Ghulam Nabi Azad: 'ଗୋଲାମ' ନୁହେଁ ଗୁଲାମଙ୍କ ପାର୍ଟି, ଜାଣନ୍ତୁ ନୂଆ ନାଁ ଓ ପତାକା ରଙ୍ଗର ମହତ୍ୱ
Advertisement

Ghulam Nabi Azad: 'ଗୋଲାମ' ନୁହେଁ ଗୁଲାମଙ୍କ ପାର୍ଟି, ଜାଣନ୍ତୁ ନୂଆ ନାଁ ଓ ପତାକା ରଙ୍ଗର ମହତ୍ୱ

Ghulam Nabi Azad New Party: ଦଳ ଛାଡ଼ିବାର ଏକମାସପରେ ନୂଆଦଳ ଘୋଷଣା କଲେ ଗୁଲାମ ନବୀ ଆଜାଦ ।  'ଡେମୋକ୍ରାଟିକ୍ ଆଜାଦ ପାର୍ଟି' ନାମରେ ଘୋଷଣା କଲେ ଦଳ । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଗାମୀ ରାଜନୈତିକ ଯାତ୍ରା ଓ ଭିଜନ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଗୁଲାମ ନବୀ ।

Ghulam Nabi Azad: 'ଗୋଲାମ' ନୁହେଁ ଗୁଲାମଙ୍କ ପାର୍ଟି, ଜାଣନ୍ତୁ ନୂଆ ନାଁ ଓ ପତାକା ରଙ୍ଗର ମହତ୍ୱ

Ghulam Nabi Azad New Party, ଶ୍ରୀନଗର: ନୂଆ ରାଜନୈତିକ ଦଳ ଘୋଷଣା କଲେ ଗୁଲାମ ନବୀ ଆଜାଦ (Ghulam Nabi Azad) । କଂଗ୍ରେସ ଦଳ ଛାଡିବାର ଏକ ମାସ ପରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ତାଙ୍କ ଦଳର ନାମ 'ଡେମୋକ୍ରାଟିକ୍ ଆଜାଦ ପାର୍ଟି' (Democratic Azad Party) ବୋଲି ଘୋଷଣା କରିଛନ୍ତି ।  ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ନିଜର ରାଜନୈତିକ ଦଳ ଘୋଷଣା କରିଛନ୍ତି । କଂଗ୍ରେସ ଛାଡିବାର ପ୍ରାୟ ଏକମାସ ପରେ ଆଜି ସେ ନିଜ ଆଗାମୀ ରାଜନୈତିକ ଯାତ୍ରା ଓ ଭିଜନ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ତାଙ୍କ ଦଳକୁ ଉର୍ଦ୍ଦୁ ଏବଂ ସଂସ୍କୃତରେ ପ୍ରାୟ ୧,୫୦୦ ପରାମର୍ଶ ମିଳିଛି । ଆଜାଦ କହିଛନ୍ତି, "ମୋର ନୂତନ ପାର୍ଟିର ନାମକରଣ କରିବାପାଇଁ ଆମକୁ ଉର୍ଦ୍ଦୁ ଏବଂ ସଂସ୍କୃତରେ ଏହା ପଠାଯାଇଥିଲା । ହିନ୍ଦୀ ଏବଂ ଉର୍ଦ୍ଦୁର ମିଶ୍ରଣ ହେଉଛି ହିନ୍ଦୁସ୍ତାନୀ । ଆମେ ଚାହୁଁ ଏହି ନାମ ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ସ୍ୱାଧୀନ ହେଉ।" ପାର୍ଟି ପତାକା ଉନ୍ମୋଚନ କରି ଆଜାଦ କହିଛନ୍ତି ଯେ ସୋରିଷ ରଙ୍ଗ ବିବିଧତା ମଧ୍ୟରେ ସୃଜନଶୀଳତା ଏବଂ ଏକତାକୁ ସୁଚାଇଥାଏ (mustardcolour indicates creativity and unity in diversity), ଧଳା ଶାନ୍ତି ( white indicates peace) ଏବଂ ନୀଳ ସୂଚାଇଥାଏ ସ୍ୱାଧୀନତା, ଖୋଲା ସ୍ଥାନ, କଳ୍ପନା ଏବଂ ସମୁଦ୍ରର ଗଭୀରତାଠାରୁ ଆକାଶର ଉଚ୍ଚତା ପର୍ଯ୍ୟନ୍ତ ଏହାର ସୀମା (white indicates peace and blue indicates freedom, open space) ।

Also Read: ପଞ୍ଜାବ ପରେ ରାଜସ୍ଥାନ ମଧ୍ୟ ଯିବ ହାତରୁ, ହାଇକମାଣ୍ଡଙ୍କୁ ଗେହଲୋଟଙ୍କ ମନ୍ତ୍ରୀ ଦେଲେ ଚେତାବନୀ!

କଂଗ୍ରେସ ଦଳ ଛାଡିବା ପରେ ତାଙ୍କର ପ୍ରଥମ ସାଧାରଣ ସଭାରେ ଆଜାଦ ଘୋଷଣା କରିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ପୂର୍ଣ୍ଣ ରାଜ୍ୟର ପୁନରୁଦ୍ଧାର ଉପରେ ତାଙ୍କ ଦଳ ଧ୍ୟାନ ଦେବ। "ମୁଁ ମୋ ପାର୍ଟିର ନାମ ଉପରେ ନିଷ୍ପତ୍ତି ନେଇ ନାହିଁ । ଜମ୍ମୁ-କଶ୍ମୀରର ଲୋକମାନେ ପାର୍ଟିର ନାମ ଏବଂ ପତାକା ସ୍ଥିର କରିଛନ୍ତି । ମୁଁ ମୋ ପାର୍ଟିକୁ ଏକ ହିନ୍ଦୁସ୍ତାନୀ ନାମ (Hindustani name) ଦେବାପାଇଁ ଚାହୁଁଥିଲି, ଯାହା ସମସ୍ତେ ବୁଝିପାରିବେ । ମୋ ପାର୍ଟି ପୂର୍ଣ୍ଣ ରାଜ୍ୟର ସ୍ୱତନ୍ତ୍ରତା, ଜମି ଅଧିକାର ଏବଂ ମୂଳ-ନିବାସୀଙ୍କ ନିଯୁକ୍ତି ଉପରେ ଧ୍ୟାନ ଦେବ ବୋଲି ସେ କହିଛନ୍ତି ।

 

ଗୁଲାମ ନବୀ କହିଛନ୍ତି ଯେ,ରାହୁଲ ଗାନ୍ଧୀ କୌଣସି କଥାକୁ 'ଗୁରୁତ୍ୱର ସହ' ନେଇନଥାନ୍ତି । କଂଗ୍ରେସ ବିଷୟରେ ଆଲୋଚନା କରି ସେ  କହିଛନ୍ତି, ପ୍ରାୟ ୫୦ ବର୍ଷ ଧରି ସେ ଯେଉଁ ସଂଗଠନ ସହ ଜଡିତ ଥିଲେ, ସେହି ପାର୍ଟି କମ୍ପ୍ୟୁଟର ଏବଂ ଟ୍ୱିଟର (computers and twitter) ଦ୍ୱାରା ନୁହେଁ ବରଂ ସେମାନଙ୍କ ରକ୍ତ ଦ୍ୱାରା ଗଢ଼ାଯାଇଥିଲା । ତାଙ୍କ ଦଳର ପୂର୍ବତନ ସହକର୍ମୀମାନେ ତାଙ୍କୁ 'ବଦନାମ' କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଆଜାଦ ଅଭିଯୋଗ କରିଛନ୍ତି ଯେ କଂଗ୍ରେସର ଲୋକମାନେ ବର୍ତ୍ତମାନ ବସ୍‌ରେ ଜେଲ ଯାଉଛନ୍ତି , ଡିଜିପି କିମ୍ବା କମିଶନରଙ୍କୁ ଡାକୁଛନ୍ତି, ସେମାନଙ୍କ ନାମ ଲେଖନ୍ତି ଏବଂ ଏକ ଘଣ୍ଟା ମଧ୍ୟରେ ଚାଲିଯାଆନ୍ତି।

Also Read: Metro Rail: ଟ୍ୱିନସିଟିରେ ଗଡିବ ମେଟ୍ରୋ ଟ୍ରେନ୍! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଅନ୍ୟପକ୍ଷରେ କଂଗ୍ରେସ ଦଳକୁ ସମାଲୋଚନା କରି ଗୁଲାମନବୀ କହିଥିଲେ ଯେ,କଂଗ୍ରେସ ଦଳକୁ ଦଳୀୟ କର୍ମୀମାନେ ନିଜ ରକ୍ତ ଦେଇ ଗଢ଼ିଛନ୍ତି ବୋଲି ନେତୃବର୍ଗ ଭୁଲିବା ଉଚିତ୍‌ ନୁହେଁ। ଆଜାଦ ପୂର୍ବରୁ ଆହୁରି କହିଥିଲେ ସେ କଂଗ୍ରେସର ବିଭିନ୍ନ ପଦରେ ଦୀର୍ଘ ବର୍ଷ ହେବ କାମ କରି ଆସୁଥିଲେ। ତେବେ ସେ ଯେତେବେଳେ କୌଣସି ପଦରେ ନ ଥିଲେ ଦଳ ତରଫରୁ ତାଙ୍କୁ ଅବହେଳା ପ୍ରଦର୍ଶନ କରାଯାଇଥିଲା । ତେବେ ଆଗରୁ ପୂର୍ବତନ ମନ୍ତ୍ରୀ ଜିଏମ୍‌ ସାରୋସି କହିଥିଲେ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ଆଜାଦ୍‌ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ନିଜ ଦକ୍ଷତା ପ୍ରତିପାଦନ କରିଥିବାରୁ ଆଗାମୀ ଦିନରେ ପୁନର୍ବାର ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ସମସ୍ତେ ଅନାଇ ବସିଛନ୍ତି। ଆଜାଦ୍‌ଙ୍କ ନୂଆ ଦଳ ଜମ୍ମୁ-କାଶ୍ମୀର ଭାଗ୍ୟ ପରିବର୍ତ୍ତନ କରିଦେବ ବୋଲି ସମସ୍ତେ ଆଶାବାଦୀ ।