Lok Sabha Election 2024: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ବାଜିରେ ଲାଗିଛି ଏହି ରାଜନେତାଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha2221212

Lok Sabha Election 2024: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ବାଜିରେ ଲାଗିଛି ଏହି ରାଜନେତାଙ୍କ ଭାଗ୍ୟ

Lok Sabha Elections 2024 Voting: ଅପ୍ରେଲ ୨୬ ଶୁକ୍ରବାର ଅନୁଷ୍ଠିତ ହେବ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟର ୧୨ ରାଜ୍ୟର ୮୮ ଲୋକସଭା ଆସନରେ ହେବ ଭୋଟ ଗ୍ରହଣ।

 

Lok Sabha Election 2024: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ବାଜିରେ ଲାଗିଛି ଏହି ରାଜନେତାଙ୍କ ଭାଗ୍ୟ

Lok Sabha Election 2024 2nd Phase Voting: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ କେରଳର ସମସ୍ତ ୨୦, କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ମହାରାଷ୍ଟ୍ରର ୮, ଉତ୍ତର ପ୍ରଦେଶର ୮ ସିଟ୍, ମଧ୍ୟ ପ୍ରଦେଶର ୭, ଆସାମର ୫ ଏବଂ ବିହାରର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩, ମଣିପୁର, ତ୍ରିପୁରା ଏବଂ ଜାମୁ କାଶ୍ମୀର ଆଦି 3 ରାଜ୍ୟର ଗୋଟିଏ ଲେଖାଁଏ ଆସନରେ ହେବ ଭୋଟ୍ ଗ୍ରହଣ। ଶୁକ୍ରବାର ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଅନେକ ପୁରୁଖା ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର।

୨୦୨୪ ଲୋକସଭା ନିର୍ବାଚନ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କର ସିପିଆଇ ପ୍ରାର୍ଥୀ ଆନି ରାଜା ଏବଂ ବିଜେପି ପ୍ରାର୍ଥୀ କେ. ସୁରେନ୍ଦ୍ରନଙ୍କ ସହ ମୁକାବିଲା ହେବ। ଗତ ୨୦୧୯ ନିର୍ବାଚନରେ ​​ଗାନ୍ଧୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇ ପ୍ରାର୍ଥୀ ପି.ପି ସୁନୀରଙ୍କୁ ପରାସ୍ତ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶୀ ଥରୁର ଚତୁର୍ଥ ଥର ପାଇଁ କେରଳ ରାଜଧାନୀ ଥିରୁବନନ୍ତପୁରମ୍ ଆସନରୁ ନିର୍ବାଚନ ଲଢୁଛନ୍ତି। ଏଥର ଏହି ଆସନରେ ତାଙ୍କର ମୁକାବିଲା ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ସିପିଆଇ ପ୍ରାର୍ଥୀ ପାନ୍ନିୟନ୍ ରବୀନ୍ଦ୍ରନଙ୍କ ସହ ହେବ। 

ଗତ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶ ମଥୁରା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ହେମା ମାଳିନୀ। ଏଥର ତାଙ୍କର ମୁକାବିଲା କଂଗ୍ରେସ ପ୍ରାର୍ଥୀ ମୁକେଶ ଧନଗରଙ୍କ ସହ ହେବ। ସେହିପରି ରାଜସ୍ଥାନ କୋଟା ଆସନରୁ ୨ ଥର ନିର୍ବାଚିତ ହୋଇଥିବା ବାଚସ୍ପତି ଓମ ବିର୍ଲାଙ୍କ ମୁକାବିଲା କଂଗ୍ରେସ ପ୍ରାର୍ଥୀ ପ୍ରହ୍ଲାଦ ଗୁଞ୍ଜଲଙ୍କ ସହ ହେବ। ସେହିପରି ତୃତୀୟ ଥର ପାଇଁ ରାଜସ୍ଥାନ ଯୋଧପୁର ଆସନରୁ ଜିତିବାକୁ ଲକ୍ଷ୍ୟ ରଖିଥିବା କେନ୍ଦ୍ରମମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାତଟଙ୍କ ମୁକାବିଲା କଂଗ୍ରେସ ପ୍ରାର୍ଥୀ କରଣ ସିଂହ ଉଚିୟାରାଡାଙ୍କ ସହ ହେବ।

Also Read: Lok Sabha Election 2024: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ବାଜିରେ ଲାଗିଛି ଏହି ରାଜନେତାଙ୍କ ଭାଗ୍ୟ 

ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ ୩୦ ବର୍ଷରୁ ଅଧିକ ସମୟ ଧରି ବିଜେପି ଗଡ଼ ରହି ଆସିଥିବା ରାଜ୍ୟର ରାଜନନ୍ଦଗାଓଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥର ତାଙ୍କର ମୁକାବିଲା ସ୍ଥାନୀୟ ବିଜେପି ସନ୍ତୋଷ ପାଣ୍ଡେଙ୍କ ସହ ହେବ। ଗତ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ସନ୍ତୋଷ ପାଣ୍ଡେ ରାଜନନ୍ଦଗାଓଁ ଆସନରୁ ବାଜିମାତ କରିଥିଲେ। 

ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରରାମଙ୍କ ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲଙ୍କୁ ବିଜେପି ଏଥର ମେରଠ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଏହି ଆସନରୁ ୩ ଥର ସାଂସଦ ନିର୍ବାଚିତ ହୋଇଥିବା ରାଜେନ୍ଦ୍ର ଅଗ୍ରୱାଲଙ୍କ ସ୍ଥାନରେ ଦଳ ତାଙ୍କୁ ଟିକେଟ ଦେଇଛି। ତାଙ୍କର ମୁକାବିଲା ବିଏସପି ପ୍ରାର୍ଥୀ ଦେବବ୍ରତ କୁମାର ତ୍ୟାଗୀ ଏବଂ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁନୀତା ବର୍ମାଙ୍କ ସହ ହେବ।

ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ମଧ୍ୟ ପ୍ରଦେଶର ଟିକମଗଡ଼ ଲୋକସଭା ଆସନରୁ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାର ଖଟିକ। ଏହି ଆସନରେ ତାଙ୍କ ବିପକ୍ଷରେ କଂଗ୍ରେସ ପକ୍ଷରୁ ପଙ୍କଜ ଅହିରୱାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।  

Also Read: Lok Sabha Elections 2024: ଦେଶର ସେହି ଲୋକସଭା ଆସନ ଯେଉଁଠି ପ୍ରଥମ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

କର୍ଣ୍ଣାଟକ ଦକ୍ଷିଣ ବେଙ୍ଗାଲୁରୁ ଆସନରୁ ଗତ ୨୦୧୯ ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଜେପି ଯୁବ ମୋର୍ଚ୍ଚା ରାଷ୍ଟ୍ରୟ ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟା। ଏଥର ତାଙ୍କର ମୁକାବିଲା କଂଗ୍ରେସ ପ୍ରାର୍ଥୀ ସୋମ୍ୟା ରେଡ୍ଡୀଙ୍କୁ ସହ ହେବ। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ୨୦୦୯ ଏବଂ ୨୦୧୪ ଲୋକସଭା ନିର୍ବାଚନରେ କେରଳ ଆଲାପ୍ପୁଝା ଆସନରୁ ନିର୍ବାଚନ ଲଢୁଛନ୍ତି। ହେଲେ ସେ ଏହି ଆସନରେ ଗତ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ। ୫ ବର୍ଷ ପରେ ପୁଣି ଥରେ ଆଲାପ୍ପୁଝା ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ।