Karnataka Politics: କଂଗ୍ରେସ ନେତା କେ.ଆର ରମେଶଙ୍କୁ ଅପଶବ୍ଦ କହି ବିବାଦରେ ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ
Advertisement

Karnataka Politics: କଂଗ୍ରେସ ନେତା କେ.ଆର ରମେଶଙ୍କୁ ଅପଶବ୍ଦ କହି ବିବାଦରେ ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ

HD Kumaraswamy use abusing Word: ଏଚଡି କୁମାରସ୍ୱାମୀଙ୍କ ଦ୍ୱାରା କୁହାଯାଇଥିବା ଅପଶବ୍ଦ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଏପରିକି କୁମାରସ୍ୱାମୀ ନିଜେ କରିଥିବା ଭୁଲ ସ୍ୱୀକାର କରିଥିଲେ। ଏକ ଟ୍ୱିଟ୍ କରି ନିଜେ କରିଥିବା ଭୁଲ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଜେଡିଏସ ନେତା। 

Karnataka Politics: କଂଗ୍ରେସ ନେତା କେ.ଆର ରମେଶଙ୍କୁ ଅପଶବ୍ଦ କହି ବିବାଦରେ ଜେଡିଏସ ନେତା ଏଚ.ଡି କୁମାରସ୍ୱାମୀ

HD Kumaraswamy on KR Ramesh: କଂଗ୍ରେସ ନେତା କେ.ଆର ରମେଶଙ୍କୁ ଅପଶବ୍ଦ କହି ବିବାଦୀୟ ହୋଇପଡ଼ିଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚଡ଼ି କୁମାରସ୍ୱାମୀ। ସେ ଏହି କଥା ସେତେବେଳେ କହିଛନ୍ତି, ଯେତେବେଳେ ସେ ରାଜ୍ୟ କୋଲାର ଶ୍ରୀନିବାସପୁର ବିଧାନସଭା ଆସନ ଗସ୍ତରେ ଯାଇଥିଲେ। ଗସ୍ତ ସମୟରେ ନିଜ ଉପରେ ନିୟନ୍ତ୍ରଣ ରଖି ପାରିନଥିଲେ ଏବଂ କ୍ରୋଧରେ କଂଗ୍ରେସ ନେତାଙ୍କ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରିଥିଲେ ଜେଡିଏସ୍ ନେତା। 

ଜେଡିଏସ୍ ନେତା ଏଚଡି କୁମାରସ୍ୱାମୀ, କୋଲାର ଶ୍ରୀନିବାସପୁର ବିଧାୟକ ତଥା ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି କେ.ଆର ରମେଶଙ୍କୁ ଅପଶବ୍ଦ କହି ବିବାଦୀୟ ହୋଇପଡ଼ିଛନ୍ତି। କୋଲାର ଶ୍ରୀନିବାସପୁର ଗସ୍ତ କରିବା ସମୟରେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ସ୍ଥାନୀୟ ଅଞ୍ଚଳର ଏକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେ ବିଦ୍ୟାଳୟର ଅବସ୍ଥା ଦେଖିବା ପରେ ଫେରୁଥିଲେ। ଗାଡ଼ିରେ ବସିବା ବେଳେ ଜେଡିଏସ ନେତା କହିଛନ୍ତି, "ରମେଶ କୁମାର କେବଳ ଅଦରକାରୀ ଭାଷଣ ଦେବା ଜାରି ରଖିଛନ୍ତି। ତାଙ୍କର ପିଲା ଅଛନ୍ତି। ତାଙ୍କ ବିଦ୍ୟାଳୟର ଅବସ୍ଥା କେମିତି ଅଛି? ପିଲାମାନେ ମଧ୍ୟ ଏଠାରେ ଅଧ୍ୟୟନ କରୁଛନ୍ତି। "

ଏଚଡି କୁମାରସ୍ୱାମୀଙ୍କ ଦ୍ୱାରା କୁହାଯାଇଥିବା ଅପଶବ୍ଦ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଏପରିକି କୁମାରସ୍ୱାମୀ ନିଜେ କରିଥିବା ଭୁଲକୁ ସ୍ୱୀକାର କରିଥିଲେ। ଏକ ଟ୍ୱିଟ୍ କରି ନିଜେ କରିଥିବା ଭୁଲ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଜେଡିଏସ ନେତା। ଏନେଇ ସେ କହିଛନ୍ତି ଯେ କାହାର ଭାବନାକୁ ଆଘାତ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ।

Also Read: HD Kumaraswamy: ଆଗାମୀ ନିର୍ବାଚନକୁ ନେଇ ବଡ଼ ଘୋଷଣା କଲେ ଜେଡିଏସ ନେତା

ଏଚଡି କୁମାରସ୍ୱାମୀ କନ୍ନଡ ଭାଷାରେ ଟ୍ୱିଟ କରି ଲେଖିଛନ୍ତି, "ପୂର୍ବତନ ବାଚସ୍ପତି ବକ୍ତା ରମେଶ କୁମାରଙ୍କ ବିଷୟରେ ମୁଁ କହିଥିବା ଶବ୍ଦ ମୋତେ ଆଘାତ ଦେଉଛି। ଏହି ପ୍ରକାର ଶବ୍ଦ ମୋ ଅନୁରୂପ ନୁହେଁ। ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି। ଯଦି ମୋର ଶବ୍ଦ ରମେଶ କୁମାର କିମ୍ବା ଅନ୍ୟ କାହାକୁ ଆଘାତ ଦେଇଛି, ତାହେଲେ ମୁଁ ଏହାକୁ ଫେରାଇ ନେଉଛି। ହେଲେ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ନେତା ତଥା ପୂର୍ବତନ ବାଚସ୍ପତି କେ.ଆର ରମେଶଙ୍କ କୌଣସି ପ୍ରତିକ୍ରିୟା ଆସିନାହିଁ। 

ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ଜେଡିଏସ୍ ନେତା ଏଚଡ଼ି କୁମାରସ୍ୱାମୀ ପ୍ରଥମ ଥର ଲାଗି କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ପୂର୍ବରୁ ରାଜନୈତିକ ଘୋଡ଼ା ବେପାର ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରି ସାରିଛନ୍ତି କୁମାର ସ୍ୱାମୀ।  ଏହି ପ୍ରସଙ୍ଗରେ କଂଗ୍ରେସକୁ କଟାକ୍ଷ କରି  ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଥିଲେ ଭାରତୀୟ ରାଜନୀତିରେ ଘୋଡା ବେପାରର ଅନ୍ୟତମ ନାଁ ହେଉଛି କଂଗ୍ରେସ। ରାଜନୈତିକ ଦଳ ମଧ୍ୟରେ ବିଭାଜନ ସୃଷ୍ଟି କରିବା ଏବଂ ବିଧାୟକ କିଣିବାରେ କଂଗ୍ରେସ ଅଭିଜ୍ଞ।  ଭାରତୀୟ ରାଜନୀତିରେ ଘୋଡା ବେପାର ଶବ୍ଦ କେବଳ କଂଗ୍ରେସ କାରଣରୁ ହୋଇଛି।

"ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରକୁ ହଟାଇବା ପାଇଁ ବିଧାୟକ କିଣୁଥିବା ବିଜେପି ବିରୋଧରେ କଂଗ୍ରେସ ଏକ ଦେଶବ୍ୟାପୀ ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିଥିଲା। କଂଗ୍ରେସ ଏହା ସହ କ’ଣ କରିଛି? ରାଜସ୍ଥାନରେ ସରକାର ଗଠନ ପାଇଁ କଂଗ୍ରେସକୁ ସମର୍ଥନ କରୁଥିବା ସମସ୍ତ ବିଏସପି ବିଧାୟକଙ୍କୁ ସେମାନେ ପ୍ରଲୋଭିତ କରି ନାହାଁନ୍ତି କି? ଏହା ଏକ କ୍ରୟ ନୁହେଁ କି? " 

Also Read: ରାଜନୈତିକ ଘୋଡା ବେପାରର ଅନ୍ୟ ନାଁ ହେଉଛି କଂଗ୍ରେସ: କୁମାରସ୍ୱାମୀ

"ଯଦି ଆପଣ ପ୍ରତାରଣା ମାଧ୍ୟମରେ ଆପଣକୁ ସମର୍ଥନ କରୁଥିବା ବିଧାୟକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବ, ତାହେଲେ ଆପଣଙ୍କୁ କିଏ ସମର୍ଥନ ଦେବ? ଏହି ଭୁଲ ତୁମକୁ ଦୃଶ୍ୟମାନ ହେଉନାହିଁ କି?" ଗତ ୨୦୨୦ ମଧ୍ୟ ଭାଗରେ ରାଜସ୍ଥାନରେ  ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି ଏହା କହିଥିଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।