ଗାଦି ଛାଡି଼ବାକୁ ପ୍ରସ୍ତୁତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ; ଶିବ ସୈନିକଙ୍କ ସାମ୍ନାରେ ରଖିଲେ ୨ ସର୍ତ୍ତ
Advertisement
Article Detail0/zeeodisha/odisha1229204

ଗାଦି ଛାଡି଼ବାକୁ ପ୍ରସ୍ତୁତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ; ଶିବ ସୈନିକଙ୍କ ସାମ୍ନାରେ ରଖିଲେ ୨ ସର୍ତ୍ତ

Maharashtra CM Uddhav Thackeray: କେବଳ ମୁଖ୍ୟମନ୍ତ୍ରୀ ପଦ ନୁହେଁ  ଶିବ ସେନା ଅଧ୍ୟକ୍ଷ ପଦ ଛାଡ଼ିବାକୁ ମୁଁ ପ୍ରସ୍ତୁତ ରହିଛି। ଜଣେ ଶିବ ସୈନିକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

ଗାଦି ଛାଡି଼ବାକୁ ପ୍ରସ୍ତୁତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ; ଶିବ ସୈନିକଙ୍କ ସାମ୍ନାରେ ରଖିଲେ ୨ ସର୍ତ୍ତ

Maharashtra CM Uddhav Thackeray: ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଶିବ ସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବୁଧବାର ସନ୍ଧ୍ୟାରେ ଫେସବୁକ ଲାଇଭ ଆସି ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କୁ କ୍ଷମତାର କୌଣସି ଲାଳସା ନାହିଁ। ଯଦି ଶିବ ସୈନିକ ମୋ ଉପରେ ଅସନ୍ତୁଷ୍ଟ ଅଛନ୍ତି ତାହେଲେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ  ପ୍ରସ୍ତୁତ ରହିଛି। ଯଦି ମୁଁ ଶିବ ସେନା ବିଧାୟକଙ୍କ ବିଶ୍ୱାସ ହରାଇଛି ତାହେଲେ ମୁଁ ଗାଦିରେ ବସିବାକୁ ଯୋଗ୍ୟ ନୁହେଁ।    

କେବଳ ମୁଖ୍ୟମନ୍ତ୍ରୀ ପଦ ନୁହେଁ  ଶିବ ସେନା ଅଧ୍ୟକ୍ଷ ପଦ ଛାଡ଼ିବାକୁ ମୁଁ ପ୍ରସ୍ତୁତ ରହିଛି। ଜଣେ ଶିବ ସୈନିକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଶିବ ସେନା ପକ୍ଷରୁ ଯିଏ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ମଞ୍ଜୁର ବୋଲି କହିଛନ୍ତି ଉଦ୍ଧବ ଠାକରେ।  

ବୁଧବାର ସନ୍ଧ୍ୟାରେ ଫେସବୁକ ଲାଇଭ ଆସିବା ବେଳେ ଏକ ଲୁକ୍କାୟିତ ବାର୍ତ୍ତା ଦେଇଛନ୍ତି ଯେ ଯେତେବେଳେ ତାଙ୍କ ଦଳର ଜଣେ ବିଧାୟକ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସେତେବେଳେ ସେ ଇସ୍ତଫା ଦେବେ। ବାସ୍ତବରେ ଏହି ବାର୍ତ୍ତା ଏକନାଥ ସିନ୍ଦେଙ୍କ ଲାଗି ଉଦ୍ଦିଷ୍ଟ ବୋଲି କୁହାଯାଉଛି। ହେଲେ ସେ ସ୍ପଷ୍ଟ ଶବ୍ଦରେ ମଧ୍ୟ କହିଛନ୍ତି ଯେ ଶିବ ସୈନିକ୍ ମୋ ସହ ବିଶ୍ୱାସଘାତକତା କରିବା ଠିକ ନୁହେଁ। ଯଦି କାହାର କିଛି ଅଭିଯୋଗ ରହିଥିଲା  ତାହେଲେ ମୋ ସହିତ କାହିଁକି ଆଲୋଚନା କରିନଥିଲ। 
 
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବର୍ତ୍ତମାନ ମଧ୍ୟ ଶିବସେନା ବାଲା ସାହେବ ଠାକରେଙ୍କ ଦଳ। ଏବେ ମଧ୍ୟ ଆମେ ହିନ୍ଦୁତ୍ୱ ପ୍ରସଙ୍ଗରେ ଅଟଳ ରହିଛୁ। ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ପ୍ରଥମ ବ୍ୟକ୍ତି ଯିଏ ବିଧାନସଭାରେ ହିନ୍ଦୁତ୍ୱ ପ୍ରସଙ୍ଗ ଉଠାଇଥିଲା। 

Also Read: Maharashtra Political Crisis: ଦଳ ପାଖରୁ କ'ଣ ଚାହୁଁଛନ୍ତି ବିଦ୍ରୋହୀ ଶିବସେନା ବିଧାୟକ?