Trending Photos
Lok Sabha Election: ନୂଆଦିଲ୍ଲୀ: ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚ୍ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭାଗ ନେଇଥିବା ୧୬୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୧୮ ଜଣଙ୍କ ମାନିଫେଷ୍ଟକୁ ତର୍ଜମା କରି ଜାଣିବାକୁ ପାଇଲେ ଯେ ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିବା ୨୫୨ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚର ଏକ ରିପୋର୍ଟ ଅନୁଯାୟୀ, ୧୫ ଜଣ ପ୍ରାର୍ଥୀଙ୍କୁ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ରିପୋର୍ଟ ଅନୁଯାୟୀ, ୧୬୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୧ ଜଣ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି ଏବଂ ୭ଜଣ କହିଛନ୍ତି ଯେ ସେମାନେ ହତ୍ୟା ମାମଲାରେ ଜଡିତ ଅଛନ୍ତି।
୧୯ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା
ରିପୋର୍ଟରେ କୁହାଯାଇଛି କି ୧୯ ଆଶାୟୀ ନିଜ ବିରୋଧରେ ହତ୍ୟା ଉଦ୍ୟମ ସମ୍ପର୍କିତ ମାମଲା ରହିଛି ବୋଲି କହିଛନ୍ତି। ସେହିପରି ୧୬୧୮ ଆଶାୟୀଙ୍କ ମଧ୍ୟରୁ ୧୮ ଆଶାୟୀ ମହିଳାଙ୍କ ବିରୋଧରେ ଜଡ଼ିତ ଅପରାଧିକ ମାମଲାରେ ସାମିଲ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନିଜ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରହିଥିବା ନେଇ ମଧ୍ୟ କହିଛନ୍ତି। ସେହିପରି ଅନ୍ୟ ୩୫ ଜଣ ନିଜ ବିରୋଧରେ ହେଟ ସ୍ପିଚ ମାମଲା ରହିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି।
୩୩୨ ଜଣ ୨ କୋଟିରୁ ଅଧିକ ସମ୍ପତ୍ତି ମାମଲା
ADR ପ୍ରାର୍ଥୀଙ୍କ ସମ୍ପତ୍ତି ମଧ୍ୟ ବିଶ୍ଳେଷଣ କରି ପ୍ରକାଶ କରିଛି ଯେ ୩୩୨ ଜଣ କହିଛନ୍ତି ଯେ ସେମାନଙ୍କ ସମ୍ପତ୍ତି ୨ କୋଟିରୁ ଅଧିକ ଅଟେ। ଏଥିମଧ୍ୟରୁ ୧୯୩ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୫ କୋଟିରୁ ଅଧିକ ସମ୍ପତ୍ତି ରହିଥିବା ନେଇ ପ୍ରକାଶ କରିଛନ୍ତି। ୧୬୧୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୭୭ ଜଣ ଘୋଷଣା କରିଛନ୍ତି ଯେ ସେମାନଙ୍କ ସମ୍ପତ୍ତିର ମୂଲ୍ୟ ୫୦ ଲକ୍ଷରୁ ୨ କୋଟି ମଧ୍ୟରେ ଏବଂ ଅନ୍ୟ ୪୩୬ ଜଣ ସେମାନଙ୍କ ସମ୍ପତ୍ତି ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ଘୋଷଣା କରିଛନ୍ତି। ୫୭୩ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ ଲକ୍ଷରୁ କମ୍ ରହିଛି।
କେଉଁ ଦଳର ନେତା ଅଧିକ ଅପରାଧୀ
ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଜେପିର ୭୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ଆଶାୟୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୫୬ରୁ ୧୯, ତୃଣମୂଳ କଂଗ୍ରେସର ୨ ଆଶାୟୀ ନିଜ ବିରୋଧରେ ଅପରାଧିକ ମାମଲା ରହିଥିବା ନେଇ ସୂଚନା ଦେଇଛନ୍ତି। ସେହିପରି ଆରଜେଡ଼ିର ସମସ୍ତ ଚାରି ଜଣ ଯାକ ଆଶାୟୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ସେହିପରି ସମାଜବାଦୀ ପାର୍ଟିର ସାତରୁ ୩ ଆଶାୟୀ, ବିଏସପିର ୮୬ରୁ ୧୧, ଡିଏମକେର ୨୨ରୁ ୧୩ ଓ ଏଆଇଡିଏମକେର ୩୬ରୁ ୧୩ ଆଶାୟୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ନେଇ ରିପୋର୍ଟରୁ ଜଣାପଡିଛି।