Shiv Sena: ଦଶହରା ରାଲିକୁ ନେଇ ମୁହାମୁହିଁ ସିନ୍ଦେ-ଠାକରେ ଗୋଷ୍ଠୀ
Advertisement
Article Detail0/zeeodisha/odisha1360323

Shiv Sena: ଦଶହରା ରାଲିକୁ ନେଇ ମୁହାମୁହିଁ ସିନ୍ଦେ-ଠାକରେ ଗୋଷ୍ଠୀ

Shiv Sena Dussehra Rally: ଶିବସେନା ଏହାର ସ୍ଥାପନା ପର ଠାରୁ ମୁମ୍ବାଇ ସହରରେ ମଧ୍ୟ ଭାଗରେ ଅବସ୍ଥିତ ଶିବାଜୀ ପାର୍କ ଠାରେ ବାର୍ଷିକ ଦଶହରା ରାଲି ଆୟୋଜନ କରିଆସୁଛି। ହେଲେ ଚଳିତ ବର୍ଷ କିଏ ରାଲି ଆୟୋଜନ କରିବ ତାହାକୁ ନେଇ ଉଭୟ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା ଜାରି ରହିଛି। 

Shiv Sena: ଦଶହରା ରାଲିକୁ ନେଇ ମୁହାମୁହିଁ ସିନ୍ଦେ-ଠାକରେ ଗୋଷ୍ଠୀ

Maharashtra Politics: ପ୍ରତି ବର୍ଷ ଦଶହରା ଅବସରରେ ମୁମ୍ବାଇ ଶିବାଜୀ ପାର୍କ ଠାରେ ଶିବସେନା ପକ୍ଷରୁ ଆୟୋଜିତ ହୋଇଥାଏ ଏକ ବାର୍ଷିକ ରାଲି। ହେଲେ ଚଳିତ ବର୍ଷ ଶିବସେନା ଦଶହରା ରାଲିକୁ ନେଇ ଫସିଛି ପେଞ୍ଚ। କାରଣ ଉଭୟ ଶିବସେନା ଗୋଷ୍ଠୀ ଶିବାଜୀ ପାର୍କ ଠାରେ ଦଶହରା ରାଲି ଆୟୋଜନ କରିବାକୁ ଜିଦ୍ ଧରିଛନ୍ତି। ଉଭୟ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବାଜୀ ପାର୍କ ଠାରେ ଦଶହରା ରାଲି ଆୟୋଜନ କରିବା ପାଇଁ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଅନୁମତି  ମାଗିଛନ୍ତି। 

ଗତ ଜୁନ ମାସରେ ହୋଇଥିବା ବିଦ୍ରୋହ ପରେ ଶିବସେନା (Revolt in Shiv Sena) ଏବେ ୨ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ (Shivsena Thackeray Faction) ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ (Shiv Sena President Uddhav Thackeray) ନେଉଥିବା ବେଳେ ଅନ୍ୟ ଗୋଷ୍ଠୀ (Shiv Sena Shinde Faction) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ନେତୃତ୍ୱରେ ପରିଚାଳିତ ହେଉଛି।  

Also Read: Maharashtra Politics: ଶିବସେନା ଦଶହରା ରାଲିକୁ ନେଇ ପ୍ରତିକ୍ରିୟା ରଖିଲେ ଉଦ୍ଧବ ଠାକରେ

ଚଳିତ ବର୍ଷ ବାର୍ଷିକ ଦଶହରା ରାଲି (Dussehra Rally) ଆୟୋଜନ କରିବାକୁ ନେଇ ପ୍ରତିକ୍ରିୟା ରଖିଛି ଶିବସେନା ଠାକରେ ଗୋଷ୍ଠୀ। ମଙ୍ଗଳବାର ଏନେଇ ପ୍ରତିକ୍ରିୟା ରଖି ଉଦ୍ଧବ ଠାକେର କହିଛନ୍ତି ଯେ ଏହି ରାଲି ଆୟୋଜନ କରିବା ଲାଗି ଆମକୁ ମୁମ୍ବାଇ ମହାନଗର ନିଗମ (Brihanmumbai Municipal Corporation) ବିଏମସି (BMC) ପକ୍ଷରୁ ଅନୁମତି ମିଳୁ କିମ୍ବା ନ ମିଳୁ, ହେଲେ ଦଳ ଶିବାଜୀ ପାର୍କ ଠାରେ (Mumbai Shivaji Park) ଦଶହରା ରାଲି ଆୟୋଜନ କରିବ।

ଏହି ପ୍ରସଙ୍ଗରେ ପୂର୍ବତନ ମୁମ୍ବାଇ ମେୟର ମିଲିନ୍ଦ ବୈଦ୍ୟଙ୍କ ନେତୃତ୍ୱରେ ଶିବସେନା ନେତାଙ୍କ ଏକ ପ୍ରତିନିଧୀ ଦଳ ବିଏମସି ଅଧିକାରୀଙ୍କୁ ଭେଟି ଦଳୀୟ ରାଲି ଆୟୋଜନ ପାଇଁ ଅନୁମତି ମାଗିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଆମକୁ ଅନୁମତି ମିଳୁ କିମ୍ବା ନ ମିଳୁ ହେଲେ ବାଲାସାହେବ ଠାକରେଙ୍କ (Shiv Sena Founder Bala Saheb Thackeray) ଶିବସେନା କର୍ମକର୍ତ୍ତା (Shiv Sena Worker) ଦଶହରା ରାଲି ପାଇଁ ଶିବାଜୀ ପାର୍କ ଠାରେ ଏକାଠି ହେବେ। ପ୍ରଶାସନ ଆମକୁ ଅନୁମତି ଦେଉ କିମ୍ବା ଆମର ଆବେଦନ ଅସ୍ୱୀକାର କରୁ। ଆମେ ଆମର ନିଷ୍ପତ୍ତି ଉପରେ ଅତ୍ୟନ୍ତ ଦୃଢ। ଶିବାଜୀ ପାର୍କ ଠାରେ ଦଶହରା ରାଲି ଆୟୋଜିତ ହେବ। ଯଦିଓ ରାଲି ଆୟୋଜନ କରିବା ଲାଗି ଆମ ପକ୍ଷରୁ କରା ଯାଇଥିବା ଆବେଦନ ଉପରେ ଆମକୁ କୌଣସି ଜବାବ ମିଳିନାହିଁ, ହେଲେ ବାଲା ସାହେବଙ୍କ ଶିବ ସୈନିକ (Shiv Sainik) ଦଶହରା ରାଲି ପାଇଁ ଶିବାଜୀ ପାର୍କ ଠାରେ ଏକାଠି ହେବେ।

Also Read: Maharashtra Politics: ଦଶହରା ରାଲିକୁ ନେଇ ମୁହାଁମୁହିଁ ଉଦ୍ଧବ ଠାକରେ-ଏକନାଥ ସିନ୍ଦେ

ଦଶହରା ଅବସରରେ ଶିବାଜୀ ପାର୍କ ଠାରେ ରାଲି ଆୟୋଜନ କରିବ ଲାଗି ଉଭୟ ସିନ୍ଦେ-ଠାକରେ (Shinde-Thackeray Faction) ଗୋଷ୍ଠୀ ବିଏମସି ପାଖରୁ ଅନୁମତି ମାଗିଛନ୍ତି। ଶିବସେନା ଏହାର ସ୍ଥାପନା ପର ଠାରୁ ମୁମ୍ବାଇ ସହରରେ ମଧ୍ୟ ଭାଗରେ ଅବସ୍ଥିତ ଶିବାଜୀ ପାର୍କ ଠାରେ ଦଶହରା ରାଲି (Shiv Sena Dussehra Rally) କରିଆସୁଛି। ଯଦିଓ ବିଏମସି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇନାହିଁ। ଏହାର ବିକଳ୍ପ ଭାବେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (Bandra Kurla Complex) ବି.କେ.ସି (BKC) ଏମଏମଆରଡ଼ିଏ ଗ୍ରାଉଣ୍ଡ (MMRDA Ground) ଠାରେ ଏହି ରାଲି ଆୟୋଜନ କରିବାକୁ ଅନୁମତି ପାଇଁ ଉଭୟ ଗୋଷ୍ଠୀ ମଧ୍ୟ ଆବେଦନ କରିଛନ୍ତି। ଗତ ସପ୍ତାହରେ ଶିବସେନା ସିନ୍ଦେ ଗୋଷ୍ଠୀକୁ ବି.କେ.ସି ଠାରେ ରାଲି ଆୟୋଜନ କରିବାକୁ ଅନୁମତି ମିଳିଛି।