ମହାରାଷ୍ଟ୍ର ସଙ୍କଟ: ଇଡି ଓ ଆଇଟି ଯାଞ୍ଚ ଭୟରେ ବିଦ୍ରୋହୀ ହୋଇଛନ୍ତି ଏସବୁ ବିଧାୟକ! କୋଟି କୋଟି ସମ୍ପତ୍ତି ହେରଫେରର ରହିଛି ମାମଲା
Advertisement
Article Detail0/zeeodisha/odisha1230999

ମହାରାଷ୍ଟ୍ର ସଙ୍କଟ: ଇଡି ଓ ଆଇଟି ଯାଞ୍ଚ ଭୟରେ ବିଦ୍ରୋହୀ ହୋଇଛନ୍ତି ଏସବୁ ବିଧାୟକ! କୋଟି କୋଟି ସମ୍ପତ୍ତି ହେରଫେରର ରହିଛି ମାମଲା

Maharashtra Political Crisis: ଥାନେରେ ରିଅଲ୍ ଇଷ୍ଟେଟର ଏକ ବଡ଼ ଖେଳାଳି ବୋଲି କୁହାଯାଉଥିବା ସରନାଇକଙ୍କ ଇଡି ୧୧.୩୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅଟାଚ୍ କରିଥିଲା ​​।

ମହାରାଷ୍ଟ୍ର ସଙ୍କଟ: ଇଡି ଓ ଆଇଟି ଯାଞ୍ଚ ଭୟରେ ବିଦ୍ରୋହୀ ହୋଇଛନ୍ତି ଏସବୁ ବିଧାୟକ! କୋଟି କୋଟି ସମ୍ପତ୍ତି ହେରଫେରର ରହିଛି ମାମଲା

ନୂଆଦିଲ୍ଲୀ: Maharashtra Political Crisis: ଆସାମର ଗୁଆହାଟୀରେ ଶିବସେନା ବିଧାୟକ ତଥା ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଙ୍କ କ୍ୟାମ୍ପ ଅଧିକ ମଜଭୁତ ହେବାକୁ ଲାଗୁଛି । ଅନୁମାନ କରାଯାଉଛି ଯେ ବର୍ତ୍ତମାନ ଏହି ଗୋଷ୍ଠୀ (Eknath Shinde Camp) ରେ ଆହୁରି ଅଧିକ ବିଧାୟକ ଯୋଗ ଦେବେ । ବିଶେଷ କଥା ହେଉଛି ଏହି ବିଧାୟକମାନଙ୍କ ମଧ୍ୟରୁ ଏପରି କିଛି ନେତା ଓ ବିଧାୟକ ଅଛନ୍ତି, ଯେଉଁମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଆୟକର ବିଭାର ଯାଞ୍ଚର ସାମ୍ନା କରୁଛନ୍ତି । ପୂର୍ବରୁ କିଛି ଶିବସେନା ବିଧାୟକ ମଧ୍ୟ ତଦନ୍ତ ମାଧ୍ୟମରେ ହଇରାଣ କରାଯାଉଥିବାର ଅଭିଯୋଗ କରିସାରିଛନ୍ତି ।

ଆସନ୍ତୁ ଏହାର ଆରମ୍ଭ ପ୍ରତାପ ସରନାଇକ (Pratap Sarnaik) ଙ୍କ ଠାରୁ କରିବା । ବୁଧବାର ସିନ୍ଦେ କ୍ୟାମ୍ପ ତରଫରୁ ଜାରି କରାଯାଇଥିବା ଭିଡିଓରେ ତାଙ୍କୁ ଅଧିକ ସକ୍ରିୟ ଦେଖିବାକୁ ମିଳିଥିଲା । ୧୭୫ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ଓଭାଲା-ମାଜିୱାଡାର ବିଧାୟକଙ୍କ ବିରୋଧରେ ତଦନ୍ତ ଚାଲିଛି । ବିଶେଷ କଥା ହେଉଛି ସରନାଇକ ହେଉଛନ୍ତି ପ୍ରଥମ ନେତା ଯିଏକି ସର୍ବସାଧାରଣରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ବିଜେପି (BJP) ସହ ତିକ୍ତଚା ଶେଷ କରିବାକୁ କହିଥିଲେ ।

ଥାନେରେ ରିଅଲ୍ ଇଷ୍ଟେଟର ଏକ ବଡ଼ ଖେଳାଳି ବୋଲି କୁହାଯାଉଥିବା ସରନାଇକଙ୍କ ଇଡି ୧୧.୩୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅଟାଚ୍ କରିଥିଲା ​​।

ଏହା ବି ପଢ଼ନ୍ତୁ:-ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ ଖୋଲା ଧମକ, ଚାପରେ ଉଦ୍ଧବ ଠାକରେ ଓ ଶରଦ ପାୱାର

ଏହା ବି ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି

ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତ କଲେ ବଡ଼ ଘୋଷଣା, କଂଗ୍ରେସ-ଏନସିପିର ବଢ଼ିଲା ଚିନ୍ତା!

ଭାୟଖଲା ବିଧାୟକ ୟାମିନୀ ଯାଦବଙ୍କ ସ୍ୱାମୀ ଯଶବନ୍ତ ଯାଦବ ବୃହ୍ନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ସ୍ଥାୟୀ କମିଟିର ପୂର୍ବତନ ଅଧ୍ୟକ୍ଷ ଅଟନ୍ତି । ତାଙ୍କ ବିରୋଧରେ FEMA ର ଉଲ୍ଲଂଘନ ସମ୍ପର୍କିତ ମାମଲାର ଇଡି ତଦନ୍ତ କରୁଛି । ଏଥି ସହିତ ଇଡି ଅନୁସନ୍ଧାନ ପୂର୍ବରୁ ଆୟକର ଅଧିକାରୀମାନେ ଯାଧବ ପରିବାରକୁ ବାନ୍ଧ୍ରାର ଏକ ଫ୍ଲାଟ ଓ ଟିକସ ଫାଙ୍କିବା ଅଭିଯୋଗରେ ଯଶୱନ୍ତଙ୍କ ସହ ଜଡ଼ିତ ପ୍ରାୟ ୪୦ ସମ୍ପତ୍ତି ଅଟାଚ୍ କରିଥିଲା ।

ଏହି ତାଲିକାରେ ତୃତୀୟ ନାମ ଶିବସେନା ସାଂସଦ ଭାବନା ଗାୱଲିଙ୍କର ରହିଛି । ଖବର ମୁତାବକ ସେ ମଧ୍ୟ ସିନ୍ଦେ ଗୋଷ୍ଠୀର ସମର୍ଥନରେ ବାହାରିଛନ୍ତି । ସେ ସୋମବାର ଠାକରେଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ସେ ସିନ୍ଦେ ଗୋଷ୍ଠୀ ଉଠାଇଥିବା ସମସ୍ୟା ପ୍ରତି ଦୃଷ୍ଟି ଦେବା ଉଚିତ୍ । ଗାୱଲିଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ଚାଲିଛି । ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ସୟଦ ଖାନଙ୍କୁ ଇଡି ଗିରଫ କରିଥିଲା । ଏହା ସହିତ ତାଙ୍କ ସମ୍ପତ୍ତି ୩.୭୫ କୋଟି ଟଙ୍କା ଅଟାଚ୍ କରାଯାଇଥିଲା ।