହୀ ଶିବସେନା ବିଧାୟକ ଅନୁଭବ କରୁଛନ୍ତି ଯେ ଆଦିତ୍ୟ ଠାକରେ ସମସ୍ତ ସୀମା ଅତିକ୍ରମ କରି ସେମାନଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି। 

Maharashtra Politics: ମୁହାଁମୁହିଁ ଅବସ୍ଥାରେ ସିନ୍ଦେ ଗୋଷ୍ଠୀ-ଆଦିତ୍ୟ ଠାକରେ, ପାଲଟା ଜବାବ ଦେଲେ ଅସନ୍ତୁଷ୍ଟ ଶିବସେନା ବିଧାୟକ

Aaditya Thackeray vs Eknath Shinde: ଦଳରେ ହୋଇଥିବା ବିଦ୍ରୋହ ପରେ ଏବେ ଶିବସେନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଗଦ୍ଦାର ବୋଲି କହିଛନ୍ତି ଦଳର ଯୁବ ଶାଖା ନେତା ଆଦିତ୍ୟ ଠାକରେ। ଏହା ଉପରେ ଜବାବ ରଖି ସିନ୍ଦ ଗୋଷ୍ଠୀର ବିଧାୟକ ଠାକେର ପରିବାରର କୌଣସି ସଦସ୍ୟଙ୍କୁ ଟାର୍ଗେଟ ନ କରିବା ପାଇଁ ନେଇଥିବା ସଂକଳ୍ପ ଭାଙ୍ଗି ଆଦିତ୍ୟ ଠାକରେଙ୍କୁ 'ଯୁବରାଜ' ବୋଲି କହିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra Chief Minister) ଏକନାଥ ସିନ୍ଦେଙ୍କ (Eknath Shinde) ନେତୃତ୍ୱାଧିନ ଗୋଷ୍ଠୀରେ (Shiv Sena Shinde Faction) ସାମିଲ ହୋଇଥିବା ବିଦ୍ରୋହୀ ଶିବସେନା ବିଧାୟକ (Rebel Shiv Sena MLA) ଅନୁଭବ କରୁଛନ୍ତି ଯେ ଆଦିତ୍ୟ ଠାକରେ (Aaditya Thackeray) ସମସ୍ତ ସୀମା ଅତିକ୍ରମ କରି ସେମାନଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି। ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ଅସନ୍ତୁଷ୍ଟ ଶିବସେନା ବିଧାୟକ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ (Uddhav Thackeray) ପୁଅ ଆଦିତ୍ୟ ଠାକରେଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ବିଧାନସଭା ଅଧିବେଶନର ଶେଷ ଦିନରେ ରାଜ୍ୟ ବିଧାନ ଭବନ ପରିସରରେ (Maharashtra Vidhan Bhavan) ବ୍ୟାନର ପ୍ରଦର୍ଶନ କରି ଯୁବରାଜ ରାସ୍ତାଙ୍କ ବିପଥଗାମୀ ହୋଇଛି ବୋଲି କହିଥିଲେ।

Also Read: Maharashtra Politics: ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ କିଏ? ଜବାବ ଦେଲେ ଆଦିତ୍ୟ ଠାକରେ

ଏହା ଉପରେ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଜବାବ ଦେଇ ଆଦିତ୍ୟ ଠାକରେ ଅଭିଯୋଗ କରି କହିଥିଲେ ଯେ ଟଙ୍କା ପାଇଁ ସେମାନେ ଶିବସେନା (Shiv Sena) ବିରୋଧରେ ବିଦ୍ରୋହ କରିଥିଲେ। ଗତ ଜୁନ ମାସରେ ଦଳରେ ହୋଇଥିବା ବିଦ୍ରୋହ କାରଣରୁ ଶିବସେନା ନେତୃତ୍ୱାଧିନ ମହା ବିକାଶ ଅଘାଡ଼ି ସରକାର (Maha Vikas Aghadi Government) ଗାଦିଚ୍ୟୁତ ହୋଇଥିଲା। ଏହା ପରେ ବିଜେପି ସମର୍ଥନରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ରାଜ୍ୟରେ ସରକାର ଗଠନ କରିଥିଲେ।

ଗତ ବିଜେପି ଏବଂ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ଅସନ୍ତୁଷ୍ଟ ଶିବସେନା ବିଧାୟକ ଦଳର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  ଏବଂ  ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକେରଙ୍କୁ ଟାର୍ଗେଟ କରି ସମାନ ଢଙ୍ଗରେ ବିରୋଧ କରିଥିଲେ। ସେମାନେ ମୁମ୍ବାଇ ମହାନଗର ନିଗମରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣି ଏକ ବ୍ୟାନର ଦେଖାଇଥିଲେ। ଏହା ସହ ସେମାନେ ଅଭିଯୋଗ କରିଛନ୍ତି ଯେ ଠାକେର ପିତା-ପୁତ୍ର କ୍ଷମତା ପାଇଁ ହିନ୍ଦୁତ୍ୱ ସହ ଆପୋଷ ବୁଝାମଣା କରିଛନ୍ତି।

ଗତ ଜୁନ୍ ମାସରେ ଦଳୀୟ ନେତୃତ୍ୱ ବିରୋଧରେ ହୋଇଥିବା ବିଦ୍ରୋହ କରିବା ପରେ ପ୍ରଥମ ଥର ପାଇଁ ବିଦ୍ରୋହୀ  ଶିବସେନା ବିଧାୟକ ଠାକେର ପିତା-ପୁତ୍ର ଯୋଡିଙ୍କୁ ଟାର୍ଗେଟ କରିଛନ୍ତି। ବିଗତ କିଛି ଦିନ ହେବ ଆଦିତ୍ୟ ଠାକେରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଥିଲେ। ଦଳର ବିଦ୍ରୋହୀ ବିଧାୟକ ତାଙ୍କ ପିତା ଉଦ୍ଧବ ଠାକେରଙ୍କୁ ପଛ ପଟୁ ଛୁରୀ ମାରିଥିବାର ଅଭିଯୋଗ କରି ସେମାନଙ୍କୁ ଗଦ୍ଦାର ବୋଲି କହିଥିଲେ।

Also Read: Maharashtra Politics: ବିଦ୍ରୋହକୁ ନେଇ ଉଦ୍ଧବ ଠାକେରଙ୍କ ବିରୋଧରେ ବର୍ଷିଲେ ଏକନାଥ ସିନ୍ଦେ

 

ଏହା ଉପରେ ଜବାବ ରଖି ମୁମ୍ବାଇ ସହରର ମହିମ ଆସନରୁ ବିଧାୟକ ସଦା ସର୍ବାଙ୍କର (Shiv Sena MLA Sada Sarvankar) କହିଛନ୍ତି ଯେ ସେମାନେ ଆମକୁ ଦେଶଦ୍ରୋହୀ ବୋଲି କହୁଛନ୍ତି। ହେଲେ ସେମାନେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ସହ ହାତ ମିଳାଇ ହିନ୍ଦୁତ୍ୱକୁ ପଛ ପଟୁ ଛୁରୀ ମାରିଛନ୍ତି। ଆମେ କେଉଁ ପର୍ଯ୍ୟନ୍ତ ସେମାନଙ୍କର ଏଭଳି ଅଭିଯୋଗ ଶୁଣିବୁ।