Amruta Fadnavis Controversy: ବିବାଦରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ପତ୍ନୀ ଅମୃତା ଫଡନାଭୀସ, ଜାଣନ୍ତୁ କାରଣ
Advertisement

Amruta Fadnavis Controversy: ବିବାଦରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ପତ୍ନୀ ଅମୃତା ଫଡନାଭୀସ, ଜାଣନ୍ତୁ କାରଣ

Maharashtra Politics: ସରକାରୀ ବାସଭବନରେ ଇନଷ୍ଟାଗ୍ରାମ ରିଲ୍ସ ସୁଟ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହାକୁ ନେଇ ଏବେ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି।

 

Amruta Fadnavis Controversy: ବିବାଦରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ପତ୍ନୀ ଅମୃତା ଫଡନାଭୀସ, ଜାଣନ୍ତୁ କାରଣ

Devendra Fadnavis Wife Amruta Fadnavis Controversy: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ପତ୍ନୀ ଅମୃତା ଫଡନାଭୀସଙ୍କୁ ନେଇ ଏବେ ସରଗରମ ହୋଇଉଠିଛି ରାଜନୀତି। ବିରୋଧୀ ଏନସିପି ଶୁକ୍ରବାର ଦାବି କରିଛି ଯେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ପତ୍ନୀ ଅମୃତା ଫଡନାଭୀସ୍ ତାଙ୍କ ସରକାରୀ ବାସଭବନରେ ଏକ ନୂଆ ଭିଡିଓ ରିଲ୍ ସୁଟ୍ କରିଛନ୍ତି। 

ଏହି ଭିଡ଼ିଓ କ୍ଲିପ୍ ରେକର୍ଡ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଅନୁମତି ନେଇଥିଲେ ନା ନାହିଁ ସେନେଇ ଦଳ ପ୍ରଶ୍ନ କରିଛି। ଯଦି ଅନୁମତି ନିଆଯାଏ ନାହିଁ ତାହେଲେ ଏହା ଆଇନର ଉଲ୍ଲଂଘନ ବୋଲି ଏନସିପି (NCP) କହିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ (Maharashtra Deputy Chief Minister Devendra Fadnavis) ସରକାରୀ ବାସଭବନ (Maharashtra Deputy Chief Ministers Govt Residense) 'ସାଗର' ଦକ୍ଷିଣ ମୁମ୍ବାଇସ୍ଥିତ (South Mumbai) ମାଲାବାର ହିଲ (Malabar Hill) ଠାରେ ଅବସ୍ଥିତ। ଏନସିପି ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନ ଉପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି।

ଏନସିପି ମୁଖପାତ୍ର ହେମା ପିମ୍ପଲ୍ (NCP Spokesperson Hema Pimple) ଅଭିଯୋଗ କରିଛନ୍ତି ଯେ ଅମୃତା ଫଡନାଭୀସ (Amruta Fadnavis) ତାଙ୍କ ସ୍ୱାମୀଙ୍କୁ ଆବଣ୍ଟିତ କରାଯାଇଥିବା 
ବଙ୍ଗଳାରେ ଇନଷ୍ଟାଗ୍ରାମ ପାଇଁ ତାଙ୍କ ନୂଆ ଭିଡିଓ ରିଲ୍ ସୁଟ୍ କରିଛନ୍ତି। ଏହି ଭିଡ଼ିଓ କ୍ଲିପ୍ ସୁଟିଂ ସରକାରୀ ବାସଭବନରେ କରାଯାଇଛି। ଭିଡ଼ିଓ ସୁଟି କରିବା ପାଇଁ କ'ଣ ରାଜ୍ୟ ଲୋକ ନିର୍ମାଣ ବିଭାଗ (Maharashtra Public Works Department) କିମ୍ବା ସଂସ୍କୃତି ବିଭାଗ (Maharashtra Cultural Department) ପକ୍ଷରୁ ଅନୁମତି ନିଆଯାଇଛି? ଯଦି ଅନୁମତି ନିଆଯାଏ ନାହିଁ, ତାହେଲେ 
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନୈତିକ ଦାୟିତ୍ୱ ଗ୍ରହଣ କରିବା ସହ ସେ ଇସ୍ତଫା ଦେଇଦେବା ଆବଶ୍ୟକ। 

ଅମୃତା ଫଡନାଭୀସଙ୍କୁ ମିଳିଥିବା ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ଏନସିପି ମୁଖପାତ୍ର ହେମା ପିମ୍ପଲ୍। ଏନେଇ ଏନସିପି ମୁଖପାତ୍ର କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ପତ୍ନୀ ଅମୃତା ଫଡନାଭୀସଙ୍କୁ Y-ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଛି। ଯେଉଁଥିରେ ତାଙ୍କୁ ଏକ ଏସକର୍ଟ ଗାଡି ପ୍ରଦାନ କରାଯିବା ସହ ତାଙ୍କ ସୁରକ୍ଷା ଦାୟିତ୍ୱରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅମୃତା ଫଡନାଭୀସଙ୍କ ପାଖରେ ଏକ ଟ୍ରାଫିକ୍ କ୍ଲିୟରାନ୍ସ ଗାଡ଼ି ମଧ୍ୟ ରହିଛି। ଯାହା କେବଳ ସାମ୍ବିଧାନିକ ପଦ ପଦବୀରେ ଥିବା ରହିଥିବା ବ୍ୟକ୍ତିଙ୍କୁ ଆବଣ୍ଟିତ କରାଯାଇଥାଏ।

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ପତ୍ନୀ ଅମୃତା ଫଡନାଭିସ୍ ସୋସିଆଲ ମିଡିଆ ଦୁନିଆରେ ବହୁତ ସକ୍ରିୟ ରହିଥାନ୍ତି। ବର୍ତ୍ତମାନ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ତାଙ୍କର ଏକାଧିକ ଫଟୋ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏବେ ଅମୃତା ଫଡନାଭୀସ୍ ତାଙ୍କର ନୂଆ ଡ୍ୟାନ୍ସ ଭିଡିଓ ପାଇଁ ଗଣମାଧ୍ୟମରେ ଶିରୋନାମା ପାଲଟିଛନ୍ତି। ତାଙ୍କର ନୂଆ ଡ୍ୟାନ୍ସ ଭିଡିଓ 'ମୁଡ ବନାଲେୟା' ଇଣ୍ଟରନେଟ୍ ଦୁନିଆରେ ଟ୍ରେଣ୍ଡ କରିବାରେ ଲାଗିଛି।