Lok Sabha Election 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ କେବେ ଦେବାକୁ ଯିବେ ଭୋଟ? ସମୟ କହିଦେଲେ ପ୍ରଧାନମନ୍ତ୍ରୀ
Advertisement

Lok Sabha Election 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ କେବେ ଦେବାକୁ ଯିବେ ଭୋଟ? ସମୟ କହିଦେଲେ ପ୍ରଧାନମନ୍ତ୍ରୀ

Lok Sabha Election 2024 Voting: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ କେବେ ଦେବାକୁ ଯିବେ ଭୋଟ,  ସେ ନେଇ ପ୍ରକୃତ ସମୟ କହି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Lok Sabha Election 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ କେବେ ଦେବାକୁ ଯିବେ ଭୋଟ? ସମୟ କହିଦେଲେ ପ୍ରଧାନମନ୍ତ୍ରୀ

PM Modi on Heatwave: ଏବେ ଦେଶର ବିଭିନ୍ନ ଭାଗରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଚଳିତ ବର୍ଷ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୪୦ ଡିଗ୍ରୀ ପାର କରି ସାରିଲାଣି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଆକଳନ ଅନୁସାରେ ଏଥର ପ୍ରବଳ ଗରମ ଅନୁଭୂତ ହୋଇପାରେ। ଦେଶର ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଭାଗରେ ଅଧିକ ଗ୍ରଷ୍ମ ପ୍ରବାହ ଅନୁଭୂତ ହେଉଛି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଅନୁଷ୍ଠିତ ହେଉଛି ଲୋକସଭା ନିର୍ବାଚନ। ଯଦିଓ ନିର୍ବାଚନ ଆୟୋଗ ଅନେକ ମାନଦଣ୍ଡ ଆଧାରରେ ନିର୍ବାଚନ ତାରିଖ ସ୍ଥିର କରଛନ୍ତି। 

ହେଲେ ଏବେ ଠାରୁ ଦିନକୁ ଦିନ ବଢୁଥିବା ତାପମାତ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଚିନ୍ତିତ କରିଦେଇଛି। ନିକଟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ନେଇ ଆୟୋଜିତ ହୋଇଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହାର ସମୀକ୍ଷା କରିଥିଲେ। ବର୍ତ୍ତମାନ ସେ ନିର୍ବାଚନ ସଭାରେ କହୁଛନ୍ତି ଯେ ଗରମ ହେଉଥିଲେ ମଧ୍ୟ ଭୋଟ୍ ଦେବା ପାଇଁ ବାହାରକୁ ବାହାରନ୍ତୁ।

ଗରମରୁ ରକ୍ଷା ପାଇବା ପାଇଁ ଦଳୀୟ ପ୍ରଚାର ଅଭିଯାନରେ ନିୟୋଜିତ ହୋଇଥିବା ବିଜେପି କର୍ମକର୍ତ୍ତାଙ୍କୁ ମଧ୍ୟ ସେ ଏକ ମନ୍ତ୍ର ଦେଇଛନ୍ତି। ନିର୍ବାଚନ ପ୍ରଚାରର ଶେଷ କିଛି ଘଣ୍ଟାର ସମୟକୁ ମଧ୍ୟ ପୂର୍ଣ୍ଣ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ବିଜେପି କର୍ମୀଙ୍କୁ କହିଛନ୍ତି। ଏପରି ସମୟରେ ବାରମ୍ବାର ପାଣି ପିଇବାର ଆବଶ୍ୟକତା ଥାଏ। ପ୍ରବଳ ଖରା କାରଣରୁ ବାହାରେ କାମ କରୁଥିବା ଲୋକଙ୍କ ସମସ୍ୟା ମଧ୍ୟ ବଢିଯାଏ।

ଭୋଟ୍ ଦେବାକୁ ସକାଳେ ବାହାରକୁ ବାହାରନ୍ତୁ
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଜାଣିଛି ଯେ ଗରମ କାରଣରୁ ସମସ୍ତେ ଅସୁବିଧାର ସାମ୍ନା କରୁଛନ୍ତି। ହେଲେ ଆମ ଦେଶର ଭବିଷ୍ୟତ ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗରମ ଆରମ୍ଭ ହେବା ପୂର୍ବରୁ ସକାଳ ସମୟରେ ଭୋଟ୍ ଦେବା ପାଇଁ ମୁଁ ମତାଦାତାଙ୍କୁ ଅନୁରୋଧ କରୁଛି। 

ବୁଧବାର ଦେଶର ସବୁଠାରୁ ଗରମ ସ୍ଥାନ ପାଲଟିଥିଲା ରାଜକୋଟ 
ବୁଧବାର (ଅପ୍ରେଲ ୧୭) ରାଜକୋଟ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବେ ଉଭା ହୋଇଥିଲା। ଯେଉଁଠାରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଥିବାର ରେକର୍ଡ କରାଯାଇଥିଲା।  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଆଗାମୀ କିଛି ଦିନ ମଧ୍ୟରେ ଦେଶର ପୂର୍ବ-ଦକ୍ଷିଣ ଭାଗରେ ଅବସ୍ଥିତ କେତେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ବଢିପାରେ। ଆସନ୍ତା ୫ ଦିନ ମଧ୍ୟରେ ଦେଶର ପୂର୍ବ ଭାଗରେ ପ୍ରବଳ ଗରମ ହୋଇପାରେ। ପାଣିପାଗ ବିଭାଗ କହିଛି ଯେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଓଡିଶା, ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ, ଗୁଜୁରାଟ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଭଳି ଅନେକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବର ସାମ୍ନା କରିବାକୁ ପଡ଼ିପାରେ।