Madhya Pradesh Cabinet: ମଧ୍ୟ ପ୍ରଦେଶ କ୍ୟାବିନେଟ ଗଠିତ; ଜାଣନ୍ତୁ କାହାକୁ ମିଳିଲା ମନ୍ତ୍ରୀପଦ
Advertisement

Madhya Pradesh Cabinet: ମଧ୍ୟ ପ୍ରଦେଶ କ୍ୟାବିନେଟ ଗଠିତ; ଜାଣନ୍ତୁ କାହାକୁ ମିଳିଲା ମନ୍ତ୍ରୀପଦ

Madhya Pradesh Cabinet Formation: ସୋମବାର ମଧ୍ୟ ପ୍ରଦେଶରେ ହୋଇଛି କ୍ୟାବିନେଟ୍ ବିସ୍ତାର। ଡିସେମ୍ବର ୨୫ ତାରିଖରେ ରାଜଭବନ ଠାରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ୨୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Madhya Pradesh Cabinet: ମଧ୍ୟ ପ୍ରଦେଶ କ୍ୟାବିନେଟ ଗଠିତ; ଜାଣନ୍ତୁ କାହାକୁ ମିଳିଲା ମନ୍ତ୍ରୀପଦ

Madhya Pradesh Cabinet Expansion: ଡିସେମ୍ବର ୨୫ ତାରିଖ ସୋମବାର ହୋଇଛି ମଧ୍ୟ ପ୍ରଦେଶ କ୍ୟାବିନେଟ୍ ବିସ୍ତାର। ସୋମବାର ୨୮ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ନେତୃତ୍ୱରେ ନୂତନ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ଭାବ ୧୮, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ଭାବେ ୬ ଏବଂ ୪ ଜଣ ବିଧାୟକ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିଥିବା ମନ୍ତ୍ରୀଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ସିଂହ ତୋମାର, ପ୍ରହ୍ଲାଦ ସିଂ ପଟେଲ, କୈଳାଶ ବିଜୟଭାର୍ଗିୟ, କୁୱଁର ବିଜୟ ଶାହା, ରାକେଶ ସିଂହ, କରଣ ସିଂ ବର୍ମା, ଉଦୟ ପ୍ରତାପ ସିଂ ଏବଂ ବିଶ୍ୱାସ ସାରଙ୍ଗ ପ୍ରମୁଖ ସାମିଲ ଅଛନ୍ତି।

କିଏ ନେଲେ ମନ୍ତ୍ରୀ ଭାବେ ଶପଥ? 
କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ହେଉଛନ୍ତି ସମ୍ପତିଆ ଉଇକେ, ପ୍ରଦ୍ୟୁମ୍ନ ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ, କୈଳାଶ ବିଜୟଭାର୍ଗିୟ, କୁୱଁର ବିଜୟ ଶାହା, ରାକେଶ ସିଂହ, କରଣ ସିଂହ ବର୍ମା, ଉଦୟ ପ୍ରତାପ ସିଂହ, ବିଶ୍ୱାସ ସାରଙ୍ଗ ଏବଂ ଲଖନ ପଟେଲ। ନରେନ୍ଦ୍ର ଶିବାଜୀ ପଟେଲ, ପ୍ରତିମା ବାଗରି ଏବଂ ରାଧା ସିଂହ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ମନ୍ତ୍ରୀମଣ୍ଡଳରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଲା ଏବଂ ଜଗଦୀଶ ଦେୱଡ଼ା ମଧ୍ୟ ସାମିଲ ଅଛନ୍ତି। ମଧ୍ୟ ପ୍ରଦେଶ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ୩୫ ଜଣ ମନ୍ତ୍ରୀ ରହିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆହୁରି ୪ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି।

ସୋମବାର ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ଆଲୋଚନା ପରେ ମନ୍ତ୍ରୀଙ୍କ ନାମକୁ କେନ୍ଦ୍ରୀୟ ନେତୃତ୍ୱ ଚୂଡ଼ାନ୍ତ ଅନୁମୋଦନ ଦେଇଛନ୍ତି। କ୍ୟାବିନେଟ ସମ୍ପ୍ରସାରଣ ପରେ ସମସ୍ତ ନୂତନ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯିବ। ଆପଣଙ୍କୁ କହିରଖୁଛୁ ପୂର୍ବରୁ ଡିସେମ୍ବର ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ସହ ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଲା ଏବଂ ଜଗଦୀଶ ଦେୱଡ଼ା ଶପଥ ନେଇଥିଲେ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋମବାର ସକାଳେ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ଭେଟି ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଥିଲ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ ସୀମିତ ସମ୍ପ୍ରସାରଣ କରାଯିବ। ନିର୍ବାଚନ ପରେ ପୁଣି ଥରେ ସମ୍ପ୍ରସାରଣ ହେବ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ରାଜ୍ୟପାଳଙ୍କ ନିକଟରେ ୨୮ ଜଣ ବିଧାୟକଙ୍କ ନାମ ଦାଖଲ କରିଥିଲେ। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ୧୮ କ୍ୟାବିନେଟ,  ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ଭାବେ ୬ ଏବଂ ୪ ଜଣ ବିଧାୟକ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ଦିଲ୍ଲୀ ଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ସମେତ ଦଳର ବହୁ ବରିଷ୍ଠ ପଦାଧିକାରୀଙ୍କୁ ଭେଟିଥିଲେ। କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ କ୍ୟାବିନେଟ ସମ୍ପ୍ରସାରଣ ଲାଗି ଆଶାୟୀ ମନ୍ତ୍ରୀଙ୍କ ନାମରେ ମୋହର ମରାଯାଇଥିଲା। କ୍ୟାବିନେଟ ପାଇଁ ସମ୍ଭାବ୍ୟ ନାମ ମଧ୍ୟରେ ସାଂସଦ-ବିଧାୟକ ନେତାଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଥିଲା। ମନ୍ତ୍ରୀ ପଦ ପାଇଁ ହୋଇଥିବା ଦୌଡ଼ରେ କୈଳାଶ ବିଜୟଭାର୍ଗିୟ, ପ୍ରହ୍ଲାଦ ସିଂହ ପଟେଲ, ରାକେଶ ସିଂହ, ଗାୟତ୍ରୀ ପାୱାର, ଗୋପାଳ ଭର୍ଗବ, ସଞ୍ଜୟ ପାଠକ, ତୁଲସୀରାମ ସିଲାବଟ, ହେମନ୍ତ ଖଣ୍ଡେଲୱାଲ, ଇନ୍ଦର ସିଂହ ପରମାର, ପ୍ରଦ୍ୟୁମ୍ନ ସିଂହ ତୋମାର, ବିଷ୍ଣୁ ଖତ୍ରୀ, କୃଷ୍ଣା ଗୌର, ରୀତି ପାଠକ, ନାଗର ସିଂହ ଚୌହାନ, ଶୈଳେନ୍ଦ୍ର ଜୈନ ଏବଂ ନାରାୟଣ ସିଂହ କୁଶୱାହାଙ୍କ ସମେତ ଅନେକ ନେତା ସାମିଲ ହୋଇଥିଲେ।