Maharashtra Govt Official: 'ଫୋନ କଲ ଉଠାଇବା ପରେ ବନ୍ଦେ ମାତରଂ କହିବା ବାଧ୍ୟତାମୂଳକ ନୁହେଁ'
Advertisement
Article Detail0/zeeodisha/odisha1305668

Maharashtra Govt Official: 'ଫୋନ କଲ ଉଠାଇବା ପରେ ବନ୍ଦେ ମାତରଂ କହିବା ବାଧ୍ୟତାମୂଳକ ନୁହେଁ'

Maharashtra Government Official: 'ବନ୍ଦେ ମାତରଂ' ବଦଳରେ ଜାତୀୟତାବାଦକୁ ସୂଚିତ କରୁଥିବା ଅନ୍ୟ କୌଣସି ସମାନ ଅର୍ଥ ରହିଥିବା ଶବ୍ଦ ବ୍ୟବହାର କରାଯାଇପାରିବ। 

Maharashtra Govt Official: 'ଫୋନ କଲ ଉଠାଇବା ପରେ ବନ୍ଦେ ମାତରଂ କହିବା ବାଧ୍ୟତାମୂଳକ ନୁହେଁ'

Maharashtra Minister Sudhir Mungantiwar: ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଗଟିୱାର ମଙ୍ଗଳବାର କହିଛନ୍ତି ଯେ ଫୋନ୍ କଲ ଉଠାଇବା ପରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ପାଇଁ 'ବନ୍ଦେ ମାତରଂ' କହିବା ବାଧ୍ୟତାମୂଳକ ନୁହେଁ। ମାତ୍ର ଏହି ସମୟରେ ଜାତୀୟତାବାଦକୁ ସୂଚିତ କରୁଥିବା ଅନ୍ୟ କୌଣସି ସମାନ ଅର୍ଥ ରହିଥିବା ଶବ୍ଦ ବ୍ୟବହାର କରାଯାଇପାରିବ। 'ବନ୍ଦେ ମାତରଂ' ନିର୍ଦ୍ଦେଶକୁ ନେଇ ବିରୋଧି ଦଳ ପକ୍ଷରୁ ସମାଲୋଚନା ପରେ ଏକଥା କହିଛନ୍ତି ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ।

ଗତ ରବିବାର ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଗଟିୱାର କହିଥଲେ ଚଳିତ ବର୍ଷ ଦେଶ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ କରୁଥିବାରୁ ଆସନ୍ତା ବର୍ଷ ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟରେ ଫୋନ୍ କଲ ଉଠାଇବା ପରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ନମସ୍କାର ପରିବର୍ତ୍ତେ 'ବନ୍ଦେ ମାତରଂ' କହିବାକୁ ହେବ। ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଏ ସମ୍ପର୍କିତ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରାଯିବ। ହେଲେ ମଙ୍ଗଳବାର ମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି 'ବନ୍ଦେ ମାତରଂ' କହିବା ବାଧ୍ୟତାମୂଳକ ନୁହେଁ। 'ବନ୍ଦେ ମାତରଂ' ସହ ସମକକ୍ଷ ଅନ୍ୟ କୌଣସି ଶବ୍ଦ ଯାହା ଜାତୀୟତାକୁ ପ୍ରତିଫଳିତ କରୁଥାଏ ତାହାକୁ ଫୋନ୍ କଲ ଉଠାଇବା ବେଳେ ବ୍ୟବହାର କରାଯାଇ ପାରିବ। 

Also Read: Maharashtra MLA Prakash Surve: 'ଯିଏ ଚ୍ୟାଲେଞ୍ଜ ଦେଉଛି ତାକୁ ଟୁକୁଡା ଟୁକୁଡା କରି କାଟି ଦିଅ'

ମନ୍ତ୍ରୀ ସୁଧୀର ମୁନଗଟିୱାର ଏହା ମଧ୍ୟ କହିଛନ୍ତି କୌଣସି ସଂଙ୍ଗଠନ କିମ୍ବା ବ୍ୟକ୍ତିବିଶେଷଙ୍କୁ ବିରୋଧ କରିବାର ଅଧିକାର ରହିଛି। ହେଲେ  'ବନ୍ଦେ ମାତରଂ' କହିବା ରାଜ୍ୟ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଚଳା ଯାଉଥିବା ଏକ ଅଭିଯାନ। ଯାହା  ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରୁ ଆରମ୍ଭ ହୋଇ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଚାଲିବ।