ନୀତିଶ, ମମତାଙ୍କ ସ୍ୱପ୍ନକୁ ଭାଙ୍ଗି ଚୂରମାର କରିବ କଂଗ୍ରେସ!
Advertisement

ନୀତିଶ, ମମତାଙ୍କ ସ୍ୱପ୍ନକୁ ଭାଙ୍ଗି ଚୂରମାର କରିବ କଂଗ୍ରେସ!

Lok Sabha Elections 2024: ଏହି ସମସ୍ତ ନେତା ବିରୋଧୀ ଏକତା ଦାବି କରୁଛନ୍ତି କିନ୍ତୁ କଂଗ୍ରେସ ନେତା (Congress Leader) ଜୟରାମ ରମେଶ (Jairam Ramesh) ଙ୍କ ବୟାନ ଅନ୍ୟ କିଛି ସୂଚାଉଛି ।  ସେ କହିଛନ୍ତି ଯେ, କଂଗ୍ରେସ (Congress) କୁ ଆଗରେ ନ ରଖି ବିରୋଧୀ ଏକତା ସମ୍ଭବ ନୁହେଁ ।

ନୀତିଶ, ମମତାଙ୍କ ସ୍ୱପ୍ନକୁ ଭାଙ୍ଗି ଚୂରମାର କରିବ କଂଗ୍ରେସ!

ନୂଆଦିଲ୍ଲୀ: Lok Sabha Elections 2024: ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହା ଅନ୍ତର୍ଗତ ସମସ୍ତ ଦଳର ରାଜନେତାମାନେ ମାନସ ମନ୍ଥନ କରୁଛନ୍ତି । ବିରୋଧୀ ଦଳ ତରଫରୁ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar), ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana CM) କେ ଚନ୍ଦ୍ରଶେଖର ରାଓ (K. Chandrashekar Rao) ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamata Banerjee) ବିଭିନ୍ନ ଦଳକୁ ଏକଜୁଟ କରିବା ପାଇଁ ପ୍ରୟାସ କରୁଛନ୍ତି । ଏହି ନେତାମାନେ ୨୦୨୪ରେ ଭାରତୀୟ ଜନତା ପାର୍ଟି (BJP) କୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ନିକଟ ଅତୀତରେ ନୀତିଶ କୁମାର କହିଛନ୍ତି ଯେ, ସେ ତୃତୀୟ ମୋର୍ଚ୍ଚା ଗଠନ କରିବାକୁ ଚାହୁଁନାହାଁନ୍ତି ବରଂ ବିଜେପି ବିରୋଧରେ ଏକ ମୁଖ୍ୟ ମୋର୍ଚ୍ଚା ଗଠନ କରିବାକୁ ଚାହୁଁଛନ୍ତି । ଏଥି ସହିତ ମମତା ବାନାର୍ଜୀ କହିଛନ୍ତି ଯେ, ଏଥର ୨୦୨୪ରେ ବଙ୍ଗଳାରୁ ଖେଳ ହେବ । 

ଏହି ସମସ୍ତ ନେତା ବିରୋଧୀ ଏକତା ଦାବି କରୁଛନ୍ତି କିନ୍ତୁ କଂଗ୍ରେସ ନେତା (Congress Leader) ଜୟରାମ ରମେଶ (Jairam Ramesh) ଙ୍କ ବୟାନ ଅନ୍ୟ କିଛି ସୂଚାଉଛି ।  ସେ କହିଛନ୍ତି ଯେ, କଂଗ୍ରେସ (Congress) କୁ ଆଗରେ ନ ରଖି ବିରୋଧୀ ଏକତା ସମ୍ଭବ ନୁହେଁ । କଂଗ୍ରେସ ବିନା ଏକ ମୋର୍ଚ୍ଚା ଗଠନ କରିବାକୁ ଯୋଜନା କରୁଥିବା ଲୋକମାନେ କେବଳ 'ହାୱାଇ କିଲା' ଅର୍ଥାତ ପବନ ଦୁର୍ଗ ନିର୍ମାଣ କରୁଛନ୍ତି ବୋଲି ସେ କହିଛନ୍ତି । କାହାର ନାମ ନ ନେଇ କଂଗ୍ରେସ ନେତା କହିଛନ୍ତି ଯେ, ଅନେକ ଆଞ୍ଚଳିକ ଦଳ ନିଜର ସ୍ୱାର୍ଥ ପାଇଁ କଂଗ୍ରେସ ପଛରେ ଖଣ୍ଡା ପଶେଇ ସାରିଛନ୍ତି । ସେମାନେ କଂଗ୍ରେସକୁ ଏକ ପ୍ୟାଚିଂ ବ୍ୟାଗ୍ ବୋଲି ଭାବୁଛନ୍ତି । କଂଗ୍ରେସ ବିନା କୌଣସି ଅଣ-ବିଜେପି ମେଣ୍ଟ ପାଞ୍ଚ ବର୍ଷ ପାଇଁ ସ୍ଥିର ସରକାର ଦେଇପାରିବ ନାହିଁ । କଂଗ୍ରେସକୁ ଅଲଗା କରି ବିରୋଧୀ ଏକତା କଦାପି ସମ୍ଭବ ନୁହେଁ । 

ଆପଣଙ୍କୁ କହିରଖୁଛୁ ଯେ, ଆମ୍ ଆଦମୀ ପାର୍ଟି (AAP) ଓ ତୃଣମୂଳ କଂଗ୍ରେସ (TMC) ମଧ୍ୟ କଂଗ୍ରେସକୁ ମୁଖ୍ୟ ଭୂମିକାରେ ରଖିବାକୁ ଆପତ୍ତି କରିଥିଲେ । ଉଭୟ ଦଳ ଅନେକ କାରଣ ଦର୍ଶାଇ କଂଗ୍ରେସର ନେତୃତ୍ୱକୁ ସ୍ୱୀକାର କରିନାହାଁନ୍ତି । ଜୟରାମ ରମେଶ କହିଛନ୍ତି ଯେ, ଆମେ ପୂର୍ବରୁ କହିଛୁ ଯେ ଆମ୍ ଆଦମୀ ପାର୍ଟି ହେଉଛି ବିଜେପିର ବି ଟିମ୍ । ଯଦି ଆପଣ ଇତିହାସକୁ ଦେଖିବେ, ତେବେ ଆପଣ ନିଜେ ଜାଣିପାରିବେ । ମୁଁ ଟିଏମସି ବିଷୟରେ କିଛି କହି ପାରିବି ନାହିଁ କିନ୍ତୁ ମୁଁ ଭାବୁଛି ସେମାନଙ୍କ ନାମରେ ମଧ୍ୟ କଂଗ୍ରେସ ଅଛି । ସେ ଆଗକୁ କହିଛନ୍ତି ଯେ, ଯେଉଁମାନେ କଂଗ୍ରେସ ବିନା ବିରୋଧୀ ଏକତାର କଳ୍ପନା କରୁଛନ୍ତି ସେମାନେ କେବଳ ନିଜକୁ ଦୁର୍ବଳ କରୁଛନ୍ତି । କଂଗ୍ରେସକୁ ମଧ୍ୟ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି । ମେଣ୍ଟ ଅର୍ଥ ହେଉଛି କିଛି ପାଇବାକୁ ହେଲେ ଜଣକୁ କିଛି ଦେବାକୁ ପଡ଼ିବ । ଏପର୍ଯ୍ୟନ୍ତ ସମସ୍ତେ କଂଗ୍ରେସର ସୁଯୋଗ ନେଇଛନ୍ତି । ସେମାନେ ଫାଇଦା ନେବା ପରେ   କଂଗ୍ରେସ ଉପରେ ବର୍ଷିବା ଆରମ୍ଭ କରନ୍ତି । ବର୍ତ୍ତମାନ ଏହି ସବୁ ବନ୍ଦ ହେବା ଜରୁରୀ । ସେ କହିଛନ୍ତି ଯେ, ଭାରତୀୟ ରାଜନୀତିରେ କଂଗ୍ରେସ ଏକ ବଡ଼ ହାତୀ ଓ ଏହାକୁ କେହି ଏଡାଇ ପାରିବେ ନାହିଁ ।

ଅଧିକ ପଢ଼ନ୍ତୁ:-ପ୍ରଥମ ଭାଙ୍ଗିଲା ମେଣ୍ଟ ଏବେ ଦଳରେ ଫାଟ, ଆମ୍ ଆଦମୀ ପାର୍ଟିର ଏହି ବଡ଼ ନେତା ଛାଡ଼ିଲେ ପାର୍ଟି

ଅଧିକ ପଢ଼ନ୍ତୁ:-ଯୁଦ୍ଧର ୭ ମାସ ପରେ ଶେଷରେ ପୁଟିନ ଖୋଲିଲେ ରହସ୍ୟ, କହିଲେ କ'ଣ ହାସଲ କରି ବନ୍ଦ କରିବେ ୟୁକ୍ରେନ ଯୁଦ୍ଧ

ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶର ଏହି ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ ନୀତିଶ କୁମାର!

ସୂଚନାଯୋଗ୍ୟ, କଂଗ୍ରେସ ସେପ୍ଟେମ୍ବର ୭ରୁ 'ଭାରତ ଯୋଡ଼ ଯାତ୍ରା' ଆରମ୍ଭ କରିଛି । ଏହି ଯାତ୍ରାରେ କଂଗ୍ରେସ ସହ ଅନେକ ସିଭିଲ୍ ସୋସାଇଟି ସାମିଲ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ଏହି ଗସ୍ତ ମାଧ୍ୟମରେ କଂଗ୍ରେସ ୨୦୨୪ ପାଇଁ ପ୍ରସ୍ତୁତ ହେଉଛି । ଏଥି ସହିତ ଏହି ଯାତ୍ରାରେ ଅନ୍ୟ କୌଣସି ଦଳର ସାମାନ୍ୟ ବି ଭୂମିକା ନାହିଁ । ଏହା ମଧ୍ୟ ଅନୁମାନ କରାଯାଉଛି ଯେ କଂଗ୍ରେସ ନିଜକୁ ଅଲଗା ରଖିବାକୁ ଚାହୁଁଛି କିମ୍ବା ସମସ୍ତ ଦଳର ନେତୃତ୍ୱ ନେବାକୁ ଚାହୁଁଛି ।