Maharashtra Politics: ଇଡି କାର୍ଯ୍ୟାନୁଷ୍ଠାକୁ ପ୍ରତିକ୍ରିୟା ରଖିଲେ ଏକନାଥ ସିନ୍ଦେ
Advertisement
Article Detail0/zeeodisha/odisha1282530

Maharashtra Politics: ଇଡି କାର୍ଯ୍ୟାନୁଷ୍ଠାକୁ ପ୍ରତିକ୍ରିୟା ରଖିଲେ ଏକନାଥ ସିନ୍ଦେ

Eknath Shinde On Sanjay Raut: ସଞ୍ଚୟ ରାଉତ କହୁଛନ୍ତି ଯେ ସେ କିୌଣସି ଭୁଲ କରିନାହାଁନ୍ତି। ଯଦି ସେ  ଭୁଲ କରିନାହାଁନ୍ତି ବୋଲି କହୁଛନ୍ତି ତାହାଲେ ସେ କାହିଁକି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ତଦନ୍ତଙ୍କୁ ଭୟ କରୁଛନ୍ତି? 

Maharashtra Politics: ଇଡି କାର୍ଯ୍ୟାନୁଷ୍ଠାକୁ ପ୍ରତିକ୍ରିୟା ରଖିଲେ ଏକନାଥ ସିନ୍ଦେ

Eknath Shinde on ED Action: ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଦଳୀୟ ସାଂସଦ ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଏନେଇ ସେ କହିଛନ୍ତି ଯଦି ସଞ୍ଜୟ ରାଉତ ନିର୍ଦ୍ଦୋଷ ତାହେଲେ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ସେ ଭୟଭୀତ ହେବାର କୌଣସି କାରଣ ନାହିଁ। ସଞ୍ଚୟ ରାଉତ କହୁଛନ୍ତି ଯେ ସେ କିୌଣସି ଭୁଲ କରିନାହାଁନ୍ତି। ଯଦି ସେ  ଭୁଲ କରିନାହାଁନ୍ତି ବୋଲି କହୁଛନ୍ତି ତାହାଲେ ସେ କାହିଁକି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ତଦନ୍ତଙ୍କୁ ଭୟ କରୁଛନ୍ତି?  ଯଦି ସେ ନିର୍ଦ୍ଦୋଷ ତାହେଲେ ସେ କାହଁକି ଭୟଭୀତ ହୋଇ ଉଠୁଛନ୍ତି?

ବହୁଚର୍ଚ୍ଚିତ ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରବିବାର ତାଙ୍କ ବାସଭବନରେ ୯ ଘଣ୍ଟାରୁ ଅଧିକ ସମୟ ଧରି ଖୋଳତାଡ କରିବା ପରେ ତାଙ୍କୁ ହେପାଜତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କୁ ହେପାଜତକୁ ନେବାର କିଛି ସମୟ ପରେ କେନ୍ଦ୍ରୀୟ ଏଜେନ୍ସି ଟିମ୍ ଅଫିସ ଅଭିମୁଖେ ବାହାରି ଥିଲେ। ରବିବାର ହୋଇଥିବା ଚଢାଉ ସମୟରେ ତାଙ୍କ ଘରୁ ୧୧ ଲକ୍ଷ ଟଙ୍କା ଜବତ କରିଯାଇଛି। 

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ (Shiv Sena MP Sanjay Raut) ମୁମ୍ବାଇସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଇଡି କାର୍ଯ୍ୟାଳୟକୁ (Mumbai ED Office) ନିଆଯିବା ପୂର୍ବରୁ ତାଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲା। ରବିବାର ତାଙ୍କୁ ତାଙ୍କ ଘରେ ୯ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡ଼ି। ବହୁଚର୍ଚ୍ଚିତ ପାତ୍ରାଚଲ ଜମି ଦୁର୍ନୀତି (Patra Chawl Land Scam) ମାମଲାର ଖୋଳତାଡ଼ କରିବା ଲାଗି ଜୁଲାଇ ୩୧ ତାରିଖ ରବିବାର ସକାଳେ ତାଙ୍କ ବାସଭବନରେ ପହଞ୍ଚିଥିଲେ ୧୨ ଜଣ ଇଡ଼ି ଅଧିକାରୀ। ପୂର୍ବରୁ ଗତ ୨୭ ତାରିଖରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ହାଜର ହେବା ଲାଗି ସମନ ଜାରି କରିଥିଲା। ମାତ୍ର ସେ ହାଜର ନ ହେବା ପରେ ରବିବାର ସକାଳେ ତାଙ୍କ ବାସଭବନରେ ପହଞ୍ଚି ଯାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  

ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ଗ୍ରହଣ  କରାଯାଇଥିବା କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଦଳୀୟ ମୁଖପତ୍ର  ସାମନା ମାଧ୍ୟମରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଉଦ୍ଦେଶ୍ୟରେ ବର୍ଷିଥିଲେ ସଞ୍ଜୟ ରାଉତ। ଏନେଇ ସେ କହିଥିଲେ ବିଦ୍ରୋହୀ ବିଧାୟକ ସଚ୍ଚୋଟତାର ସ୍ୱୀକାର କରିବା ଆବଶ୍ୟକ ଯେ ସେମାନେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି କବଳରୁ ନିଜକୁ ରକ୍ଷା କରିବାକୁ ଯାଇ ଦଳୀୟ ନେତୃତ୍ୱ ବିରୋଧରେ ବିଦ୍ରୋହ କରିଛନ୍ତି। ବିଦ୍ରୋହୀ ବିଧାୟକ ଏକଥା କହିବା ବନ୍ଦ କରିବା ଆବଶ୍ୟକ ଯେ ଦଳ ହିନ୍ଦୁତ୍ୱ ଛାଡି ଦେଇଥିବାରୁ ସେମାନେ ଦଳ ଛାଡି ଦେଇଛନ୍ତି। ଆପଣ କାହିଁକି ଅନାବଶ୍ୟକ ଭାବେ ହିନ୍ଦୁ ଧର୍ମକୁ ବଦନାମ କରୁଛନ୍ତି? ଆପଣ ସଚ୍ଚୋଟତା ଦେଖାନ୍ତୁ। ସେମାନେ ସମସ୍ତେ ନିଜକୁ ବଞ୍ଚାଇବା ପାଇଁ ଦଳରୁ ପଳାୟନ କରିଥିଲେ। 

ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଶିବସେନା ନେତା ଅର୍ଜୁନ ଖୋତକର ସଚ୍ଚୋଟତାର ସହ ନିଜେ ଏକଥା ସ୍ୱୀକାର କରିଛନ୍ତି ଯେ ସେ ଚାପରେ ଅଛନ୍ତି। ଏହି କାରଣରୁ ସେ ବିଦ୍ରୋହୀ ଶିବସେନା ବିଧାୟକ ଦଳରେ ଯୋଗ ଦେଇଥିଲେ। ଦଳର ଅନ୍ୟତମ ସାଂସଦ ଭାବନା ଗାୱଲିଙ୍କ ଘନିଷ୍ଠ ସହଯୋଗୀ ରଇସ ଖାନଙ୍କୁ ଇଡି ଗିରଫ କରିଥିଲା। ହେଲେ ଭାବନା ଗାୱଲି ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିବା ମାତ୍ରେ ରଇସ ଖାନଙ୍କୁ ମୁକ୍ତ କରାଯାଇଥିଲା ଏବଂ ତାଙ୍କର ଜବତ ହୋଇଥିବା ସମ୍ପତ୍ତି ଉପରେ ଲଗାଯାଇଥିବା ରୋକ ହଟାଯାଇଥିଲା।

ପରିସ୍ଥିତିରେ ପଡ଼ି ପଡ଼ି ବାଧ୍ୟ ବାଧକତାରେ ଶିବସେନା ନେତା ଅର୍ଜୁନ ଖୋତକର (Shiv Sena Leader Arjun Khotkar) ତାଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଉପରେ ଜବାବ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) କହିଛନ୍ତି ଯେ ଆମେ ତାଙ୍କୁ ନିମନ୍ତ୍ରଣ କରିଥିଲୁ? ଯଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିମ୍ବା ଅନ୍ୟ କୌଣସି ଚାପ ହେତୁ ଆମ ଗୋଷ୍ଠୀକୁ ଆସନ୍ତୁ ନାହିଁ।

Also Read: Sanjay Raut: ED କାର୍ଯ୍ୟାନୁଷ୍ଠାକୁ ନେଇ ବିଜେପି ବିରୋଧରେ ବର୍ଷିଲେ ଉଦ୍ଧବ ଠାକରେ