Maharashtra MLC Election 2022: ୪ ସିଟ୍ ହାତେଇଲା ବିଜେପି, ଶିବସେନା-ଏନସିପି ପାଇଲେ ୨-୨ ଆସନ
Advertisement
Article Detail0/zeeodisha/odisha1227129

Maharashtra MLC Election 2022: ୪ ସିଟ୍ ହାତେଇଲା ବିଜେପି, ଶିବସେନା-ଏନସିପି ପାଇଲେ ୨-୨ ଆସନ

Maharashtra MLC Election 2022:  ବିଧାନ ପରିଷଦର ମୋଟ ୧୦ ଆସନ ମଧ୍ୟରୁ ବିଜେପି ଏକାକୀ ୫ ସିଟ୍ ଦଖଲ କରିଛି। ଅନ୍ୟପଟେ ଶିବସେନା-ଏନସିପି ଭାଗରେ ୨-୨ ଆସନ ପଡିଛି। କଂଗ୍ରେସ କେବଳ ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି।

 Maharashtra MLC Election 2022: ୪ ସିଟ୍ ହାତେଇଲା ବିଜେପି, ଶିବସେନା-ଏନସିପି ପାଇଲେ ୨-୨ ଆସନ

Maharashtra MLC Election 2022:  ପ୍ରକାଶ ପାଇଛି ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ୨୦୨୦ ଫଳାଫଳ। ଜୁନ ୨୦ ତାରିଖ ସୋମବାର ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ବିଜେପି ଏକକ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। ନିର୍ବାଚନ ଅନୁଷ୍ଠିତ ହୋଇଥିବା ବିଧାନ ପରିଷଦର ୧୦ ଆସନ ମଧ୍ୟରୁ ବିଜେପି ଏକାକୀ ୫ ସିଟ୍ ଦଖଲ କରିଛି। ଅନ୍ୟପଟେ ଶିବସେନା-ଏନସିପି ୨-୨ ଆସନ ପାଇଛନ୍ତି। ଅନ୍ୟପଟେ କଂଗ୍ରେସ ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି।  

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରବୀଣ ଡାରେକର, ରାମ ସିନ୍ଦେ, ଶ୍ରୀକାନ୍ତ ଭାରତୀୟ ଉମା ଖାପରେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରସାଦ ଲାଡ ଏବଂ ୨ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହାଣ୍ଡୋର ଏବଂ ଭାଇ ଜଗତାପଙ୍କ ନିର୍ବାଚନ ଫଳାଫଳ ଆସି ସାରିଛି। ଏନସିପି ପ୍ରାର୍ଥୀ ଏକନାଥ ଖଡେସ ଏବଂ ରାମରାଜ ନାଏକ ନିମ୍ବାଲକର ବିଜୟୀ ହୋଇଛନ୍ତି। ସେହିପରି ଶିବେସେନା ପ୍ରାର୍ଥୀ ସଚ୍ଚିନ ଅହିର ଏବଂ ଅମସା ପାଦଭି ବାଜିମାତ କରିଛନ୍ତି। 

ବିଧାନସଭା ପରିଷଦ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରସାଦ ଲାଡ ଏବଂ କଂଗ୍ରେସ ପ୍ରାର୍ଥୀ ଭାଇ ଜଗତାପ ବାଜିମାତ କରିଛନ୍ତି। ବିଧାନ ପରିଷଦର ମୋଟ ୧୦ ଆସନ ମଧ୍ୟରୁ ବିଜେପି ଏକାକୀ ୫ ସିଟ୍ ଦଖଲ କରିଛି। ଅନ୍ୟପଟେ ଶିବସେନା-ଏନସିପି ଭାଗରେ ୨-୨ ଆସନ ପଡିଛି। କଂଗ୍ରେସ କେବଳ ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି। କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହାଣ୍ଡୋର ଏହି  ନିର୍ବାଚନରେ ପରାସ୍ତ ହୋଇଛନ୍ତି।

ରାଜ୍ୟସଭା ପରେ ବିଧାନସଭା ପରିଷଦ ନିର୍ବାଚନରେ ମହା ବିକାଶ ଅଘାଡି ମେଣ୍ଟକୁ ପୁଣି ଥରେ ଚକମା ଦେଇଛି ବିଜେପି। ଏହି ନିର୍ବାଚନରେ କଂଗ୍ରେସ-ଶିବସେନା ଭୋଟ ଅନ୍ୟ ଦଳ ଖାତାକୁ ଯାଇଥିବା କୁହାଯାଇଛି। ମୋଟ ୫୧ ବିଧାୟକ ଥାଇ ମଧ୍ୟ ୨ ଏନସିପି ପ୍ରାର୍ଥଙ୍କୁ ୫୭ ଭୋଟ ମିଳିଛି। ଯେଉଁ ୬ ଖଣ୍ଡ ଭୋଟ ଅଧିକ ମିଳିଛି ତାହା ସ୍ୱାଧିନ ବିଧାୟକଙ୍କ ଭୋଟ ବୋଲି କୁହାଯାଉଛି। ବିଧାନ ପରିଷଦର ୧୦ ଆସନରେ ୧୧ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ। 

ମୋଟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ୨୮୫ ବିଧାୟକ ମତଦାନ କରିଥିଲେ। ଏହି ନିର୍ବାଚନ ଲଢୁଥିବା କୌଣସି ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ୨୬ ଭୋଟ ଆବଶ୍ୟକ ଥିଲା।  ଶିବସେନା ବିଧାୟକ ରମେଶ ଲାତକଙ୍କ ମୃତ୍ୟୁ ଏବଂ ୨ ଏନସିପି ବିଧାୟକ ନବାବ ମଲିକ ଏବଂ ଅନୀଲ ଦେଶମୁଖ ଜେଲରେ ରହିଥିବା କାରଣରୁ ବିଧାୟକ ସଂଖ୍ୟା ହ୍ରାସ ପାଇଥିଲା।

Also Read: ରାଜ୍ୟସଭା ପରେ ବିଧାନ ପରିଷଦ ନିର୍ବାଚନ ମତଦାନରୁ ବାଦି ପଡି଼ଲେ ନବାବ ମଲିକ-ଅନୀଲ ଦେଶମୁଖ

Also Read: BJP Strategy: ରାଜ୍ୟସଭା ପରେ ବିଧାନ ପରିଷଦ ନିର୍ବାଚନକୁ ନେଇ ସତର୍କ ଶିବସେନା