Bihar Politics: କଟାକ୍ଷ ପରେ ଜବାବ ଦେଲା ଜେଡିୟୁ, କହିଲା ବିଧବା ବିଳାପ କରୁଛି ବିଜେପି
Advertisement
Article Detail0/zeeodisha/odisha1312860

Bihar Politics: କଟାକ୍ଷ ପରେ ଜବାବ ଦେଲା ଜେଡିୟୁ, କହିଲା ବିଧବା ବିଳାପ କରୁଛି ବିଜେପି

JDU vs BJP: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବିଜେପି ନେତା କୈଳାଶ ବିଜୟଭାର୍ଗୀୟ କରିଥିବା କଟାକ୍ଷ ଉପରେ ଜବାବ ଦେଇ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି ଯେ ବର୍ତ୍ତମାନ କ୍ଷମତା ହରାଇବେ ପରେ ବିଜେପି ବିଧବା ବିଳାପ କରୁଛି।

Bihar Politics: କଟାକ୍ଷ ପରେ ଜବାବ ଦେଲା ଜେଡିୟୁ, କହିଲା ବିଧବା ବିଳାପ କରୁଛି ବିଜେପି

JDU President Lalan Singh: ଏନଡିଏ ମେଣ୍ଟରୁ ବାହାରି ଯିବା ପରେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ କଟାକ୍ଷ କରିବାରେ ଲାଗିଛନ୍ତି ବିଜେପି-ଜେଡିୟୁ ନେତା। କିଛି ଦିନ ପୂର୍ବେ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭାର୍ଗୀୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରି ସେ କହିଥିଲେ ଯେ ତାଙ୍କ ଅବସ୍ଥା ସେହି ପ୍ରେମିକାଙ୍କ ଭଳି ହୋଇଯାଇଛି ଯିଏ ତାଙ୍କ ପ୍ରେମିକ ବଦଳାଇ ଚାଲିଛି। ବିଜେପି ନେତାଙ୍କ କଟାକ୍ଷ ଉପରେ ଜବାବ ଦେଇ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି ଯେ ବର୍ତ୍ତମାନ କ୍ଷମତା ହରାଇବେ ପରେ ବିଜେପି ବିଧବା ବିଳାପ କରୁଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମୟରେ ସବୁବେଳେ ଆଇନର ଶାସନ ଜାରି ରହିବ। 

ବିହାର ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କୁ (Bihar Law Minister Kartikeya Singh) ବିରୋଧରେ ଅପରାଧିକ ମାମଲା ଦାଏର ହେବା ସତ୍ତ୍ୱେ କାହିଁକି ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରାଯାଇ ନାହିଁ ବୋଲି ବିଜେପି (BJP) ଉଠାଇଥିବା ପ୍ରଶ୍ନ ଉପରେ ଜବାବ ରଖି ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ (JDU President Lalan Singh) କହିଛନ୍ତି ଯେ ଏହି ମାମଲାରେ ବିହାର ପୋଲିସ (Bihar Police) ସ୍ପଷ୍ଟ କରିଛି ଯେ ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଜେଡିୟୁ ଅଧ୍ୟକ୍ଷ ପାଲଟା ପ୍ରଶ୍ନ ପଚାରି କହିଛନ୍ତି ଯେ ଉତ୍ତର ପ୍ରଦେଶ ମନ୍ତ୍ରୀ ରାକେଶ ସଚ୍ଚନ (Uttar Pradesh Minister Rakesh Sachan) ଅସ୍ତ୍ରଶସ୍ତ୍ର ମାମଲାରେ (Arms Act) ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ୱେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର (Uttar Pradesh BJP Govt) ତାଙ୍କୁ ମନ୍ତ୍ରୀମଣ୍ଡଳରୁ କାହିଁକି ବରଖାସ୍ତ କରିନାହିଁ। 

Also Read: JDU President Lalan Singh: ୨୦୨୪ ଲୋକସଭା ନିର୍ବାଚନରେ ୪୦ ଆସନ ହରାଇବ ବିଜେପି

ବିହାରରେ ଜଙ୍ଗଲ ରାଜ' ଫେରି ଆସିଥିବା (Jungleraj in Bihar) ନେଇ ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ ଜବାବ ରଖି ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି ଯେ ବିଜେପି କେବଳ ବିଧବା ବିଳାପ କରୁଛୁ। ଯଦି ରାଜ୍ୟରେ କୌଣସି ଘଟଣା ଘଟଣା ଘଟୁଛି ତାହେଲେ ରାଜ୍ୟର ସାମଗ୍ରିକ ଆଇନ ଏବଂ ଶୃଙ୍ଖଳା ପରିସ୍ଥିତିକୁ (Law and Order Situation) ପ୍ରତିଫଳିତ କରେ ନାହିଁ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ (Bihar CM Nitish Kumar) ସରକାର ସମୟରେ ଆଇନର ଶାସନ ରହିଛି। କ୍ଷମତା ହରାଇବା ପରେ ବିଜେପି କରୁଥିବା ବିଧବା ବିଳାପ ଶୁଣିବାକୁ କେହି ନାହାଁନ୍ତି।

ପୂର୍ବତନ ଜେଡିୟୁ ଅଧ୍ୟକ୍ଷ (Former JDU President) ଆରସିପି ସିଂହ (RCP) ବିଜେପି ହାତ ଧରୁଥିବା ନେଇ ବିହାର ରାଜନୀତିରେ ହେଉଥିବା ଚର୍ଚ୍ଚା ଉପରେ ଜବାବ ରଖି ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି ଯେ ଏଥିରେ କୌଣସି ନୂଆ କଥା ନାହିଁ। କାରଣ ଜେଡିୟୁ (JDU) ସର୍ବଦା ଜାଣିଥିଲା ​​ଯେ ସେ ଦଳକୁ କ୍ଷତି ପହଞ୍ଚାଇବା ପାଇଁ ବିଜେପି ଏଜେଣ୍ଟ (BJP Agent) ଭାବେ କାର୍ଯ୍ୟ କରୁଛନ୍ତି। 

Also Read: Bihar Politics: ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଦଳୀୟ ନେତାଙ୍କୁ ଜେଡିୟୁ ଅଧ୍ୟକ୍ଷଙ୍କ ଟାର୍ଗେଟ

ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭାର୍ଗୀୟ (BJP National General Secretary Kailash Vijayabhargiya) ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରି ସେ କହିଥିଲେ ଯେ ତାଙ୍କ ଅବସ୍ଥା ସେହି ପ୍ରେମିକାଙ୍କ ଭଳି ହୋଇଯାଇଛି ଯିଏ ତାଙ୍କ ପ୍ରେମିକ ବଦଳାଇ ଚାଲିଛି। ବିଜେପି ନେତାଙ୍କ କଟାକ୍ଷ ଉପରେ ଜବାବ ଦେଇ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ କହିଛନ୍ତି ଯେ ବର୍ତ୍ତମାନ କ୍ଷମତା ହରାଇବେ ପରେ ବିଜେପି ବିଧବା ବିଳାପ କରୁଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମୟରେ ସବୁବେଳେ ଆଇନର ଶାସନ ଜାରି ରହିବ।