Odisha Election 2024: ବିଜେପି ଫୋକସରେ ଓଡ଼ିଶା: ମାଳ ମାଳ କେନ୍ଦ୍ରୀୟ ନେତା ନେଉଛନ୍ତି ଦାୟିତ୍ୱ
Advertisement
Article Detail0/zeeodisha/odisha2230639

Odisha Election 2024: ବିଜେପି ଫୋକସରେ ଓଡ଼ିଶା: ମାଳ ମାଳ କେନ୍ଦ୍ରୀୟ ନେତା ନେଉଛନ୍ତି ଦାୟିତ୍ୱ

Odisha Election 2024: ଗତ କିଛିଦିନ ହେଲା କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ ଓଡ଼ିଶାରେ ରହଣି କରୁଛନ୍ତି। ଏବେ ସେ ନିର୍ବାଚନ ଆସନ୍ନ ଦକ୍ଷିଣ ଓଡ଼ିଶା ଗସ୍ତରେ ରହିଛନ୍ତି। ଠିକ୍‍ ସେହିପରି ଗଲା ତିନିଦିନ ହେଲା ରାଜ୍ୟକୁ ଆସିଛନ୍ତି ରାଜସ୍ଥାନର ଟାଣୁଆ ସଂଗଠକ ସିପି ଯୋଶୀ। ସେ କଟକ ଲୋକସଭା ଆସନ ଦାୟିତ୍ୱରେ ରହିଛନ୍ତି। 

 

Odisha Election 2024

ଭୁବନେଶ୍ୱର: ଆଜିଠାରୁ କଳାହାଣ୍ଡି ଜିଲ୍ଲାର ଯାଦବ ସମ୍ପ୍ରଦାୟଙ୍କ ଭୋଟ୍‍କୁ ଅକ୍ତିଆର କରିବା ଲାଗି ପୂର୍ବତନ ଯାଦବ ମହାସଭାର ସଭାପତି ତଥା ବିଜେପି ନେତା ଦୀନେଶ ଯାଦବ ଓଡ଼ିଶାରେ ଡେରା ପକାଇଛନ୍ତି। କଳେ ବଳେ କୌଶଳେ ଏଠାର ସବୁ ସମ୍ପ୍ରଦାୟଙ୍କ ଭୋଟ୍‍କୁ ଅକ୍ତିଆର କରି ନିଜର ସତ୍ତା ଜାହିର ରଖିବାକୁ ଚଜାହିଁଛି। ଯାହେତୁ ବିଜେଡି ଏଠାରୁ ଲମ୍ବୋଦା ନିଆଲଙ୍କୁ ପ୍ରାର୍ଥୀ କରି ଯାଦବ ଭୋଟ୍‍କୁ ନିଜ କବ୍‍ଜାକୁ ନେବ ବୋଲି  ଚିନ୍ତା କରିଥିଲା ତାହାକୁ ନିଜ ଆଡ଼କୁ ମୋଡ଼ିବା ଲାଗି  ବିଜେପି ରାଷ୍ଟ୍ରୀୟସ୍ତରରେ ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। 

ଖାଲି ସେତିକି ନୁହେଁ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶାରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଦାୟିତ୍ୱ ବଢ଼ିବାରେ ଲାଗିଛି। ମାଇକ୍ରୋସ୍ତରରେ  ଭୋଟ୍‍ ପରିଚାଳନା କରିବାକୁ ଯାଇ ନିର୍ବରାଚନର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନି ବିଜେପି। କିଛିଦିନ ପୂର୍ବରୁ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କୁ ଓଡ଼ିଶା ଆଣି ଓଜସ୍ୱିନୀ ଭାଷଣରେ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଏପରିକି ବିରୋଧୀଙ୍କ ନିଦ ହଜିଥିଲା ବୋଲି ବିଜେପି ଶିବିରରେ ଆଲୋଚନା ହେଉଛି। ତାଙ୍କୁ ଦଳ ରାଜ୍ୟରେ ୫ଟି ଲୋକସଭା ଦାୟିତ୍ୱ ଦେଇଥିବା ସୂଚନା ମିଳିଛି। 

ଗତ କିଛିଦିନ ହେଲା କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ ଓଡ଼ିଶାରେ ରହଣି କରୁଛନ୍ତି। ଏବେ ସେ ନିର୍ବାଚନ ଆସନ୍ନ ଦକ୍ଷିଣ ଓଡ଼ିଶା ଗସ୍ତରେ ରହିଛନ୍ତି। ଠିକ୍‍ ସେହିପରି ଗଲା ତିନିଦିନ ହେଲା ରାଜ୍ୟକୁ ଆସିଛନ୍ତି ରାଜସ୍ଥାନର ଟାଣୁଆ ସଂଗଠକ ସିପି ଯୋଶୀ। ସେ କଟକ ଲୋକସଭା ଆସନ ଦାୟିତ୍ୱରେ ରହିଛନ୍ତି। 

ଏହା ପୂର୍ବରୁ ରାଜ୍ୟ ବିଜେପିର ସଂଗଠନକୁ ସୁଦୃଢ଼ କରିବା ଲାଗି ସୁନୀଲ ବଂଶଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଥିଲା ବିଜେପି। ସେହିପରି ବିଜୟ ପାଲ ସିଂହ ତୋମାରଙ୍କ ରାଜ୍ୟ ପ୍ରଭାରୀ ଓ ଲତା ଉଷେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ଦେଇ ବିଜେଡି ସହ ମେଣ୍ଟ ନୁହେଁ ବରଂ ସମ୍ମୁଖ ଯୁଦ୍ଧକୁ ଓହ୍ଲାଇଥିବା ଦଳ। ଏବେ ଦେଖିବାର କଥା ବିଜେପିର ଏହି ରଣନୀତି ଭୋଟରଙ୍କୁ କେତେ ପ୍ରଭାବିତ କରୁଛି।