Lok sabha Election 2024: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ
Advertisement

Lok sabha Election 2024: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ: ଦେଶରେ ନିର୍ବାଚନର ଋତୁ ଆରମ୍ଭ ହୋଇ ସାରିଛି। ଆସନ୍ତା କାଲି ଠାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ପୂରା ନିର୍ବାଚନର ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୋଲିଂପାର୍ଟି। ପ୍ରଥମ ପର୍ଯ୍ୟାୟରେ ୧୭ଟି ରାଜ୍ୟ ଓ ୪ଟ

Lok sabha Election 2024: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ

Lok sabha Election 2024: ନୂଆଦିଲ୍ଲୀ: ଦେଶରେ ନିର୍ବାଚନର ଋତୁ ଆରମ୍ଭ ହୋଇ ସାରିଛି। ଆସନ୍ତା କାଲି ଠାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ପୂରା ନିର୍ବାଚନର ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୋଲିଂପାର୍ଟି। ପ୍ରଥମ ପର୍ଯ୍ୟାୟରେ ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ। ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ ସିଟରେ ଭୋଟିଂ ହେବ। 

ସେହିପରି ପୁଡ଼ୁଚେରୀ, ଲାକ୍ଷାଦୀପ, ଜମ୍ମୁକାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ବୀପର ଗୋଟିଏ ଲେଖାଏଁ ସିଟରେ ବି ମତଦାନ ସାବ୍ୟସ୍ତ କରିବେ ଜନତା। ତା’ସହ ଛତିଶଗଡ଼ର ମାଓପ୍ରବଣ ବସ୍ତରରେ ବି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବ। ପ୍ରଥମ ପର୍ଯ୍ୟାୟ ବିଗ୍ ଫାଇଟରେ ଭାଗ୍ୟ ପରୀକ୍ଷା କରିବେ, ବିହାର ଜାମୁଇରୁ ଏଲଜେପି ମୁଖ୍ୟ ଚିରାଗ ପାଶୱାନ, ମଧ୍ୟପ୍ରଦେଶ ଛିନ୍ଦୱାଡାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲ ନାଥ, କୋଏମ୍ବାଟୁରରୁ ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନାମଲାଇ। ସେହିପରି ପ୍ରଥମ ପର୍ଯ୍ୟାୟରେ ଚେନ୍ନାଇ ସାଉଥରୁ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ଟି. ସୁନ୍ଦରରାଜନ, ଥୁଥୁକୁଡିରୁ କାନିମୋଇ ଏବଂ କୁଚବେହାରରୁ ନିଶିଥ ପରମାଣିକଙ୍କ ଭଳି ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ।

ନିର୍ବାଚନ କମିଶନଙ୍କ ଅନୁଯାୟୀ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୦୨ ଲୋକସଭା ଆସନରେ ମତଦାନ ହେବ। ସେଥିରେ ତାମିଲନାଡୁର ସର୍ବାଧ‌ିକ ୩୯ ଆସନ ରହିଛି। ରାଜସ୍ଥାନର ୧୨, ଉତ୍ତରପ୍ରଦେଶର ୮ଟି, ଉତ୍ତରାଖଣ୍ଡର ୫ଟି, ବିହାରର ୪ଟି, ଆସାମର ୪ଟି, ମଧ୍ୟପ୍ରଦେଶର ୬ଟି, ଅରୁଣାଚଳ ପ୍ରଦେଶର ୨ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୫ଟି ଏବଂ ଛତିଶଗଡ଼, ତ୍ରିପୁରା, ଜମ୍‌ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ବୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ଭୋଟ୍ ଗ୍ରହଣ ହେବ।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୮ ଜଣ କେନ୍ଦ୍ରମନ୍ତ୍ରୀ, ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ (ନାଗପୁର), ଜିତେନ୍ଦ୍ର ସିଂହ(ଉଦ୍ଧମପୁର), ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାୱାନ (ଜମୁଇ), ନକୁଲ ନାଥ (ଛିନ୍ଦୱାଡ଼ା), କେ ଆନ୍ମାମଲାଇ (କୋଏମ୍ବାଟୁର), ପୂର୍ବତନ ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ (ଚେନ୍ନାଇ ଦକ୍ଷିଣ), କାନିମୋଝି (ଥୁଥୁକୁଡି) ଏବଂ ଜିତିନ ପ୍ରସାଦ (ପିଲିଭିତ) ପ୍ରମୁଖ ରହିଛନ୍ତି ।