Maharashtra Politics: ଉଦ୍ଧବ ଠାକରେଙ୍କୁ ତଗଡା ଝଟକା ଦେଇପାରନ୍ତି ଏକନାଥ ସିନ୍ଦେ
Advertisement
Article Detail0/zeeodisha/odisha1383131

Maharashtra Politics: ଉଦ୍ଧବ ଠାକରେଙ୍କୁ ତଗଡା ଝଟକା ଦେଇପାରନ୍ତି ଏକନାଥ ସିନ୍ଦେ

Revolt in Shiv Sena: ନିଜ ଗୋଷ୍ଠୀରେ ଅଧିକ ସଂଖ୍ୟକ ବିଧାୟକ ସାଂସଦଙ୍କ ସାମିଲ କରି ନିଜକୁ ପ୍ରକୃତ ଶିବସେନା ବୋଲି ପରିଚୟ ହାସଲ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

Maharashtra Politics: ଉଦ୍ଧବ ଠାକରେଙ୍କୁ ତଗଡା ଝଟକା ଦେଇପାରନ୍ତି ଏକନାଥ ସିନ୍ଦେ

Eknath Shindes jolts to Uddhav Thackeray: ଅକ୍ଟୋବର ୫ ତାରିଖ ବୁଧବାର ଦଶହରା ଅବସରରେ ରାଲି କରି ନିଜ ଗୋଷ୍ଠୀର ଶକ୍ତି ପ୍ରଦର୍ଶନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ବର୍ତ୍ତମାନ ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଏକ ତଗଡ଼ା ଝଟକା ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ। ଏନେଇ ମିଳିଥିବା ଖବର ଅନୁସାରେ ଠାକରେ ଗୋଷ୍ଠୀର କିଛି ବିଧାୟକ ସାଂସଦ  ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇପାରନ୍ତି। ଏହି ଶିବସେନା ସାଂସଦ ବିଧାୟକ ବୁଧବାର ଆୟୋଜିତ ହୋଇଥିବା ରାଲିରେ ସାମିଲ ହୋଇପାରନ୍ତି ବୋଲି ଦାବି କରିଛନ୍ତି ସିନ୍ଦେ ଗୋଷ୍ଠୀର ଶିବସେନା ଲୋକସଭା ସାଂସଦ କୃପାଲ ତୁମାନେ। 

ଅକ୍ଟୋବର ୫ ତାରିଖ ବୁଧବାର ମୁମ୍ବାଇ ଶିବାଜୀ ପାର୍କ ଠାରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ (Shiv Sena President Uddhav Thackeray) ଗୋଷ୍ଠୀ ଏବଂ ସହରର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ଗୋଷ୍ଠୀ ପକ୍ଷରୁ ଆୟୋଜିତ ହୋଇଯାଇଛି ଦଶହରା ରାଲି। ଏହା ପ୍ରଥମ ପାଇଁ ହୋଇଛି ଯେତେବେଳେ ଶିବସେନା (Shiv Sena) ଗଠନ ହେବା ପର ଠାରୁ ପ୍ରଥମ ଥର ଲାଗି ଦଳର ଉଭୟ ଗୋଷ୍ଠୀ ପକ୍ଷରୁ ଦୁଇଟି ପୃଥକ ପୃଥକ ଦଶହରା ରାଲି (Shiv Sena Dussehra Rally) ଆୟୋଜନ କରାଯାଇଛି। 

Also Read: CM Eknath Shinde: 'ଆମେ ଯାହା କରିଛୁ ତାହା ବିଶ୍ୱାସ ଘାତକତା ନୁହେଁ ବରଂ ବିଦ୍ରୋହ'

ଏନେଇ ପ୍ରତିକ୍ରିୟା ରଖି ଲୋକସଭା ସାଂସଦ କୃପାଲ ତୁମାନେ କହିଛନ୍ତି ୨ ଜଣ ଶିବସେନା ସାଂସଦ ଏବଂ ୫ ଜଣ ବିଧାୟକ ବୁଧବାର ଆୟୋଜିତ ଦଶହରା ରାଲି ଆମ ଗୋଷ୍ଠୀରେ ଯୋଗ ଦେବେ। ଯଦିଓ ଏହା ହୋଇନାହିଁ। ଅର୍ଥାତ ଗତକାଲି ଆୟୋଜିତ ହୋଇଥିବା ଦଶହରା ରାଲିରେ ଠାକରେ ଗୋଷ୍ଠୀର (Shiv Sena Thackeray Faction) କୌଣସି ବିଧାୟକ କିମ୍ବା ସାଂସଦ ସିନ୍ଦେ ଗୋଷ୍ଠୀରେ (Shiv Sena Shinde Faction) ସାମିଲ ହୋଇନାହାଁନ୍ତି। ମାତ୍ର ସେମାନଙ୍କ ସହ ସିନ୍ଦେ ଗୋଷ୍ଠୀ ଯୋଗାଯୋଗରେ ରହିଛି। ନିଜ ଗୋଷ୍ଠୀରେ ଅଧିକ ସଂଖ୍ୟକ ବିଧାୟକ ସାଂସଦଙ୍କ ସାମିଲ କରି ନିଜକୁ ପ୍ରକୃତ ଶିବସେନା ବୋଲି ପରିଚୟ ହାସଲ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

ଶିବସେନା ସାଂସଦ କୃପାଲ ତୁମାନେ କହିଛନ୍ତି ଆମ ଗୋଷ୍ଠୀରେ ଦଳର ଯେଉଁ ୨ ସାଂସଦ ସାମିଲ ହେବେ ସେମାନେ ରାଜଧାନୀ ମୁମ୍ବାଇ ଏବଂ ରାଜ୍ୟର ମରାଠୱାଡା ଅଞ୍ଚଳର। ବର୍ତ୍ତମାନ ଶିବସେନା ଠାକରେ ଗୋଷ୍ଠୀରେ ୧୫ ବିଧାୟକ ଏବଂ ୬ ଜଣ ଲୋକସଭା ସାଂସଦ ଅଛନ୍ତି। ଅନ୍ୟପଟେ ଶିବସେନା ସିନ୍ଦେ ଗୋଷ୍ଠୀରେ ବର୍ତ୍ତମାନ ଦଳର ୪୦ ବିଧାୟକ ଏବଂ ୧୨  ଜଣ ଲୋକସଭା ସାଂସଦ ଅଛନ୍ତି।

Also Read: Shiv Sena Dussehra Rally: 'କଟପ୍ପାଙ୍କୁ କେବେ କ୍ଷମା କରିବେ ନାହିଁ ଶିବ ସୈନିକ'

ଯଦି ଶିବସେନା ସାଂସଦ କୃପାଲ ତୁମାନେ ଦାବି ସତ୍ୟ ହୁଏ ତାହେଲେ ଶିବସେନା ସିନ୍ଦେ ଗୋଷ୍ଠୀରେ ଦଳର ୧୪ ଏବଂ ୪୫ ବିଧାୟକ ହୋଇଯିବେ। ଅନ୍ୟପଟେ ଶିବସେନା ସିନ୍ଦେ ଗୋଷ୍ଠୀ ପାଖରେ ଦଳର କେବଳ ୯ ବିଧାୟକ ଏବଂ ୪ ସାଂସଦ ରହିଯିବେ। ଯଦି ଏହା ହୁଏ ତାହେଲେ ସଂଖ୍ୟାବଳ ଆଧାରରେ ନିଜକୁ ପ୍ରକୃତ ଶିବସେନା ବୋଲି ପରିଚୟ ହାସଲ କରିବାରେ ସଫଳ ହୋଇପାରେ ସିନ୍ଦେ ଗୋଷ୍ଠୀ।   

ଗୋଷ୍ଠୀ ବଦଳାଇବାକୁ ଶିବସେନା ସାଂସଦ ହେଉଛନ୍ତି ଗଜାନନ କୀର୍ତ୍ତିକର। ଯିଏ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି ସରକାର ବିଭିନ୍ନ ସମୟରେ ସମାଲୋଚନା କରି ସାରିଛନ୍ତି। ଅନ୍ୟପକ୍ଷରେ ମରାଠୱାଡା ଅଞ୍ଚଳର ଓମରାଜରାଜେ ନିବଲକର ଏବଂ ସଞ୍ଜୟ ଜାଧବ ମଧ୍ୟ ପଟପରିବର୍ତ୍ତନ କରିପାରନ୍ତି। 

Also Read: Shiv Sena Dussehra Rally: ଭିଡ଼ ଜୁଟାଇବାକୁ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ଚାଲିଛି ଟକ୍କର

ଚଳିତ ବର୍ଷ ଜୁନ ମାସରେ ହୋଇଥିବା ବିଭାଜନ ପୂର୍ବରୁ ଶିବସେନାର ମହାରାଷ୍ଟ୍ରରେ ୧୮ ଏବଂ ଦାଦ୍ରା ଏବଂ ନାଗର ହାଭେଳୀରେ ଜଣେ ଲୋକସଭା ସାଂସଦ ରହିଥିଲେ। ଜୁନ ମାସରେ ଦଳର ପୁରୁଖା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୩୯ ଶିବସେନା ବିଧାୟକ ଦଳୀୟ ନେତୃତ୍ୱ ବିରୋଧରେ ବିଦ୍ରୋହ କରିଥିଲେ। ଯାହା ଫଳରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି ସରକାର ଗାଦିଚ୍ୟୁତ ହୋଇଥିଲା।