Kerala Governor Arif Mohammad Khan: 'ଐତିହାସିକ ଇରଫାନ୍ ହବିବ ହେଉଛନ୍ତି ଜଣେ ଗୁଣ୍ଡା'
Advertisement

Kerala Governor Arif Mohammad Khan: 'ଐତିହାସିକ ଇରଫାନ୍ ହବିବ ହେଉଛନ୍ତି ଜଣେ ଗୁଣ୍ଡା'

Arif Mohammad Khan targets Irfan Habib: ନିକଟକେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଗତ ୨୦୧୯ ବର୍ଷରେ କନ୍ନୁର ବିଶ୍ୱବିଦ୍ୟାଳୟ ଠାରେ ଘଟିଥିବା ଏକ ଘଟଣାରେ ବାବଦରେ ଉଲ୍ଲେଖ କରି ଅଭିଯୋଗ କରିଛନ୍ତି ଯେ ଐତିହାସିକ ଇରଫାନ୍ ହବିବ ତାଙ୍କ ସହ ଲଢିବା ପାଇଁ ସେଠାରେ ପହଞ୍ଚି ଯାଇଥିଲେ।

Kerala Governor Arif Mohammad Khan: 'ଐତିହାସିକ ଇରଫାନ୍ ହବିବ ହେଉଛନ୍ତି ଜଣେ ଗୁଣ୍ଡା'

Arif Mohammad Khan targets Irfan Habib: ଐତିହାସିକ ଇରଫାନ୍ ହବିବଙ୍କ ବିରୋଧରେ ବର୍ଷିଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ଗତ ୨୦୧୯ ବର୍ଷରେ କନ୍ନୁର ବିଶ୍ୱବିଦ୍ୟାଳୟ ଠାରେ ଘଟିଥିବା ଏକ ଘଟଣାରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଇରଫାନ୍ ହବିବଙ୍କ ଟାର୍ଗେଟ କରି ତାଙ୍କୁ ଜଣେ ଗୁଣ୍ଡା ବୋଲି କହିଛନ୍ତି। ଏନେଇ ଅଭିଯୋଗ ଆଣି ରାଜ୍ୟପାଳ କହିଛନ୍ତି ଯେ ଐତିହାସିକ ତାଙ୍କ ସହ ଝଗଡ଼ା କରି  ତାଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କରିଛନ୍ତି।

ନିକଟକେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ (Kerala Governor Arif Mohammad Khan) ଗତ ୨୦୧୯ ବର୍ଷରେ କନ୍ନୁର ବିଶ୍ୱବିଦ୍ୟାଳୟ ଠାରେ ଘଟିଥିବା ଏକ ଘଟଣାରେ ବାବଦରେ ଉଲ୍ଲେଖ କରି ଅଭିଯୋଗ କରିଛନ୍ତି ଯେ ଐତିହାସିକ ଇରଫାନ୍ ହବିବ (Historian Irfan Habib) ତାଙ୍କ ସହ ଲଢିବା ପାଇଁ ସେଠାରେ ପହଞ୍ଚି ଯାଇଥିଲେ। ଗତ ୨୦୧୯ ଡିସେମ୍ବରରେ କେରଳ କନ୍ନୁର ବିଶ୍ୱବିଦ୍ୟାଳୟରେ ଭାରତୀୟ ଇତିହାସ କଂଗ୍ରେସ ଆୟୋଜିତ ହୋଇଥିଲା। ଯାହାକୁ ଉଜଘାଟନ କରିଥିଲେ ନିଜେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ଏହି କାର୍ଯ୍ୟକ୍ରମରେ ଐତିହାସିକ ଇରଫାନ୍ ହବିବ ଜଣେ ବକ୍ତା ଭାବେ ନିମନ୍ତ୍ରିତ କରାଯାଇଥିଲା।

ଯେତେବେଳେ ମୁଁ ଏହି କାର୍ଯ୍ୟକ୍ରମରେ ମୋର ସମ୍ବୋଧନ ଆରମ୍ଭ କଲି ସେତେବେଳେ ଅଧିକାଂଶ ଲୋକ ନିଜ ଆସନରୁ ଛିଡ଼ା ହୋଇଯାଇ ସଂଶୋଧିତ ନାଗରିକତ୍ୱ ଆଇନ ପ୍ରସଙ୍ଗରେ ମୋର ଆଭିମୁଖ୍ୟକୁ ବିରୋଧ କରିଥିଲେ। ଏହା ସେତେବେଳେ ଏକ ଚର୍ଚ୍ଚିତ ପ୍ରସଙ୍ଗ ରହିଥିଲା। ଐତିହାସିକ ଇରଫାନ୍ ହବିବଙ୍କ ଉଦ୍ଦେଶ୍ୟରେ ପ୍ରତିକ୍ରିୟା ରଖି ରାଜ୍ୟପାଳ କହିଛନ୍ତି ଯେ କ'ଣ ଜଣେ ଐତିହାସିକଙ୍କ କାମ ହୋଇପାରେ ଝଗଡ଼ା କରିବା। ଇରଫାନ୍ ହବିବ୍ ହେଉଛନ୍ତି ଜଣେ ଏକ ଗୁଣ୍ଡା। ଏହି କାର୍ଯ୍ୟକ୍ରମରେ ଯେତେବେଳେ ମୁଁ  ତାଙ୍କୁ ଉତ୍ତର ଦେବାକୁ ଚେଷ୍ଟା କଲି ସେତେବେଳେ ସେ ମୋ ସ୍ୱରକୁ ଦବାଇବାକୁ ଚେଷ୍ଟା କରିଥିଲେ।

Also Read: ସଭାମଞ୍ଚରେ ମୌଲାନାଙ୍କୁ ଏପରି ଜବାବ ଦେଲେ କେରଳ ରାଜ୍ୟପାଳ

କିଛି ଦିନ ପୂର୍ବରୁ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏହି ପ୍ରସଙ୍ଗରେ କନ୍ନୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋପୀନାଥ ରବୀନ୍ଦ୍ରନଙ୍କୁ ଟାର୍ଗେଟ  କରିବା ସହ ତାଙ୍କୁ ଜଣେ ଅପରାଧୀ ବୋଲି କହିଥିଲେ। ରାଜ୍ୟପାଳ ଅଭିଯୋଗ କରିଛନ୍ତି ଯେ କୁଳପତି, ଐତିହାସିକ ଇରଫାନ ହବିବ ଏବଂ ଅନ୍ୟମାନଙ୍କୁ ତାଙ୍କ ଦ୍ୱାରା ଦିଆଯାଇଥିବା ସମାଲୋଚନାମୂଳକ ଭାଷଣ ଉପରେ ଜବାବ ଦେବା ପାଇଁ ଦୀର୍ଘ ସମୟ ଦିଆଯାଇଥିଲା। ହେଲେ ଯେତେବେଳେ ସେ ତାଙ୍କ ଦ୍ୱାରା ଦିଆଯାଇଥିବା ଭାଷଣ ଉପରେ ଆସିଥିବା ପ୍ରଶ୍ନର ଉତ୍ତର ଦେବାକୁ ଠିଆ ହୋଇଥିଲେ  ସେତେବେଳେ ସେତେବେଳେ ମୋ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରଯାଇଥିଲା।

Also Read: Hijab Controversy: କେରଳ ରାଜ୍ୟପାଳ Arif Mohammad Khan ଙ୍କ ଟାର୍ଗେଟରେ Asaduddin Owaisi

ରାଜ୍ୟର କନ୍ନୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋପୀନାଥ ରବୀନ୍ଦ୍ରନଙ୍କୁ ଟାର୍ଗେଟ କରିବା ସହ ତାଙ୍କୁ ଜଣେ ଅପରାଧୀ ବୋଲି କହିବ ମନ୍ତବ୍ୟ ଉପରେ କେରଳ ରାଜ୍ୟପାଳ କହିଛନ୍ତି ଯେ କିପରି ମୋର ଏଡିସି ସହ ଧସ୍ତାଧସ୍ତି ହୋଇଥିଲା ତାହା ଆପଣ ସମସ୍ତେ ଦେଖିଥିବେ। ସେମାନଙ୍କ ପୋଷାକ ଫାଡ଼ି ଦିଆଯାଇଥିଲା। ଇରଫାନ ହବିବ ସିଧାସଳଖ ମୋ ପାଖକୁ ଚାଲି ଆସିଥିଲେ। ରାଜ୍ୟପାଳଙ୍କ ଅଭିଯୋଗ ଉପରେ  ଇରଫାନ ହବିବଙ୍କ ପକ୍ଷରୁ କୌଣସି ଜବାବ ରଖାଯାନାହିଁ। ଗତ ଅଗଷ୍ଟ ୨୧ ତାରିଖରେ ରାଜ୍ୟପାଳ କୁଳପତି ପ୍ରଫେସର ଗୋପୀନାଥ ରବୀନ୍ଦ୍ରନଙ୍କୁ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କୁ ଉପରେ ଆକ୍ରମଣ କରିବା ହୋଇଥିବା କଥିତ ଷଡଯନ୍ତ୍ର ସାମିଲ ହୋଇଥିଲେ ବୋଲି ଅଭିଯୋଗ କରିଥିଲେ।

Also Read: ରାଜଭବନକୁ ନିୟନ୍ତ୍ରଣ କରିବାର ଅଧିକାର ରାଜ୍ୟ ସରକାରଙ୍କ ପାଖରେ ନାହିଁ: ରାଜ୍ୟପାଳ

ମୋ ଉପରେ ଶାରୀରିକ ଭାବେ ଆକ୍ରମଣ କରିବା ପାଇଁ  ହୋଇଥିବା କଥିତ ଷଡଯନ୍ତ୍ର ସାମିଲ ହୋଇଥିଲେ  କନ୍ନୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋପୀନାଥ ରବୀନ୍ଦ୍ରନ। ରାଜନୈତିକ କାରଣରୁ ସେ କୁଳପତି ପଦରେ ଅଛନ୍ତି। କୁଳପତି ମୋତେ ସେଠାରେ ନିମନ୍ତ୍ରଣ କରିଥିଲେ। ଯେତେବେଳେ ମୋତେ ଆକ୍ରମଣ କରାଯାଇଥିଲା ସେତେବେଳେ ତାଙ୍କର ଦାୟିତ୍ୱ କ'ଣ ଥିଲା? ସେ ପୋଲିସ ପ୍ରଶାସନ ଏହି ଘଟଣା ବାବଦରେ କାହିଁକି ଜଣାଇଲେ ନାହିଁ? ଗତ  ସୋମବାର ୫୦ ଜଣରୁ ଅଧିକ ପ୍ରତିଷ୍ଠିତ ଶିକ୍ଷାବିତ୍ କୁଳପତି ରବୀନ୍ଦ୍ରନଙ୍କ ବିରୋଧରେ ରାଜ୍ୟପାଳଙ୍କ ଅପରାଧୀ ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି ଯେ କୌଣସି ପ୍ରତିଷ୍ଠିତ ଶିକ୍ଷାବିତଙ୍କ ଉପରେ ଏପରି ନିର୍ଯ୍ୟାତନା ବନ୍ଦ ହେବା ଦରକାର।