Religious Conversion: ଏଣିକି ଧର୍ମ ପରିବର୍ତ୍ତନ କରିବା ପଡିବ ମହଙ୍ଗା, ଏହି ରାଜ୍ୟର ପାରିତ ହେଲା କଠୋର ଆଇନ
Advertisement

Religious Conversion: ଏଣିକି ଧର୍ମ ପରିବର୍ତ୍ତନ କରିବା ପଡିବ ମହଙ୍ଗା, ଏହି ରାଜ୍ୟର ପାରିତ ହେଲା କଠୋର ଆଇନ

Karnataka Protection of Right to Freedom of Religion Bill: କୌଣସି ବ୍ୟକ୍ତି ନିଜ ଇଚ୍ଛା ଅନୁଯାୟୀ କୌଣସି ଧର୍ମକୁ ଅନୁସରଣ କରିପାରନ୍ତି। ହେଲେ କାହାର କୌଣସି ଚାପ କିମ୍ବା ପ୍ରଲୋଭନରେ ନୁହେଁ।

Religious Conversion: ଏଣିକି ଧର୍ମ ପରିବର୍ତ୍ତନ କରିବା ପଡିବ ମହଙ୍ଗା, ଏହି ରାଜ୍ୟର ପାରିତ ହେଲା କଠୋର ଆଇନ

Anti Religious Conversion Law: ଏଣିକି ଲୋଭ କିମ୍ବା ଭୟଭୀତ କରି କରାଯାଇ ପାରିବ ନାହିଁ ଲୋକଙ୍କ ଧର୍ମ ପରିବର୍ତ୍ତନ। ଦେଶର ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକ ଏହି ଦିଗରେ ଏକ ଦୃଢ ପଦକ୍ଷେପ ନେଇଛି। ବିରୋଧୀ କଂଗ୍ରେସ ଏବଂ ଜେଡିଏମସ ପକ୍ଷରୁ ଏହାକୁ ବିରୋଧ କରିବା ମଧ୍ୟରେ ଗୁରୁବାର ରାଜ୍ୟ ବିଧାନ ପରିଷଦରେ ଗୁରୁବାର Anti Conversion Bill ପାରିତ କରିଛନ୍ତି କର୍ଣ୍ଣାଟକ ସରକାର। ଗତ ବର୍ଷ ଡିସେମ୍ବରରେ ବିଧାନସଭା ପାରିତ ହୋଇଥିଲା Karnataka Protection of Right to Freedom of Religion Bill।  ହେଲେ ସେତେବେଳେ ବିଧାନ ପରିଷଦରେ ସଂଖ୍ୟାଗରିଷ୍ଠତା ନ ଥିବାରୁ ଏହି ବିଲ୍ ପାରିତ କରାଇ ପାରିନଥିଲେ କର୍ଣ୍ଣାଟକରେ କ୍ଷମତାସୀନ ବିଜେପି। ଏହା ପରେ ସରକାର ଏହି ବିଲ୍ କାର୍ଯ୍ୟକାରୀ କରିବାକୁ ଚଳିତ ବର୍ଷ ମେ ମାସରେ ଏକ ଅଧ୍ୟାଦେଶ ଆଣିଥିଲେ।

ଏହି ବିଲ୍ ପୁନର୍ବାର ପାରିତ କରାଇବା ଲାଗି କର୍ଣ୍ଣାଟକ ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର (Karnataka Home Minister Araga Jnanendra) ଗୁରୁବାର ରାଜ୍ୟ ବିଧାନ ପରିଷଦରେ (Karnataka Legislative Council) ଏହାକୁ ଉପସ୍ଥାପନ କରିଛନ୍ତି। ଏନେଇ ଗୃହମନ୍ତ୍ରୀ କହିଛନ୍ତି ଯେ ନିକଟ ଅତୀତରେ ବହୁ ସଂଖ୍ୟରେ ଧର୍ମାନ୍ତରଣ (Religious Conversion) ଚାଲିଛି। ପ୍ରଲୋଭନ ଦେଇ ସାମୂହିକ ଏବଂ ଜବରଦସ୍ତ ଧର୍ମ ପରିବର୍ତ୍ତନ (Mass and Forceful Religious Conversion) କରାଯାଉଛି। ଯାହା ଦ୍ୱାରା ଶାନ୍ତି ବ୍ୟାହତ ହେଉଛି। ଏହା ବିଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରୁଛି। ଏହି ବିଲ୍ କାହାର ଧାର୍ମିକ ସ୍ୱାଧୀନତାକୁ (Religious Freedom) ଛଡ଼ାଇ ନେଉ ନାହିଁ। କୌଣସି ବ୍ୟକ୍ତି ନିଜ ଇଚ୍ଛା ଅନୁଯାୟୀ କୌଣସି ଧର୍ମକୁ ଅନୁସରଣ କରିପାରନ୍ତି। ହେଲେ କାହାର କୌଣସି ଚାପ କିମ୍ବା ପ୍ରଲୋଭନରେ ନୁହେଁ। 

ଅନ୍ୟପଟେ କର୍ଣ୍ଣାଟକ ବିଧାନ ପରିଷଦରେ କଂଗ୍ରେସ ସଦସ୍ୟ ତଥା ବିରୋଧୀ ଦଳର ନେତା ବି.କେ ହରିପ୍ରସାଦ (Congress MLC BK Hariprasad) ଏହାକୁ ବିରୋଧ କରି ଏହି ବିଲ ର କପି ଫାଡ଼ି ଦେଇଛନ୍ତି। ଏହି ବିଲ ଅସାମ୍ବିଧାନିକ ବୋଲି କହିଛନ୍ତି ସେ। ଏହା ଧର୍ମର ଅଧିକାର ଉପରେ ପ୍ରଭାବ ପକାଇବ। ଅନ୍ୟପକ୍ଷରେ କର୍ଣ୍ଣାଟକ ଆଇନ ମନ୍ତ୍ରୀ ଜେସି ମଧୁସ୍ୱାମୀ (Karnataka Law Minister JC Madhuswamy) କହିଛନ୍ତି ଯେ ଏହି ବିଲ୍ ଭାରତୀୟ ସମ୍ବିଧାନର (Indian Constitution) ଅଧୀନରେ ରହିଛି।

Also Read: ରାଜ୍ୟରେ Ban ହେବ କି ହଲାଲ ମାଂସ? ଜବାବ ରଖିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ (Karnataka CM Basavaraj Bommai) କହିଛନ୍ତି ଯେ ସରକାର ଧର୍ମ ପରିବର୍ତ୍ତନକୁ ବିରୋଧ କରୁନାହାଁନ୍ତି। ହେଲେ ରାଜ୍ୟରେ ଜବରଦସ୍ତ ଧର୍ମାନ୍ତରଣକୁ ରୋକିବାକୁ ଚେଷ୍ଟା କରୁଛନ୍ତି ସରକାର. ସେହି ପରିବର୍ତ୍ତନକୁ ବନ୍ଦ କରିବାକୁ ଚେଷ୍ଟା କରୁଛୁ ଯାହାକି କେତେକ ସମ୍ପ୍ରଦାୟର ଲୋକଙ୍କ ଦୁର୍ବଳତାର ସୁଯୋଗ ନେଇ କରାଯାଇଥାଏ। ଏହି ବିଲ କୁ ରାଜ୍ୟର କେତେକ ଖ୍ରୀଷ୍ଟିଆନ ସଙ୍ଗଠନ ପ୍ରମୁଖ ଦୃଢ ବିରୋଧ କରିଛନ୍ତି। ଏହାକୁ ଧାର୍ମିକ ସ୍ୱାଧୀନତା ପ୍ରତି ବିପଦ ବୋଲି କହି ସେ ଏହାକୁ ପାରିତ ନ କରିବାକୁ ଦାବି କରିଛନ୍ତି।