Maharashtra Politics: ଉଦ୍ଧବ ଠାକେରଙ୍କୁ ଝଟକା, ଦଳ ଛାଡିବେ ଆଉ ଜଣେ ନେତା
Advertisement
Article Detail0/zeeodisha/odisha1265145

Maharashtra Politics: ଉଦ୍ଧବ ଠାକେରଙ୍କୁ ଝଟକା, ଦଳ ଛାଡିବେ ଆଉ ଜଣେ ନେତା

Revolt in Shiv Sena:  ପୂର୍ବତନ ଶିବସେନା ବିଧାନ ପରିଷଦ ସଦସ୍ୟ ରାମଦାସ କାଦାମ ମଧ୍ୟ ସିନ୍ଦେ ଗୋଷ୍ଠୀରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିବାବେଳେ ସେ  ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପ୍ରଶଂସା କରିଛନ୍ତି।

Maharashtra Politics: ଉଦ୍ଧବ ଠାକେରଙ୍କୁ ଝଟକା, ଦଳ ଛାଡିବେ ଆଉ ଜଣେ ନେତା

Revolt in Shiv Sena: ପ୍ରଥମେ ବିଧାୟକ ଦଳ ଏବଂ ଶିବସେନା ସଂସଦୀୟ ଦଳରେ ମଧ୍ୟ ବିଭାଜନ ହେବାର ସମ୍ଭାବନା ସୃଷ୍ଟି ହେଲାଣି। ବିଧାୟକ ଦଳରେ ଫାଟ କାରଣରୁ ହୋଇଥିବା କ୍ଷତିର ଭରଣା ହୋଇନଥିବା ବେଳେ ଶିବସେନା ବିଧାୟକ,ସାଂସଦ, ନେତାଙ୍କ ଦଳରୁ ପଳାୟନ ପ୍ରକ୍ରିୟା ବନ୍ଦ ହେଉନାହିଁ। ଦଳରେ ସୃଷ୍ଟି ହୋଇଥିବା ବିଦ୍ରୋହ ପରେ ଶିବସେନା ୨ ଗୋଷ୍ଠୀରେ ବିଭକ୍ତ ହୋଇସାରିଛି।  

ଗୋଟିଏ ଗୋଷ୍ଠୀର ନେତୃତ୍ୱ ମହାରାଷ୍ଟ୍ର ମୁଖ୍ୟମନ୍ତ୍ର ଏକନାଥ ସିନ୍ଦେ ନେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି। ଶିବସେନାରେ ହୋଇଥିବା ବିଦ୍ରୋହ କାରଣରୁ ଠାକେର ଗୋଷ୍ଠୀର ଅନେକ ବିଧାୟକ,ସାଂସଦ, ନେତା ଏବେ ସିନ୍ଦେ ଗୋଷ୍ଠୀରେ ସାମିଲ ହେଉଛନ୍ତି। ଏହିକ୍ରମରେ ପୂର୍ବତନ ଶିବସେନା ବିଧାନ ପରିଷଦ ସଦସ୍ୟ ରାମଦାସ କାଦାମ ମଧ୍ୟ ସିନ୍ଦେ ଗୋଷ୍ଠୀରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିବାବେଳେ ସେ  ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପ୍ରଶଂସା କରିଛନ୍ତି।

ଶିବସେନା ବିଧାୟକ ରାମଦାସ କାଦାମ କହିଛନ୍ତି ଯେ ଯଦି ଏକନାଥ ସିନ୍ଦେ ଏପରି ପଦକ୍ଷେପ ନେଇ ନଥାନ୍ତେ ତାହେଲେ ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳ ପାଖରେ ୧୦ ଜଣ ବିଧାୟକ ମଧ୍ୟ ନଥାନ୍ତେ। ଏକନାଥଙ୍କ ସହ ଆସିଥିବା ବିଧାୟକଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଦେବି। ମୁଁ ୫୨ ବର୍ଷ ଧରି ଦଳ ପାଇଁ କାମ କରିଛି ହେଲେ ପରେ ମୋତେ ବହିଷ୍କାର କରାଗଲା। ବର୍ତ୍ତମାନ ମୁଁ ଏକନାଥ ସିନ୍ଦେ ଗୋଷ୍ଠୀରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି।

ଶରଦ ପାୱାରଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଶିବସେନା ବିଧାୟକ ରାମଦାସ କାଦାମ କହିଛନ୍ତି ଶିବସେନା ସଂସ୍ଥାପକ ବାଲା ସାହେବଙ୍କ ପୁଅ ଉଦ୍ଧବ ଠାକରେ ଏନସିପି-କଂଗ୍ରେସ ମନ୍ତ୍ରୀଙ୍କ ସହ ବସିବେ ତାହା ଆମ ଭିତରୁ କାହା ଲାଗି ଗ୍ରହଣୀୟ ନଥିଲ। ଶରଦ ପାୱାର ହିଁ  ଆମ ଦଳକୁ (ଶିବସେନା)  ଭାଙ୍ଗିଥିଲେ। ସେ ବାଲା ସାହେବଙ୍କ ସମୟରୁ ଆମ ଦଳକୁ ଧ୍ୱଂସ କରିବାରେ ନିୟୋଜିତ ହୋଇଥିଲେ। ହେଲେ ସେତେବେଳେ ତାଙ୍କୁ ଗୋଟିଏ ହେଲେ ସୁଯୋଗ ମିଳିଲା ନାହିଁ। ବର୍ତ୍ତମାନ ସେ ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ସମୟରେ ଉଦ୍ଧବ ଠାକରେ କୋରୋନା ମହାମାରୀ ବେଳେ ବାହାରକୁ ଯାଇ ନଥିଲେ। ସେ ୬ ମାସ ପର୍ଯ୍ୟନ୍ତ ଅସୁସ୍ଥ ରହିଥିଲେ। ଉଦ୍ଧବ ଠାକରେଙ୍କ ଅସୁସ୍ଥତାର ଫାଇଦା ଶରଦ ପାୱାର ଉଠାଇଥିଲେ ବୋଲି କହିଛନ୍ତି ଶିବସେନା ବିଧାୟକ ରାମଦାସ କାଦାମ।

Also Read: Maharashtra Politics: ସିନ୍ଦେ-ଠାକରେ ରାଜନୈତିକ ଯୁଦ୍ଧ ଉପରେ ଲାଗିବ ବିରାମ

Also Read: Revolt in Shiv Sena: ବିଧାନସଭା ପରେ ଲୋକସଭା ଲାଗି ଆରମ୍ଭ ହେଲା ଯୁଦ୍ଧ