Bala Saheb: ସିନ୍ଦେ-ଠାକରେ ଗୋଷ୍ଠୀର ଡଙ୍ଗା ପାର କରାଇବେ ବାଲା ସାହେବ
Advertisement
Article Detail0/zeeodisha/odisha1389195

Bala Saheb: ସିନ୍ଦେ-ଠାକରେ ଗୋଷ୍ଠୀର ଡଙ୍ଗା ପାର କରାଇବେ ବାଲା ସାହେବ

Election Commission of India: ଅକ୍ଟୋବର ୧୦ ତାରିଖ ସୋମବାର ଶିବସେନା ଉଭୟ ଗୋଷ୍ଠୀର ନୂତନ ନାମକରଣ କରିଛନ୍ତି ନିର୍ବାଚନ ଆୟୋଗ 

Bala Saheb: ସିନ୍ଦେ-ଠାକରେ ଗୋଷ୍ଠୀର ଡଙ୍ଗା ପାର କରାଇବେ ବାଲା ସାହେବ

Rename of Shiv Sena: ପ୍ରକୃତ ଶିବସେନା କିଏ ତାହାକୁ ନେଇ ଚାଲିଥିବା ଛକାପଞ୍ଝା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଅକ୍ଟୋବର ୧୦ ତାରିଖ ସୋମବାର ନୂତନ ନିର୍ବାଚନ ପ୍ରତୀକ ପାଇଛି ଶିବସେନା ଠାକେର ଗୋଷ୍ଠୀ। ଏହା ସହିତ ଠାକରେ ଗୋଷ୍ଠୀର ନୂତନ ନାମକରଣ କରାଯାଇଛି। ଏବେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ନିର୍ବାଚନ ପ୍ରତୀକ ହେବ ମଶାଲ। ଏହା ସହିତ ତାଙ୍କ ଦଳର ନାମ ବାଲାସାହେବ ଠାକରେଙ୍କ ପରେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଛି। 
 
ଏହା ବ୍ୟତୀତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀର ନୂତନ ନାମକରଣ କରିଛନ୍ତି ନିର୍ବାଚନ ଆୟୋଗ। ବର୍ତ୍ତମାନ ସିନ୍ଦେ ଗୋଷ୍ଠୀ 'ବାଲାସାହେବାଞ୍ଚି ଶିବସେନା' ନାମରେ ଜଣାଯିବ। ଅକ୍ଟୋବର ୧୧ ତାରିଖ ଅର୍ଥାତ ଆସନ୍ତାକାଲି ପର୍ଯ୍ୟନ୍ତ ତିନୋଟି ନୂତନ ନିର୍ବାଚନ ପ୍ରତୀକ ଦାଖଲ କରିବାକୁ ସିନ୍ଦେ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଏହା ପରେ ସିନ୍ଦେ ଗୋଷ୍ଠୀର ନିର୍ବାଚନ ପ୍ରତୀକ କ'ଣ ହେବ ତାହା ଘୋଷଣା କରିବେ ନିର୍ବାଚନ କମିଶନ। 

ନିର୍ବାଚନ ଆୟୋଗ ଠାକରେ- ସିନ୍ଦେ ଗୋଷ୍ଠୀକୁ ତିନୋଟି ବିକଳ୍ପ ନାମ ଏବଂ ନିର୍ବାଚନ ସଙ୍କେତ ଦେବାକୁ କହିଥିଲେ। ହେଲେ ନିର୍ବାଚନ ଆୟୋଗ ତ୍ରୀଶୂଳ, ଉଦିତ ସୂର୍ଯ୍ୟ ଏବଂ ଗଦା ଦେବାକୁ ମନା କରି ଦେଇଥିଲେ। କାରଣ ଏହି ନିର୍ବାଚନ ସଙ୍କେତ ମୁକ୍ତ ପ୍ରତୀକ ତାଲିକାରେ ନାହିଁ। ବର୍ତ୍ତମାନ ନିର୍ବାଚନ କମିଶନ ପୁନର୍ବାର ସିନ୍ଦେ ଗୋଷ୍ଠୀକୁ ନିର୍ବାଚନ ପ୍ରତୀକ ଦେବାକୁ ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି।

Also Read: Shiv Sena: ଦଳର ନାଁ ଏବଂ ନିର୍ବାଚନ ସଙ୍କେତ ବାଛିଲେ ସିନ୍ଦେ-ଠାକରେ ଗୋଷ୍ଠୀ, ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ

ସୋମବାର ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ତାଙ୍କ ଦଳର ନାମ 'ଶିବସେନା' ଏବଂ ନିର୍ବାଚନ ପ୍ରତୀକ 'ଧନୁ-ତୀର' ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ ଆୟୋଗ। ହେଲେ ଏହି ଆଦେଶକୁ ରଦ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟ ଠାରେ ଆବେଦନ କରିଛି  ଠାକରେ ଗୋଷ୍ଠୀ। ଏନେଇ ଦାଖଲ ହୋଇଥିବା ଆବେଦନରେ ଆୟୋଗର ୮ ଅକ୍ଟୋବର ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି। ଏନେଇ ଯୁକ୍ତି କରାଯାଇଛି ଯେ ପ୍ରାକୃତିକ ନ୍ୟାୟର ନୀତିକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ପକ୍ଷଙ୍କୁ ନ ଶୁଣି ଏବଂ ସେମାନଙ୍କୁ ପ୍ରମାଣ ଉପସ୍ଥାପନ କରିବାର ସୁଯୋଗ ନ ଦେଇ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

 ଦଳରେ ହୋଇଥିବା ବିଦ୍ରୋହ ପରେ ଉଭୟ ଠାକରେ-ସିନ୍ଦେ ଗୋଷ୍ଠୀ ଶିବସେନା ନାମ ଏବଂ ଦଳର ନିର୍ବାଚନ ପ୍ରତୀକ 'ଧନୁ-ତୀର' ଉପରେ ନିଜର ଅଧିକାର ଜାହିର କରୁଥିଲେ। ସୋମବାର ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ ଆୟୋଗ। ହେଲେ ନିର୍ବାଚନ କମିଶନ ନିଷ୍ପତ୍ତି ଆସିବା ପରେ ଠାକରେ ଗୋଷ୍ଠୀକୁ ଲାଗିଛି ଜୋରଦାର ଝଟକା। କାରଣ ବର୍ତ୍ତମାନ ଉଭୟ ଗୋଷ୍ଠୀକୁ ପୂର୍ବ ଅନ୍ଧେରୀ  ଉପନିର୍ବାଚନରେ ​​ନୂତନ ନିର୍ବାଚନ ସଙ୍କେତ ଏବଂ ନାମ ସହ ଆସିବାକୁ ପଡ଼ିବ। 

ଆୟୋଗର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ରହିଛି ଠାକରେ ଗୋଷ୍ଠୀ। ଏହାକୁ ଏକ ନିଷ୍ଠୁର ନିଷ୍ପତ୍ତି ବୋଲି ଦର୍ଶାଯାଇଛି। ଆମକୁ ଯେଉଁ ମଶାଲ ମିଳିଛି ତାହା କେବେ  ଲିଭିବ ନାହିଁ। ନିର୍ବାଚନ ଆୟୋଗ ନିଷ୍ପତ୍ତି ପରେ ମଧ୍ୟ ଏହା ଫେରିଯିବ।

Also Read: ShivSena: ଧନୁ-ତୀର ଦାବି ଉଠାଇଲା ସିନ୍ଦେ ଗୋଷ୍ଠୀ, ଠାକରେ ଗୋଷ୍ଠୀକୁ ଜବାବ ମାଗିଲେ EC

ନିର୍ବାଚନ ଆୟୋଗ ନିଷ୍ପତ୍ତିକୁ ଅନ୍ୟାୟ ବୋଲି କହିଛନ୍ତି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ କହିଛନ୍ତି। ଏନେଇ ସେ କହିଛନ୍ତି ପୂର୍ବ ଅନ୍ଧେରୀ ଉପନିର୍ବାଚନରେ ଉଭୟ ଠାକରେ-ସିନ୍ଦେ ଗୋଷ୍ଠୀ ସେମାନଙ୍କ ଦଳର ନାମ ତଥା ପ୍ରତୀକ ପରିବର୍ତ୍ତନ କରିବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଶିବସେନା ଏହାର ମୁଖପାତ୍ର ସାମ୍ନାରେ ଏକ ସମ୍ପାଦକୀୟରେ କହିଛି ଯେ ଏହି (ନିର୍ବାଚନ ଆୟୋଗ ନିଷ୍ପତ୍ତି) ପାପ ଦିଲ୍ଲୀ କରିଛି। ବେଇମାନ ଲୋକ ବେଇମାନି କରିଛନ୍ତି। ଆମେ କେବଳ କହିବୁ ଯେ ଯେତେ ଅସୁବିଧା ହେଉନା କାହିଁକି, ଆମେ ଛିଡା ହେବୁ। ସମ୍ପାଦକୀୟରେ ଅଭିଯୋଗ କରାଯାଇଛି ଯେ ଶିବସେନା ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଏକ ନିଷ୍ଠୁର ନିଷ୍ପତ୍ତି ନେଇଛନ୍ତି। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନା ନାମକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି।

ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇ ମହାରାଷ୍ଟ୍ରରେ ଅନ୍ଧକାର ଆଣିଛନ୍ତି। ମରାଠୀ ପରିଚୟ ଏବଂ ନ୍ୟାୟ ଏବଂ ମରାଠୀ ଲୋକଙ୍କ ଅଧିକାର ପାଇଁ ବାଲାସାହେବ ଠାକରେ ୫୬ ବର୍ଷ ପୂର୍ବେ ଏକ ପତାକା ଉତ୍ତୋଳନ କରିଥିଲେ। ସେହି ଶିବସେନାର ଅସ୍ତିତ୍ୱକୁ ଶେଷ କରିବା ପାଇଁ ଏକନାଥ ସିନ୍ଦେ ଏବଂ ତାଙ୍କର ୪୦ ସହଯୋଗୀ ଦିଲ୍ଲୀର ଦାସ ହୋଇ ଯାଇଛନ୍ତି। ମହାରାଷ୍ଟ୍ର ଇତିହାସରେ ସିନ୍ଦେ ଏବଂ ତାଙ୍କ ଦଳର ବିଧାୟକଙ୍କ ନାମ କଳା ଦୂଆତରେ ଲେଖାଯିବ। ମୁଖ୍ୟମନ୍ତ୍ରୀ  ଏବଂ କିଛି ମନ୍ତ୍ରୀ ପଦ ପାଇଁ ମହାରାଷ୍ଟ୍ରର ଆତ୍ମ ସମ୍ମାନକୁ ବିକ୍ରୟ କରୁଥିବା ଏହି ଲୋକଙ୍କ ସାମ୍ନାରେ ଔରଙ୍ଗଜେବଙ୍କ ଦୁଷ୍ଟତା ମଧ୍ୟ କମ ପଡ଼ିଯିବ। ବିଜେପି ହେଉଛି ଏହାର ସୂତ୍ରଧର। ଏହାର ଜଣେ ନେତା କହିଥିଲେ ଯେ ଅଢେଇ ବର୍ଷ ଧରି ଶିବସେନାକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଉଥିଲା।