ଫ୍ଲୋର ଟେଷ୍ଟରେ ଯଦି ୧୬ ବିଧାୟକ ନ ଦିଅନ୍ତି ଭୋଟ ତ କାହାକୁ ମିଳିବ ସଂଖ୍ୟାଗରିଷ୍ଠତା, ଜାଣନ୍ତୁ ଏଠାରେ...
Advertisement
Article Detail0/zeeodisha/odisha1237362

ଫ୍ଲୋର ଟେଷ୍ଟରେ ଯଦି ୧୬ ବିଧାୟକ ନ ଦିଅନ୍ତି ଭୋଟ ତ କାହାକୁ ମିଳିବ ସଂଖ୍ୟାଗରିଷ୍ଠତା, ଜାଣନ୍ତୁ ଏଠାରେ...

Maharashtra Floor Test: ଏଠାରେ କହି ରଖୁଛୁ ଯେ, ଯଦି ଏହି ୧୬ ଜଣ ବିଧାୟକ ଭୋଟ୍ ନ ଦିଅନ୍ତି, ତେବେ ରାଜ୍ୟ ବିଧାନସଭାର ମୋଟ ସଂଖ୍ୟା ବର୍ତ୍ତମାନର ୨୮୭ରୁ ଖସି ୨୭୧କୁ ପହଞ୍ଚିବ  । ଏଭଳି ପରିସ୍ଥିତିରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ୧୩୬ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିବ ।

ଫ୍ଲୋର ଟେଷ୍ଟରେ ଯଦି ୧୬ ବିଧାୟକ ନ ଦିଅନ୍ତି ଭୋଟ ତ କାହାକୁ ମିଳିବ ସଂଖ୍ୟାଗରିଷ୍ଠତା, ଜାଣନ୍ତୁ ଏଠାରେ...

ମୁମ୍ୱାଇ: Maharashtra Floor Test: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ । ଏହାକୁ ନେଇ ଅଙ୍କ କଷାକଷି ଆରମ୍ଭ ହୋଇସାରିଛି । ସେପଟେ ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶ ବିରୋଧରେ ଶିବସେନା (Shiv Sena) ର ପିଟିସନ ଉପରେ ଆଜି ଅପରାହ୍ନ ୫ଟାରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ର ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ପାଇଁ ଆମକୁ ଡାକିବା ନିଷ୍ପତ୍ତି ଅସାମ୍ୱିଧାନିକ । କାରଣ ଆମ ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ଏଭଳି ପରିସ୍ଥିତିରେ ଯଦି ଏହି ୧୬ ଜଣ ବିଧାୟକ ଅଯୋଗ୍ୟ ହୁଅନ୍ତି ଓ ତେବେ ସେମାନେ ଭୋଟ୍ ଦେଇପାରିବେ ନାହିଁ । ତେବେ ପ୍ରଶ୍ନ ଉଠୁଛି ସଂଖ୍ୟାଗରିଷ୍ଠତାର କ’ଣ ହେବ?

ଏଠାରେ କହି ରଖୁଛୁ ଯେ, ଯଦି ଏହି ୧୬ ଜଣ ବିଧାୟକ ଭୋଟ୍ ନ ଦିଅନ୍ତି, ତେବେ ରାଜ୍ୟ ବିଧାନସଭାର ମୋଟ ସଂଖ୍ୟା ବର୍ତ୍ତମାନର ୨୮୭ରୁ ଖସି ୨୭୧କୁ ପହଞ୍ଚିବ  । ଏଭଳି ପରିସ୍ଥିତିରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ୧୩୬ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିବ । ଅନ୍ୟ ପଟେ ଯଦି ଆମେ ବିଜେପି (BJP) ସହିତ ସ୍ୱାଧୀନ ବିଧାୟକଙ୍କ ସଂଖ୍ୟାକୁ ଦେଖିବା, ତେବେ ଏହା ୧୨୮ ରହିଛି । ଯଦି ଦଳକୁ ସିନ୍ଦେ କ୍ୟାମ୍ପର ୩୯ରୁ ୧୬ ଜଣ ବିଧାୟକଙ୍କ ବ୍ୟତୀତ ୨୩ ଜଣ ବିଧାୟକଙ୍କ ସମର୍ଥନ ମିଳିବ, ତେବେ ବିଜେପିର ସଂଖ୍ୟା ୧୫୧ ହେବ । ଯାହା ଦ୍ୱାରା ଦଳ ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିନେବ । ଅନ୍ୟପକ୍ଷରେ ମହାବିକାଶ ଅଘାଡ଼ି କେବଳ ୧୧୬ ଭୋଟ୍ ପାଇବେ, ଯାହା ଦ୍ୱାରା ସରକାର ସଂଖ୍ୟାଗରିଷ୍ଠତା ହରାଇବେ ।

ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ଆଦେଶ ବିରୋଧରେ ଶିବସେନା ମୁଖ୍ୟ ୱିପ୍ ସୁନୀଲ ପ୍ରଭୁଙ୍କ ତରଫରୁ ଏକ ପିଟିସନ ଦାଖଲ କରାଯାଇଛି । ଆଜି ଅପରାହ୍ନ ୫ଟାରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି ପାଇଁ ସମୟ ସ୍ଥିର କରିଛନ୍ତି । ଏହା ସହିତ କୋର୍ଟ ସମସ୍ତ ପକ୍ଷଙ୍କୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆବେଦନର କପି ହସ୍ତାନ୍ତର କରିବାକୁ କହିଛନ୍ତି ।

କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବୀ ଶିବସେନା ତରଫରୁ ପକ୍ଷ ରଖିବେ । ସେ କୋର୍ଟକୁ କହିଛନ୍ତି ଯେ, ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ତୁରନ୍ତ ରୋକ ଲଗାଇବାର ଆବଶ୍ୟକତା ରହିଛି ଓ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ । ଫ୍ଲୋର ଟେଷ୍ଟ ଆଦେଶକୁ ବିରୋଧ କରି ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ନିଷ୍ପତ୍ତି ଅସାମ୍ବିଧାନିକ ଓ ଏହା ମାଧ୍ୟମରେ ନିୟମକୁ ଅଣଦେଖା  କରାଯାଉଛି ।

ଏହା ବି ପଢ଼ନ୍ତୁ:-ଅଗ୍ନିବୀରଙ୍କୁ ବିଜେପିର କାର୍ଯ୍ୟକର୍ତ୍ତା କହିଲେ ମମତା ବାନାର୍ଜୀ, ଚାକିରି ଦେବାକୁ ମନା କଲେ ଦିଦି

ଏହା ବି ପଢ଼ନ୍ତୁ:-ଫ୍ଲୋର ଟେଷ୍ଟ୍ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଶିବସେନା, ଜାଣନ୍ତୁ କ'ଣ କହିଲେ କୋର୍ଟ

ଏହା ବି ପଢ଼ନ୍ତୁ:-ଉଦ୍ଧବ ସରକାର କ୍ଷମତାରେ ରହିବେ ନା ବିଜେପି ଗଢ଼ିବ ସରକାର, ଜାଣନ୍ତୁ ମହାରାଷ୍ଟ୍ର ବିଧାନସଭାରେ କାହାର ପଲା କେତେ ଭାରି?

ଏଠାରେ କହି ରଖୁଛୁ ଯେ,  ରାଜ୍ୟପାଳ କୋଶୟାରୀ ଚିଠି ଲେଖି ଜୁନ ୩୦ ସକାଳ ୧୧ଟାରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଫ୍ଲୋର ଟେଷ୍ଟ କରିବା ପାଇଁ ଆଦଶ ଦେଇଛନ୍ତି । ରାଜ୍ୟପାଳ ସରକାରଙ୍କୁ ଲେଖିଥିବା ଚିଠିରେ କୁହାଯାଇଛି ଯେ, ୭ ସ୍ୱାଧୀନ ବିଧାୟକ ମୋତେ ଚିଠି ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବହୁମତ ହରାଇଛନ୍ତି, ତେଣୁ ଫ୍ଲୋର ଟେଷ୍ଟ ଆବଶ୍ୟକ । ଜୁନ ୩୦ ତାରିଖରେ ଫ୍ଲୋର ଟେଷ୍ଟ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ । ଏହା ସହିତ ବିଧାନସଭା ବାହାରେ ଓ ଭିତରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉ । ଆହୁରି ମଧ୍ୟ ଚିଠିରେ ଲେଖାଯାଇଛି ଯେ ଗୃହର ପ୍ରକ୍ରିୟାର ଲାଇଭ ଟେଲିକଷ୍ଟ ସୁନିଶ୍ଚିତ କରାଯାଉ ।