Lok Sabha Election 2024: ୨୦୧୯ ଲଢେଇରେ କରିଥିବା ଭୁଲ ଦୋହରାଇବ କି ସମାଜବାଦୀ ପାର୍ଟି?
Advertisement
Article Detail0/zeeodisha/odisha2068125

Lok Sabha Election 2024: ୨୦୧୯ ଲଢେଇରେ କରିଥିବା ଭୁଲ ଦୋହରାଇବ କି ସମାଜବାଦୀ ପାର୍ଟି?

Uttar Pradesh Politics: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ଉତ୍ତର ପ୍ରଦେଶରେ ଆସନ ବୁଝାମଣା ଏକ ପ୍ରକାର ହୋଇସାରିଛି।

 

 

Lok Sabha Election 2024: ୨୦୧୯ ଲଢେଇରେ କରିଥିବା ଭୁଲ ଦୋହରାଇବ କି ସମାଜବାଦୀ ପାର୍ଟି?

SP RLD Alliance in 2024 Election: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଭୟ ଶାସକ-ବିରୋଧି ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ବିରୋଧି ଇଣ୍ଡି ମେଣ୍ଟରେ ଆସନ ବାଣ୍ଟିବା ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ଚୂଡାନ୍ତ ହୋଇ ପାରିନାହିଁ। ଏହି କ୍ରମରେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ଉତ୍ତର ପ୍ରଦେଶରେ ଆସନ ବୁଝାମଣା ଏକ ପ୍ରକାର ହୋଇସାରିଛି। ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆସନ ବୁଝାମଣା ହୋଇଥିବା ନେଇ ଏକ ପ୍ରକାର ସ୍ପଷ୍ଟ କରି ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଯାହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏନେଇ କୁହାଯାଉଛି ଯେ ଗତ ୨୦୧୯ ଲୋକସଭା ନିର୍ବାଚନରେ ଜାଟଲ୍ୟାଣ୍ଡ ଠାରେ କରିଥିବା ଭୁଲ ଦୋହରାଉଛି କି ସମାଜବାଦୀ ପାର୍ଟି। କାରଣ ଗତ ଥର ଲୋକସଭା ନିର୍ବାଚନରେ ରାଷ୍ଟ୍ରୀୟ ଲୋକ ଦଳ ୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ କୌଣସି ସିଟ୍ ଜାତି ପାରିନଥିଲା।

୨୦୧୯ ନିର୍ବାଚନରେ କରିଥିବା ଭୁଲ୍ ର ପୁନରାବୃତ୍ତି କରୁଛନ୍ତି କି ଅଖିଲେଶ ଯାଦବ?
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ଦଳ ସହ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ହୋଇଥିବା ମେଣ୍ଟକୁ ଅଭିନନ୍ଦନ ଜଣାଇବା ସହ କର୍ମକର୍ତ୍ତାଙ୍କୁ ନିର୍ବାଚନ ପାଇଁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ଏନେଇ ଆରଏଲଡି ପକ୍ଷରୁ କୁହାଯାଇଛି କହିଛି ୨୦୨୪ ଲୋକସଭା ନିର୍ବାଚନରେ ଯେ ଦଳ ୭ ଆସନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଲୋକସଭା ନିର୍ବାଚନ ପାଇଁ ଏସପି-ଆରଏଲଡି ମଧ୍ୟରେ ଆସନ ବୁଝମଣା ହୋଇସାରିବା ପରେ ନିର୍ବାଚନ ରାଜନୈତିକ ସମୀକ୍ଷକ ୨୦୧୯ ଲୋକସଭା ନିର୍ବାଚନ ଫଳାଫଳକୁ ବିଶ୍ଲେଷଣ କରିବା ଆରମ୍ଭ କରିଛନ୍ତି। ଏହି ନିର୍ବାଚନରେ ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ ଏବଂ ବହୁଜନ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲା। ଆରଏଲଡି ମଥୁରା, ବାଗପତ ଏବଂ ମୁଜାଫରନଗର ଆସନ ପାଇଥିଲା। ଯେତେବେଳେ ଫଳାଫଳ ଆସିଲା, ସେତେବେଳେ ଏହି ତିନୋଟି ଆସନରେ ଆରଏଲଡ଼ି ପରାଜୟ ବରଣ କରିଥିଲା। 

ରାଷ୍ଟ୍ରୀୟ ଲୋକ ଦଳକୁ ୭ ସିଟ୍ ଦେବା କେତେ ଠିକ୍?
ପଶ୍ଚିମ ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକ ଦଳର ପ୍ରଭାବ ରହିଛି। ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳ ଜାଟଲ୍ୟାଣ୍ଡ ଭାବରେ ପରିଚିତ। କାରଣ ଏହି ଅଞ୍ଚଳରେ ଜାଟ ସମ୍ପ୍ରଦାୟର ଦବଦବା ରହିଛି। ହେଲେ ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ଆରଏଲଡି ପ୍ରଦର୍ଶନ ଶୋଚନୀୟ ରହିଥିଲା। ଯେଉଁ ୩ ଆସନରେ ଦଳ ଲଢିଥିଲା ସେଠାରେ ପରାଜୟ ବରଣ କରିବାକୁ ପଡ଼ିଥିଲା। ଏଭଳି ପରିସ୍ଥିତିରେ ରାଷ୍ଟ୍ରୀୟ ଲୋକ ଦଳକୁ ୭ ସିଟ୍ ଦେବା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି। କାରଣ ଗତ ୨୦୧୯ ନିର୍ବାଚନରେ ୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଆରଏଲଡ଼ି। ଦେଲେ ଦଳ ସମସ୍ତ ୩ ଆସନରେ ପରାସ୍ତ ହୋଇଥିଲା। ଏଭଳି ପରିସ୍ଥିତି ଆରଏଲଡ଼ି ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ୭ ଆସନରେ ଜିତିବାର ଆଶା କମ୍। ଯଦି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖାଯାଏ, ତାହେଲେ ଏହା ଜଣାପଡୁଛି ଯେ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ସଫଳ ହୋଇଥିଲା। ଏହି ନିର୍ବାଚନରେ ​​ଆରଏଲଡି ୩୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୮ ସିଟ୍ ଜିତିଥିଲା। ହୁଏତ ଏହି କାରଣରୁ ରାଷ୍ଟ୍ରୀୟ ଲୋକ ଦଳ ୨୦୨୪ ଲୋକସଭା ନିର୍ବାଚନରେ ୭ ଆସନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି।

ସମାଜବାଦୀ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ହୋଇଛି ଆସନ ବୁଝାମଣା 
୨୦୨୪ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିବା ନେଇ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ପକ୍ଷରୁ ଔପଚାରିକ ଭାବେ ଘୋଷଣା କରାଯାଇଛି। ଏହି ଗୋଷଣା ଜାନୁଆରୀ ୧୯ ତାରିଖ ଶୁକ୍ରବାର ହୋଇଛି ପଶ୍ଚିମ ଉତ୍ତର ପ୍ରଦେଶର ୭ ଆସନରେ ନିର୍ବାଚନ ଲଢିବା ନେଇ କହିଛି ଆରଏଲଡି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ମାଧ୍ୟମରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଥିବା ନେଇ ଘୋଷଣା କରିଛନ୍ତି। 

ଅଭିନନ୍ଦନ ଜଣାଇଲେ ଅଖିଲେଶ ଯାଦବ
ଏନେଇ ଅଖିଳେଶ ଯାଦବ କହିଛନ୍ତି ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ମେଣ୍ଟ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ। ସମସ୍ତେ ବିଜୟ ପାଇଁ ଏକ ହୋଇଯିବା ଆବଶ୍ୟକ। ଅଖିଳେଶ ଯାଦବଙ୍କ ଟ୍ୱିଟ ପୁନର୍ବାର ପୋଷ୍ଟ କରି ଜୟନ୍ତ ଚୌଧୁରୀ କହିଛନ୍ତି ଯେ ଜାତୀୟ ତଥା ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଆମ ଅଞ୍ଚଳର ସମସ୍ତ କର୍ମକର୍ତ୍ତା ସେମାନଙ୍କ ଅଞ୍ଚଳର ବିକାଶ ତଥା ସମୃଦ୍ଧତା ପାଇଁ ଏକତ୍ର ହଇ ଆଗକୁ ବଢିବେ ବୋଲି ଆଶା କରାଯାଉଛି। ତାଙ୍କର ଏହି ପୋଷ୍ଟ ସହିତ ଜୟନ୍ତ ଚୌଧୁରୀ ଏକ ଫଟେ ସେୟାର କରିଛନ୍ତି। ଯେଉଁଥିରେ ସେ ଅଖିଳେଶ ଯାଦବ ହାତ ମିଳାଉଥିବାର ନଜର ଆସିଛନ୍ତି।

୭ ଆସନରେ ନିର୍ବାଚନ ଲଢିବ ଆରଏଲଡି 
ଉଭୟ ଦଳର ନେତାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଆସନ ବଣ୍ଟନ ଚୂଡାନ୍ତ ହୋଇଛି ବୋଲି ଆରଏଲଡି ମୁଖପାତ୍ର ଅନିଲ ଦୁବେ କହିଛନ୍ତି। ସେ କହିଛନ୍ତି ଯେ ଆରଏଲଡି ପଶ୍ଚିମ ଉତ୍ତର ପ୍ରଦେଶର ୭ ଆସନରେ ନିର୍ବାଚନ ଲଢିବ। ଉଭୟ ଦଳ ମଧ୍ୟରେ ଗତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ କରି ନିର୍ବାଚନ ଲଢିଥିଲେ। ମୋଟ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ସମାଜବାଦୀ ପାର୍ଟି ୧୧୧ ଏବଂ ରାଷ୍ଟ୍ରୀୟ ଲୋକ ଦଳ ୮ ଆସନ ଜିତିଥିଲା। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକ ଦଳ ଏବଂ ବହୁଜନ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲା। ଆରଏଲଡି ମଥୁରା, ବାଗପାଟ ଏବଂ ମୁଜାଫରନଗର ଆଦି ୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ସବୁଠି ପରାସ୍ତ ହୋଇଥିଲା। ଅନ୍ୟପଟେ ସମାଜବାଦୀ ପାର୍ଟି ୫ ଏବଂ ବହୁଜନ ସମାଜ ପାର୍ଟି ୧୦ ସିଟ୍ ପାଇଥିଲେ।