Lok Sabha Election 2024: ଓୱେସିଙ୍କ ଟେନସନ ବଢାଇଦେଲା କଂଗ୍ରେସ; ଶେଷ ମୁହୂର୍ତ୍ତରେ କରିଦେଲା ଖେଳ
Advertisement
Article Detail0/zeeodisha/odisha2221277

Lok Sabha Election 2024: ଓୱେସିଙ୍କ ଟେନସନ ବଢାଇଦେଲା କଂଗ୍ରେସ; ଶେଷ ମୁହୂର୍ତ୍ତରେ କରିଦେଲା ଖେଳ

Hyderabad Lok Sabha Seat Telangana: ହାଇଦ୍ରବାଦ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ତ୍ରିମୁଖି ଲଢେଇ ଦେଖିବାକୁ ମିଳିପାରେ।

 

 Lok Sabha Election 2024: ଓୱେସିଙ୍କ ଟେନସନ ବଢାଇଦେଲା କଂଗ୍ରେସ; ଶେଷ ମୁହୂର୍ତ୍ତରେ କରିଦେଲା ଖେଳ

Hyderabad Lok Sabha Constituency: ୨୦୨୪ ଲୋକସଭା ନିର୍ବାଚନରେ ​​ଦକ୍ଷିଣ ଭାରତର ସବୁଠାରୁ ଚର୍ଚ୍ଚିତ ଆସନ ମଧ୍ୟରୁ ଅନ୍ୟତମ ହେଉଛି ତାଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ। କାରଣ ହାଇଦ୍ରାବାଦ ଲୋକସଭା ଆସନରୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସି ପ୍ରତିନିଧିତ୍ୱ କରୁଛନ୍ତି। ଏଥର ତାଙ୍କ ବିରୋଧରେ ତେଲେଙ୍ଗାନାରେ କ୍ଷମତାସୀନ ଶାସକ କଂଗ୍ରେସ ଏହାର ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ମହମ୍ମଦ ୱଲିୟୁଲ୍ଲାହ ସମୀରଙ୍କୁ ହାଇଦ୍ରାବାଦ ଆସନରୁ ପ୍ରାର୍ଥୀ କରୁଛି। ସେ ହାଇଦ୍ରାବାଦ କଂଗ୍ରେସ କମିଟି ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଅଛନ୍ତି।

ହାଇଦ୍ରାବାଦ ଆସନ ପାଇଁ କଂଗ୍ରେସ ଏହାର ପ୍ରାର୍ଥୀ ଘୋଷଣା କରିବା ପରେ ନିର୍ବାଚନ ବିଶେଷଜ୍ଞ ଏହି ସଂସଦୀୟ କ୍ଷେତ୍ରରେ ହେବାକୁ ଯାଉଥିବା ଲାଭ ଏବଂ କ୍ଷତି ସମ୍ପର୍କରେ ଆକଳନ କରିବା ଆରମ୍ଭ କରିଛନ୍ତି। ଏହାର ବଡ କାରଣ ହେଉଛି ବିଜେପି ପ୍ରାର୍ଥୀ କୋମ୍ପେଲା ମାଧବୀ ଲତା। ଯିଏ ହାଇଦ୍ରାବାଦ ଆସନରୁ ବିଜେପି ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ହାଇଦ୍ରାବାଦ ଲୋକସଭା ଆସନ ସହ ଜଡ଼ିତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ହେଉଛି ଏକ ମୁସଲମାନ ପ୍ରାଧାନ୍ୟ ସିଟ୍। ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ପରିବାର ଦଖଲରେ ଏହି ଆସନ ରହିଛି।  ନିର୍ବାଚନ ବିଶେଷଜ୍ଞ ବିଶ୍ୱାସ କରୁଥିଲେ ଯେ ଯଦି କଂଗ୍ରେସ ଏଠାରୁ ଜଣେ ମଜବୁତ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ଦିଏ, ତାହେଲେ ଅସାଦୁଦ୍ଦିନ ଓୱେସିଙ୍କ ପାଇଁ ସମସ୍ୟା ବଢିଯିବ। ବର୍ତ୍ତମାନ କଂଗ୍ରେସ ଏହି ଆସନ ପାଇଁ ଏହାର ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି। ଏବେ ଏହା ଦେଖିବାକୁ ବାକି ରହିଲା ଏପରି ପଦକ୍ଷେପ ଦ୍ୱାରା କାହାକୁ ଲାଭ ମିଳିବାକୁ ଯାଉଥିବା ବେଳେ କିଏ କ୍ଷତି ସହିବାକୁ ଯାଉଛି।

ସବୁଠାରୁ ଚ୍ୟାଲେଞ୍ଜିଂ ସିଟ୍ ମଧ୍ୟରୁ ଅନ୍ୟତମ ହେଉଛି ହ୍ରାଇଦ୍ରାବାଦ
ହାଇଦ୍ରାବାଦ ସଂସଦୀୟ କ୍ଷେତ୍ର ଦକ୍ଷିଣ ଭାରତର ଅନ୍ୟତମ ଆହ୍ୱାନପୂର୍ଣ୍ଣ ଲୋକସଭା ଆସନ ମଧ୍ୟରୁ ଅନ୍ୟତମ। ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ନେତା ନେତା ଅସାଦୁଦ୍ଦିନ ଓୱେସି ହାଇଦ୍ରାବାଦ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ତୃଣମୂଳ ସ୍ତରରେ ତାଙ୍କ ଦଳର ମଜବୁତ ସାଙ୍ଗଠନିକ ସ୍ଥିତି ରହିଛି। ଗତ ୨୦୦୪ ଲୋକସଭା ନିର୍ବାଚନରେ ସର୍ବପ୍ରଥମେ ବିଜୟୀ ହୋଇଥିଲେ ଏଆଇଏମ୍ଆଇଏମ୍ ମୁଖ୍ୟ। ଏହା ପରେ ଏହି ଆସନରୁ ୨୦୦୯, ୨୦୧୪, ୨୦୧୯ ଲୋକସଭା ନିର୍ବାଚନରେ ଅସାଦୁଦ୍ଦିନ ଓୱେସି କ୍ରମାଗତ ଭାବେ ୪ ଥର ଏହି ଆସନରୁ ସାଂସଦ ନିର୍ବାଚିତ ହୋଇଛନ୍ତି। 

ଏଥର ଏଆଇଏମ୍ଆଇଏମ୍ ମୁଖ୍ୟ ଆରମ୍ଭରୁ ଏକ ବହୁତ ଶକ୍ତିଶାଳୀ ରଣନୀତି ଆପଣେଇଛନ୍ତି। ସେ ତାଙ୍କ ଭାଇ ଆକବରୁଦ୍ଦୀନ ଓୱେସିଙ୍କୁ ତାଙ୍କ ବିକଳ୍ପ ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ କରାଇଛନ୍ତି। ଗୋଟିଏ ଆସନରୁ ଏଆଇଏମ୍ଆଇଏମ୍ ପକ୍ଷରୁ ୨ ପ୍ରାର୍ଥୀ ଛିଡ଼ା କରାଯିବା ପଛରେ ଏକ କାରଣ ରହିଛି। ତାହା ହେଉଛି ଯଦି କୌଣସି କାରଣରୁ ଅସାଦୁଦ୍ଦିନ ଓୱେସିଙ୍କ ନାମାଙ୍କନ ନାକଚ ହୋଇଯାଏ, ତାହେଲେ ତାଙ୍କ ଦଳ ପକ୍ଷରୁ ଆକବରୁଦ୍ଦୀନ ଓୱେସିଙ୍କ ପ୍ରାର୍ଥୀତ୍ୱ ବୈଧ ରହିବ। ଯାହା ଫଳରେ ଦଳର ଜଣେ ପ୍ରାର୍ଥୀ ନିର୍ବାଚନରେ ​​ରହିବେ। ହାଇଦ୍ରାବାଦ ଲୋକସଭା ଆସନରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୭ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି। ଯେଉଁଥିରେ କେବଳ ଓୱେସିଙ୍କ ପରିବାର ୧୦ ଥର ବିଜୟୀ ହୋଇଛି। କେବଳ ୭ ଥର ଅନ୍ୟ ଦଳର ପ୍ରାର୍ଥୀ ଜିତିବାର ସୁଯୋଗ ପାଇଛନ୍ତି।

୧୯୮୦ ମସିହାରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ଶେଷ ଥର ପାଇଁ ହାଇଦ୍ରାବାଦ ଆସନ ଜିତିଥିଲା। ପରବର୍ତ୍ତୀ ନିର୍ବାଚନରେ ଅସାଦୁଦ୍ଦିନ ଓୱେସି ପିତା ସୁଲତାନ ସଲାହୁଦ୍ଦିନ ଓୱେସି ପ୍ରଥମ ଥର ପାଇଁ କଂଗ୍ରେସ ଦଳର ବିଜୟ ଧାରା ଭାଙ୍ଗିଥିଲେ। ସେବେଠାରୁ କୌଣସି ଦଳ କ୍ରମାଗତ ଭାବେ ଏହି ଆସନରେ ବିଜୟ ହାସଲ କରିନାହିଁ। ସୁଲତାନ ସଲାହୁଦ୍ଦିନ ଓୱେସି ସର୍ବପ୍ରଥମେ ୧୯୮୪ ମସିହାରେ ହାଇଦ୍ରାବାଦ ଆସନରୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୮୯, ୧୯୯୧, ୧୯୯୬, ୧୯୯୮, ୧୯୯୯ ନିର୍ବାଚନରେ ବିଜୟୀ ହୋଇଥିଲେ। 

ଅନ୍ୟପକ୍ଷରେ ବିଜେପି ଏଥର  ମାଧବୀ ଲତାଙ୍କୁ ପ୍ରାର୍ଥୀ କରିଛି। ଯିଏ ଜଣେ ହିନ୍ଦୁତ୍ୱବାଦୀ ନେତା ତଥା ସାମାଜିକ କର୍ମୀ ଭାବେ ଜଣାଶୁଣା। ସେ ଆରମ୍ଭରୁ ଅସାଦୁଦ୍ଦିନ ଓୱେସିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଚାର୍ଗେଟ କରୁଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଏଥର କିଏ ବାଜି ମାରୁଛନ୍ତି।