One Nation One Election: 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ' ଦେଶ ପାଇଁ ଲାଭଦାୟକ ନାଁ ନୁହେଁ? ଆସିଲା ସର୍ଭେ ରିପୋର୍ଟ
Advertisement
Article Detail0/zeeodisha/odisha1855446

One Nation One Election: 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ' ଦେଶ ପାଇଁ ଲାଭଦାୟକ ନାଁ ନୁହେଁ? ଆସିଲା ସର୍ଭେ ରିପୋର୍ଟ

One Nation One Election India: "ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ଦେଶ ପାଇଁ ଲାଭଦାୟକ ନାଁ ନୁହେଁ ସେ ନେଇ ସର୍ବଭାରତୀୟସ୍ତରରେ ଏକ ସର୍ଭେ କରାଯାଇଥିଲା। ଯାହାର ଫଳାଫଳ ଏବେ ସାମ୍ନାକୁ ଆସିଛି।

One Nation One Election: 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ' ଦେଶ ପାଇଁ ଲାଭଦାୟକ ନାଁ ନୁହେଁ? ଆସିଲା ସର୍ଭେ ରିପୋର୍ଟ

One Nation One Election Survey: ସମଗ୍ର ଦେଶରେ "ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଯାହାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ପ୍ରସଙ୍ଗରେ ଆରମ୍ଭ ହୋଇଯାଇଛି ବିତର୍କ। ଏହି ପ୍ରସଙ୍ଗରେ ଅଧ୍ୟୟନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ କମିଟି ଗଠନ କରିଛନ୍ତି ଭାରତ ସରକାର। 

"ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" (One Nation One Election) ଲାଗି ସମଗ୍ର ଦେଶର ରାଜନୈତିକ ମାହୋଲ ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ଏବିପି ନ୍ୟୁଜ୍ (ABP News) ଲାଗି ସି ଭୋଟର ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସର୍ଭେ (C Voter Survey) କରାଯାଇଥିଲା। ଏହି ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା ଯେ "ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ଭାରତ ପାଇଁ ଲାଭଦାୟକ ହେବ ନାଁ ନାହିଁ? ଏହି ପ୍ରଶ୍ନର ଆଶ୍ଚର୍ଯ୍ୟଜନକ ଉତ୍ତର ଏବେ ସାମ୍ନାକୁ ଆସିଛି।

Also Read: One Nation One Election: 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ' ପ୍ରସଙ୍ଗରେ କ'ଣ ରହିଛି ବିଜେଡ଼ି ମୁଖ୍ୟ?

"ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ପ୍ରସଙ୍ଗରେ କ'ଣ ରହିଛି ଦେଶର ଜନସାଧାରଣଙ୍କ ରାୟ
ସି ଭୋଟର ପକ୍ଷରୁ ସର୍ବଭାରତୀୟ ସ୍ତରରେ କରାଯାଇଥିବା ସର୍ବେକ୍ଷଣରେ ଭାଗ ନେଇଥିବା ଅଧିକାଂଶ ଲୋକ କହିଛନ୍ତି ଯେ "ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ଦେଶ ପାଇଁ ଲାଭଦାୟକ। ପ୍ରାୟ ୬୧ ପ୍ରତିଶତ ଲୋକ କହିଛନ୍ତି ଯେ "ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ଦ୍ୱାରା ଦେଶ ଉପକୃତ ହେବ। ଯେତେବେଳେ ୩୨ ପ୍ରତିଶତ ଲୋକଙ୍କ କହିବା କଥା ଯେ "ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ଦେଶ ପାଇଁ ଲାଭଦାୟକ ହେବ ନାହିଁ। ଯେଉଁଠାରେ ୭ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ କିଛି କହିପାରିବେ ନାହିଁ।

"ଗୋଟିଏ ଦେଶ-ଗୋଟିଏ ନିର୍ବାଚନ" ଲାଭଦାୟକ ନାଁ ନୁହେଁ?

  • ହଁ: ୬୧ ପ୍ରତିଶତ 
  • ନାଁ: ୩୨ ପ୍ରତିଶତ
  • କହିପାରିବେ ନାହିଁ: ୭ ପ୍ରତିଶତ

Also Read: Indian Politics: 'ଗୋଟିଏ ଦେଶ-ଗୋଟିଏ ନିର୍ବାଚନ' ପାଇଁ କମିଟି ଘୋଷିତ, ଜାଣନ୍ତୁ କିଏ କିଏ ଅଛନ୍ତି ସଦସ୍ୟ?

 

"ଗୋଟିଏ ଦେଶ, ଗୋଟିଏ ନିର୍ବାଚନ" ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆଇନ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ଏକ ସମିତି ଗଠନ କରିଛି। ସମିତି ସହ ଜଡ଼ିତ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ସମିତିରେ ମୋଟ ୮ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଉଛନ୍ତି... 

 

  • ରାମନାଥ କୋବିନ୍ଦ: ପୂର୍ବତନ ରାଷ୍ଟ୍ରପତି 
  • ଅମିତ ଶାହ: କେନ୍ଦ୍ର ଗୃହମନ୍ତ୍ରୀ
  • ଅଧିର ରଞ୍ଜନ ଚୌଧୁରୀ: କଂଗ୍ରେସ ସଂସଦୀୟ ଦଳ ନେତା 
  • ଗୁଲାମ ନବୀ ଆଜାଦ: ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା 
  • ଏନ.କେ ସିଂହ: ପଞ୍ଚଦେଶ ଅର୍ଥ କମିଶନ ପୂର୍ବତନ ଅଧ୍ୟକ୍ଷ  
  • ସୁଭାଷ କଶ୍ୟପ: ପୂର୍ବତନ ଲୋକସଭା ମହାସଚିବ 
  • ହରିଶ ସାଲଭେ: ବରିଷ୍ଠ ଆଇନଜୀବୀ 
  • ସଞ୍ଜୟ କୋଠାରୀ: ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର